
ଲକ୍ଷ୍ନୌ: ଜଣେ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହିତ ଜଣେ ରେଭେନ୍ୟୁ ଅଧିକାରୀଙ୍କ ସହିତ ହାତାହାତି ହୋଇଥିବା ଅଭିଯୋଗରେ ବିଜେପି ନେତା ବିନୋଦ ତିୱାରୀଙ୍କୁ ପୁଲିସ୍ ଗିରଫ କରିଛି। ଜିଲ୍ଲା ମାଜିଷ୍ଟ୍ରେଟ୍ ଭବାନୀ ସିଂହ ଖଙ୍ଗରୋଟ୍ ଗଣମାଧ୍ୟମଙ୍କୁ ସୂଚନା ଦେଇ କହିଛନ୍ତି, ତିୱାରୀଙ୍କ ନାମରେ ୧୨ରୁ ଊର୍ଦ୍ଧ୍ୱ ଅପରାଧିକ ମାମଲା ରୁଜୁ କରାଯାଇଛି। ଗାଁ ମୁଖିଆ ଥିବା ସମୟରେ ସେ ଅର୍ଥ ହେରଫେର କରିଥିଲେ। ଆମେ ଏହି ସବୁ ମାମଲାର ତଦନ୍ତ କରୁଛୁ।
ତିୱାରୀଙ୍କୁ ମାଜିଷ୍ଟ୍ରେଟ ଖଙ୍ଗରୋଟ୍ ନିଜ ବାସଭବନକୁ ଡାକି ତାଙ୍କ ନାମରେ ଥିବା ମାମଲା ଏବଂ ନିର୍ବାଚନୀ ଆଚରଣ ବିଧି ଉଲ୍ଲଙ୍ଘନ ବାବଦରେ ଅବଗତ କରାଇଥିଲେ। ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ କହିବା ଅନୁଯାୟୀ ତିୱାରୀ ଜଣେ ଅଭିଯୁକ୍ତ ହୋଇଥିବାରୁ ତାଙ୍କୁ ଚେୟାରରେ ବସିବାକୁ ଅନୁମତି ମିଳିନଥିଲା। ଫଳରେ ସେ ଉତ୍କ୍ଷିପ୍ତ ହୋଇ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏପରିକି ତାଙ୍କ ନାମରେ ଗତ ୧୦ ବର୍ଷର ଅପରାଧିକ ରେକର୍ଡ ଥିବା ସତ୍ତ୍ୱେ ସେ ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରିଆସୁଥିଲେ। ଶ୍ରୀ ଖଙ୍ଗରୋଟ୍ କହିଛନ୍ତି, ମୁଁ ଜାଣିନି ସେ କୋଉ ଦଳ ସହ ଜଡ଼ିତ।
ଶ୍ରୀ ଖଙ୍ଗରୋଟ୍ ଆହୁରି ମଧ୍ୟ କହିଛନ୍ତି, ପୁଲିସ୍କୁ ଏହି ବିଷୟରେ ସୂଚନା ଦିଆଯାଇଥିଲା ଏବଂ ସେମାନେ ତାଙ୍କୁ ଗିରଫ କରିଥିଲେ। ସେ ମୋତେ ଦୁର୍ବ୍ୟବହାର ଦେଖାଇବା ସହିତ ଜଣେ ତହସିଲଦାରଙ୍କ ଉପରେ ଆକ୍ରମଣ କରିଥିଲେ। ସେ ମୋତେ କହିଥିଲା ସେ ୨ ମାସ ଜେଲରେ କାଟିଛି ଏବଂ ମୁଁ ଜାଣିନି ବଲିଆର ନେତାମାନେ କେମିତି।
from Odisha Reporter https://ift.tt/2FQgFBg
No comments:
Post a Comment