
ଅମରାବତୀ: ପ୍ରଥମ ପର୍ଯ୍ଯାୟ ମତଦାନ ପୂର୍ବରୁ ନିର୍ବାଚନ କମିସନ ଶୁକ୍ରବାର ରାତିରେ ଆନ୍ଧ୍ରପ୍ରଦେଶ ମୁଖ୍ଯ ଶାସନ ସଚିବଙ୍କ ବଦଳି କରିଛନ୍ତି। ଶାସନ ସଚିବ ଅନିଲ ଚନ୍ଦ୍ର ପୁନେଥାଙ୍କୁ ଆଜି ସକାଳ ୧୧ଟା ସୁଦ୍ଧା ପଦ ଛାଡି଼ବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ତାଙ୍କ ସ୍ଥାନରେ ୧୯୮୩ ମସିହା ବ୍ଯାଚର ଆଇଏଏସ ଅଧିକାରୀ ଏଲ.ବି. ସୁବ୍ରମଣ୍ଯମଙ୍କୁ ନିଯୁକ୍ତି ଦିଆଯାଇଛି।
ପୂର୍ବରୁ ନିର୍ବାଚନ କମିସନ ରାଜ୍ଯ ପୋଲିସ ଅଧିକାରୀଙ୍କୁ ବଦଳି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ହେଲେ ଏଥିରେ ଅବହେଳା କରିଥିଲେ ସଚିବ ପୁନେଥା। ଏହାପରେ ନିର୍ବାଚନ କମିସନ ଗୋପାଳ କୃଷ୍ଣ ଦ୍ବିବେଦୀ ଏପରି କଡ଼ା କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିଛନ୍ତି।
ତେବେ ନିର୍ବାଚନ କମିସନ ପୁନେଥାଙ୍କ ବଦଳି ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଆସନ୍ତା ମାସରେ ସେ ଅବସର ଗ୍ରହଣ କରିବାକୁ ଯାଉଛନ୍ତି, ଏଥିପାଇଁ ସେ ନିର୍ବାଚନ ଦାୟିତ୍ବରେ ନ ରହିବା ଉଚିତ ବୋଲି ଉଲ୍ଲେଖ କରିବା ସହ ଅନ୍ଯତ୍ର ସ୍ଥାନରେ ନିଯୁକ୍ତି ଦେଇଛନ୍ତି।
ନିର୍ବାଚନ କମିସନ ମାର୍ଚ୍ଚ ୨୬ରେ ରାଜ୍ଯ ଗୁଇନ୍ଦା ମହାନିର୍ଦ୍ଦେଶକ ରାଓ ଏବଂ ଶ୍ରୀକାକୁଲମ ଏବଂ କପାଡ଼ା ଜିଲ୍ଲାର ପୁଲିସ ଅଧିକାରୀଙ୍କୁ ଅନ୍ଯତ୍ର ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସେହି ଦିନ ରାତିରେ ବଦଳି ପାଇଁ ମୁଖ୍ଯ ଶାସନ ସଚିବ ବିଜ୍ଞପ୍ତି ପ୍ରକାଶ କରିଥିଲେ। କିନ୍ତୁ ତା’ପର ଦିନ ଶାସନ ସଚିବ ବଦଳି ଉପରେ ରୋକ ଲଗାଇଥିଲେ ସଚିବ ପୁନେଥା ଏବଂ ଗୁଇନ୍ଦା ମହାନିର୍ଦ୍ଦେଶକ ପୁଲିସ ଅଧିକାରୀଙ୍କୁ ନିର୍ବାଚନ ଦାୟିତ୍ବରୁ ହଟାଇଥିଲେ।
ଏହାପରେ ଆନ୍ଧ୍ରସରକାର ମଧ୍ଯ ପୁଲିସ ଅଧିକାରୀଙ୍କ ବଦଳିକୁ ନେଇ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ତେବେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ରାଜ୍ଯ ସରକାରଙ୍କ ଆବେଦନକୁ ଖାରଜ କରିବା ସହ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶରେ ହସ୍ତକ୍ଷେପ କରିବେ ନାହିଁ ବୋଲି ସ୍ପଷ୍ଟୀକରଣ ରଖିଥିଲେ।
ତେବେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଆନ୍ଧ୍ରପ୍ରଦେଶରେ ଏକା ସାଙ୍ଗରେ ୧୭୫ ବିଧାନସଭା ଆସନ ଓ ୨୫ ଲୋକସଭା ଆସନ ପାଇଁ ନିର୍ବାଚନ ହେଉଛି। ଏପ୍ରିଲ ୧୧ରେ ପ୍ରଥମ ଭୋଟ ମତଦାତା ଦେବେ।
from Odisha Reporter http://bit.ly/2KaWHpY
No comments:
Post a Comment