
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଓଡ଼ିଶାରେ ଶାସନ ନବୀନ ନୁହଁନ୍ତି। ବାବୁ ଚଳାଇଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚୁନି ସଠିକ୍ ତଥ୍ୟ । ଏଭଳି ସ୍ଥିତିରେ ରାଜ୍ୟରେ ଦୁର୍ନୀତିର ସ୍ତର ଚରମ ସୀମାରେ ପହଞ୍ଚିଲାଣି। ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ୍ ଇତିହାସରେ ପ୍ରଥମ ଥର ଲାଗି ଏକ ଜାତୀୟ ଦଳର ମୁଖ୍ୟ ଭାବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଟିଭିକୁ ଏକ୍ସକ୍ଳୁସିଭ୍ ସାକ୍ଷାତକାର ଦେଇ ଏହା କହିଛନ୍ତି।
ବିଜେଡି ସୁପ୍ରିମୋଙ୍କୁ ସମାଲୋଚନା କରି ଅମିତ୍ ଶାହ କହିଛନ୍ତି ଯେ, ରାଜ୍ୟରେ ଲୋକତାନ୍ତ୍ରିକ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ନିର୍ବାଚିତ ପ୍ରତିନିଧିମାନଙ୍କୁ କୋଣଠେସା କରି ବାବୁମାନେ ଶାସନ କରୁଛନ୍ତି। ଫଳରେ ଚାରିଆଡେ ଭ୍ରଷ୍ଟାଚାର ବ୍ୟାପିଛି। ଲୋକଙ୍କ ଅଭିଯୋଗ ଶୁଣିବାକୁ କେହି ନାହାଁନ୍ତି । ଏଥିଯୋଗୁ ଜନ ଆକ୍ରୋଶ ଚରମସୀମାରେ ପହଞ୍ଚିଲାଣି। ଯାହାକୁ ନବୀନ ଏ ପର୍ଯ୍ୟନ୍ତ ସଠିକ୍ ଭାବେ ଠଉରାଇ ପାରିନାହାଁନ୍ତି।
ସେହିପରି ମୋଦି ସରକାର ଅମଳରେ ଓଡ଼ିଶାକୁ ୫ ଲକ୍ଷ ୫୬ ହଜାର କୋଟି ଟଙ୍କାର ଅନୁମୋଦନ ମିଳିଥିଲେ ମଧ୍ୟ ପ୍ରଶାସନ ସ୍ଥାଣୁ ପାଲଟିଥିବାରୁ ଟଙ୍କା ଖର୍ଚ୍ଚ ହୋଇପାରୁ ନାହିଁ । ଏଥିସହିତ ନବୀନଙ୍କ ଫିଟନେସ୍ ଭିଡିଓ ଉପରେ ବି କଟାକ୍ଷ କରିଛନ୍ତି ଅମିତ୍ ଶାହ। କହିଛନ୍ତି କାହିଁ ଆମକୁ ତ ଏଭଳି ଭିଡିଓ ଛାଡ଼ିବାକୁ ପଡୁନାହିଁ। ଲୋକେ ସବୁ ବୁଝୁଛନ୍ତି ବୋଲି ଶାହ କହିଛନ୍ତି।
from Odisha Reporter http://bit.ly/2DwwTiA
No comments:
Post a Comment