
ସଂଜ୍ଞାହୀନ ସମ୍ପର୍କ
ଦେବଜାନୀ ମିଶ୍ର
ବେଳାଭୂମି ପରି ତୁମେ ସ୍ଥିର ଥାଅ
ନା ଥାଏ ମୋ ପ୍ରତି ଆକର୍ଷଣ
ନା ଥାଏ ମୋହ;
କିନ୍ତୁ ଲହରୀ ପରି ଟାଣି ହୁଏ ମୁଁ ତୁମ ଆଡ଼କୁ
ଗଭୀର ଆବେଗ ସହ
ଉଜାଣି ବହୁଥାଏ ମନରେ
ଅସୁମାରୀ ସ୍ନେହ।
ସଂଜ୍ଞାଟିଏ ଖୋଜିନି କେବେ ଆମ ସମ୍ପର୍କର
ନା ରଖିଛି କିଛି ପାଇବାର ଆଶା
କିଛି ଦେବାର ବି ନାହିଁ ଆଗ୍ରହ;
କିନ୍ତୁ ହୃଦୟର ପ୍ରତିଧ୍ୱନିତ ସ୍ୱରରେ ଶୁଣିଛି
ଆଉ ବୁଝିଛି ବି
ଏ ସମ୍ପର୍କକୁ ହରାଇବାର କୋହ।
ବହିଥାକର ପୁରୁଣା ବହିଟିଏ ପରି
ଏ ସମ୍ପର୍କଟି ସେମିତି ଥାଉ
କେବେ କେମିତି ସ୍ମୃତି ସବୁ ସଜାଡ଼ୁ ସଜାଡ଼ୁ
ମୋ ନାଁଟି ମନେ ପଡ଼ିଗଲେ
ସରାଗରେ ମୋ ନାଁଟି ଭାବୁ ଭାବୁ
ମୁହଁରେ ହସର ରେଖାଟିଏ ଆଙ୍କି ହେଇଯାଉ
କିନ୍ତୁ ଏ ସମ୍ପର୍କ !
ସେମିତି ସଂଜ୍ଞାହୀନ ହେଇ ଥାଉ।
ଫୋନ୍-୯୪୩୮୬୧୯୬୯୭
from Odisha Reporter https://ift.tt/2Ua1EEa
No comments:
Post a Comment