ବିଜେଡିରେ କୁହୁଳୁଛି ଅସନ୍ତୋଷ, ଫଳ ଭୋଗିବ ଦଳ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 4, 2019

ବିଜେଡିରେ କୁହୁଳୁଛି ଅସନ୍ତୋଷ, ଫଳ ଭୋଗିବ ଦଳ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନରେ ଟିକେଟରୁ ବଞ୍ଚିତ ହୋଇଥିବା ଅଧିକାଂଶ ବରିଷ୍ଠ ଓ ଟିକେଟ୍ ଆଶାୟୀଙ୍କୁ ସନ୍ତୁଷ୍ଟ କରିବା ଏବେ ବିଜେଡି ପାଇଁ କାଠିକର ପାଠ ହୋଇଛି। ଚଳିତ ଥର ଟିକେଟ୍ ତାଲିକାରୁ ବାଦ୍ ପଡ଼ିଥିବା କିଛି ବରିଷ୍ଠ ଓ ବହୁ ଯୁବ ଆଶାୟୀଙ୍କ ମଧ୍ୟରେ ଦଳର ‘ପ୍ରାର୍ଥୀ ଚୟନର ମାନଦଣ୍ଡ’କୁ ନେଇ ଏବେ ପ୍ରଶ୍ନ ଉଠିବା ସହ ଧୀରେଧୀରେ ବିଦ୍ରୋହର ସ୍ୱର ଶାଣିତ ହେବାରେ ଲାଗିଛି। ଯାହାର ପ୍ରଭାବ ଚଳିିତ ସାଧାରଣ ନିର୍ବାଚନରେ ବିଜେଡିର ଫଳାଫଳ ଉପରେ ପଡ଼ିବ ବୋଲି ଆଶଙ୍କା କରାଯାଉଛି।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଟିକେଟ୍ ବଣ୍ଟନକୁ ନେଇ ବିଜେଡିରେ ହୋଇଥିବା ପାତରଅନ୍ତର ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ପ୍ରାର୍ଥୀ ଚୟନ ନିମନ୍ତେ ଚଳିତଥର କୌଣସି ନିର୍ଦ୍ଦିଷ୍ଟ ମାନଦଣ୍ଡ ନଥିଲା ବରଂ ଯିଏ ଅଧିକ ଧମକଚମକ ଦେଖାଇ ପାରିଛନ୍ତି, ତାଙ୍କୁ ହିଁ ଟିକେଟ୍ ମିଳିଛି। ଆଉ କିଛି ପ୍ରଭାବଶାଳୀ ନେତା ନିଜର ଫାଇଦା ପାଇଁ ଅନେକ ଦୁର୍ବଳ ପ୍ରାର୍ଥୀଙ୍କୁ ବିଜେଡି ଟିକେଟ୍ ଦେବାରେ ସକ୍ଷମ ହୋଇଛନ୍ତି। ଯେଉଁ ବିଜେଡି ନେତାମାନଙ୍କ ଟିକେଟ୍ ଚଳିତଥର କଟାଗଲା ସେମାନଙ୍କୁ ସମସ୍ତଙ୍କୁ ‘ସର୍ଭେ ରିପୋର୍ଟ’ ଠିକ୍ ନାହିଁ ବୋଲି ଦଳ ପକ୍ଷରୁ ସଫେଇ ଦିଆଯାଇଥିଲା। କିଛି ନେତା ଶୃଙ୍ଖଳିତ ରହି ଦଳୀୟ ନିଷ୍ପତ୍ତି ଉପରେ ସ୍ୱର ଉଠାଇ ନଥିବାବେଳେ ଅନ୍ୟ କିଛି ନେତା ଯେନତେନ ପ୍ରକାରେ ଟିକେଟ୍ ହାତେଇବାରେ ସକ୍ଷମ ହୋଇଛନ୍ତି।

ପ୍ରାର୍ଥୀ ଚୟନ ଓ ଟିକେଟ୍ ବଣ୍ଟନ ପ୍ରକ୍ରିୟାରେ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ମାତ୍ରାଧିକ ପ୍ରଭାବ ଓ ହସ୍ତକ୍ଷେପ ରହିଥିଲା ବୋଲି ବିଜେଡି ସୂତ୍ରରୁ ସୂଚନା ମିଳିଛି। ଯେଉଁଥିପାଇଁ କୋରୋଇରେ ସ୍ଥାନୀୟ ବିଧାୟକ ଆକାଶ ଦାସ ନାୟକଙ୍କ ପ୍ରଦର୍ଶନ ଭଲ ଥିବା ସତ୍ତେ୍ୱ ତାଙ୍କୁ ହଟାଇ ଅଶୋକ ବଳଙ୍କ ଭଳି ନିଜର ଜଣେ ଖାସ୍ ବ୍ୟକ୍ତିଙ୍କୁ ସେ ପ୍ରାର୍ଥୀ କରିବାରେ ସକ୍ଷମ ହୋଇଛନ୍ତି। ସେହିପରି ବରୀ ବିଧାନସଭା ଆସନରେ ବିଜେଡିର ସ୍ଥିତି ଭଲ ଥିଲେ ମଧ୍ୟ ବିଜେପିର ବିଶ୍ୱରଞ୍ଜନ ମଲ୍ଲିକଙ୍କ ମୁକାବିଲା ପାଇଁ ବିଜେଡି ଜଣେ ଦୁର୍ବଳ ପ୍ରାର୍ଥୀଙ୍କୁ ଏଥର ଟିକେଟ୍ ଦେଇଛି। ବିଜେଡି ଟିକେଟ୍ ପାଇଥିବା ସୁନନ୍ଦା ଦାସ ଏବେ ବରୀ ବ୍ଲକ ଅଧ୍ୟକ୍ଷ ଅଛନ୍ତି। କୁହାଯାଉଛି, ବିଶ୍ୱରଞ୍ଜନଙ୍କ ସହାୟତାରେ ହିଁ ସେ ବ୍ଲକ୍ ଅଧ୍ୟକ୍ଷ ହୋଇପାରିଥିଲେ। କେବଳ ପ୍ରଣବଙ୍କ ଯୋଗୁ ସୁନନ୍ଦାଙ୍କୁ ଟିକେଟ୍ ମିଳିଛି ।

ସେହିପରି ଯାଜପୁର ବିଜେଡି ଲୋକସଭା ପ୍ରାର୍ଥୀ ଶର୍ମିଷ୍ଠା ସେଠୀଙ୍କୁ ଟିକେଟ୍ ଦେବାରେ ପ୍ରଣବ ମାତ୍ରାଧିକ ଚାପ ପକାଇଥିଲେ। ଶର୍ମିଷ୍ଠାଙ୍କ ସ୍ୱାମୀ ରଵୀନ୍ଦ୍ର ସେଠୀ ହେଉଛନ୍ତି ପ୍ରଣବଙ୍କ ଖାସ୍ ଅନୁଗତ। କେବଳ ଯାଜପୁର ଜିଲ୍ଲା ନୁହେଁ, ବଲାଙ୍ଗିର, ମାଲକାନଗିରି, କୋରାପୁଟ, ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, ଖୋର୍ଦ୍ଧା ଜିଲ୍ଲାର ୨୦ରୁ ୨୫ଟି ବିଧାନସଭା ଆସନରେ ପ୍ରଣବ ନିଜର ସମର୍ଥକଙ୍କୁ ଟିକେଟ୍ ଦେବାରେ ସକ୍ଷମ ହୋଇଥିବା ଜଣାପଡ଼ିଛି। ଖୋର୍ଦ୍ଧା ଜିଲ୍ଲାର ଏକ ନିର୍ଦ୍ଦିଷ୍ଟ ବିଧାନସଭା ଆସନରେ ଜଣେ ସମ୍ପୂର୍ଣ୍ଣ ନବାଗତଙ୍କୁ ପ୍ରଣବଙ୍କ କଥାରେ ହିଁ ଟିକେଟ୍ ମିଳିଥିବା ଦଳ ସୂତ୍ରରୁ ସୂଚନା ମିଳିଛି। ପ୍ରଣବଙ୍କ ବ୍ୟତୀତ ଅନ୍ୟ ଦୁଇଜଣ ଦଳୀୟ ସାଂସଦ ମଧ୍ୟ ନିଜର କିଛି ଖାସ୍ ଅନୁଗତଙ୍କୁ ଟିକେଟ୍ ଦେବାରେ ସଫଳ ହୋଇଛନ୍ତି।

ଅପରପକ୍ଷରେ ବିଜେଡି ଟିକେଟରୁ ବଞ୍ଚିତ ହୋଇଥିବା ବରିଷ୍ଠ ନେତା ନଗେନ୍ଦ୍ର ପ୍ରଧାନ, ଦେବାଶିଷ ନାୟକ, ଯୁଗଳ ପଟ୍ଟନାୟକ, ଯୋଗେନ୍ଦ୍ର ବେହେରା, ଆୟୁବ ଖାନ୍, ସରୋଜ କୁମାର ସାମଲ, ପ୍ରିୟଦର୍ଶୀ ମିଶ୍ର, ଅନୁଭବ ପଟ୍ଟନାୟକ, ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ, ସଞ୍ଜିବ ସାହୁ, ଶଶିଭୂଷଣ ବେହେରା, ରବି ମହାପାତ୍ର, ବଳଭଦ୍ର ମାଝୀ, ପ୍ରସନ୍ନ ପାଟ୍ଟଶାଣୀ, ସିଦ୍ଧାନ୍ତ ମହାପାତ୍ର, ପ୍ରଭାସ ସିଂ ଓ ପ୍ରଫୁଲ୍ଲ ପାଙ୍ଗୀ ପ୍ରମୁଖ ଦଳୀୟ ଟିକେଟ୍ ନପାଇ ଘୋର ଅସନ୍ତୁଷ୍ଟ ଥିବାବେଳେ ଟିକେଟ୍ ଆଶାୟୀ ଥିବା ୪୦ରୁ ଅଧିକ ମହିଳା ଓ ଯୁବ ନେତା ମଧ୍ୟ ଦଳର ଏଭଳି ନିଷ୍ପତ୍ତିରେ ହତାଶ ହୋଇପଡ଼ିଛନ୍ତି।

ଦଳର ସକ୍ରିୟ ଭୂମିକାରେ ଥିବା ଏହି ନେତାମାନେ ଏବେ ସେମାନଙ୍କର ନିଜସ୍ୱ ପ୍ରଭାବ ହ୍ରାସ ପାଉଥିବାରୁ ଦଳୀୟ ପ୍ରାର୍ଥୀଙ୍କୁ ସିଧାସଳଖ ନହେଲେ ବି ନିଜର ଅନୁଗତମାନଙ୍କ ମାଧ୍ୟମରେ ବିରୋଧ କରିବା ଆରମ୍ଭ କରିଛନ୍ତି। ଏହା ବିଜେଡିକୁ ଆଗାମୀ ଦିନରେ ବେଶ୍ ମହଙ୍ଗା ପଡ଼ିବ ବୋଲି ଚର୍ଚ୍ଚା ହେଉଛି।



from Odisha Reporter https://ift.tt/2VhBmMN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages