ଇଭିଏମ ଟ୍ୟାମ୍ପରିଂ ସନ୍ଦେହରେ ପୋଲିଂ କର୍ମଚାରୀଙ୍କୁ ତାଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 11, 2019

ଇଭିଏମ ଟ୍ୟାମ୍ପରିଂ ସନ୍ଦେହରେ ପୋଲିଂ କର୍ମଚାରୀଙ୍କୁ ତାଲା

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରିରେ ପୋଲିଂ କର୍ମଚାରୀଙ୍କୁ ଗାଁ ଲୋକେ ତାଲା ପକାଇ ଦେଇଥିବା ଜଣାପଡିଛି। ଇଭିଏମ ଟ୍ୟାମ୍ପରିଂ ଅଭିଯୋଗରେ ସ୍ଥାନୀୟ ଲୋକେ ପୋଲିଂ ପାର୍ଟିକୁ ବୁଥ୍ ଭିତରେ ତାଲା ପକାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

MPV-୬୦ରେ ଏକ ବୁଥ୍‌ରେ ଆଜି ମତଦାନ ହୋଇଥିଲା। ଭୋଟିଂ ସରିବା ପରେ ପୋଲିଂ ଅଧିକାରୀମାନେ ଏଜେଣ୍ଟଙ୍କୁ ବାହାର କରି EVM ସିଲ୍‌ କରିବା ପରିବର୍ତ୍ତେ ବଟନ୍ ପ୍ରେସ କରୁଥିବା ଗାଁ ଲୋକ ଝରକାରେ ଦେଖିବାକୁ ପାଇଥିଲେ। ଏହାକୁ ନେଇ ଗାଁ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ଏଜେଣ୍ଟଙ୍କ ସାମ୍ନାରେ EVM କଣ ପାଇଁ ସିଲ୍‌ କରାଗଲା ନାହିଁ ବୋଲି ଗାଁ ଲୋକେ ପଚାରିଥିଲେ? ପରେ EVM ଟ୍ୟାମ୍ପରିଂ ଅଭିଯୋଗ ଆଣି ଗାଁ ଲୋକେ ପୋଲିଂ କର୍ମଚାରୀଙ୍କୁ ଘେରିଥିଲେ।

ଏହି ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ୬ ଜଣ ପୋଲିଂ କର୍ମଚାରୀଙ୍କୁ ଏକ ଘରେ ପୁରାଇ ତାଲା ପକାଇ ଦେଇଥିଲେ। ଏପରିକି ବୁଥ୍‌ରେ ଥିବା ଟେବୁଲ ଓ ଚେୟାର ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି।

ଘଟଣାସ୍ଥଳରେ ଉପସ୍ଥିତ ଥିବା ପୁଲିସ କର୍ମଚାରୀମାନେ ଗାଁ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ମାତ୍ର ସେମାନେ ତାଲା ଖୋଲିବାକୁ ରାଜି ହୋଇ ନ ଥିଲେ। ତେବେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିକ ପୁଲିସ ଫୋର୍ସ ମୁତୟନ କରାଯାଇଛି।



from Odisha Reporter http://bit.ly/2Uw0fI7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages