
ଜଳେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ନେତ୍ରୀ ତଥା ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗା ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ନିର୍ବାଚନମଣ୍ଡଳୀରେ ନିର୍ବାଚନ ପ୍ରଚାର କରୁଛନ୍ତି। ସେ ଡୋର୍ ଟୁ ଡୋର୍ ପ୍ରଚାର କରି ବିଜେପି ପ୍ରାର୍ଥୀଙ୍କୁ ଜିତାଇବାକୁ ନିବେଦନ କରୁଛନ୍ତି।
ସେ ପ୍ରଥମେ ଜଳେଶ୍ୱର କାଳୀମନ୍ଦିରକୁ ଯାଇଥିଲେ। ମାଆଙ୍କ ଆଶୀର୍ବାଦ ନେଇ ବଳରାମପୁରରୁ ରୋଡ-ଶୋ’ ମାଧ୍ୟମରେ ବାଲେଶ୍ୱର ବିଜେପି ସାଂସଦ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ଓ ଜଳେଶ୍ୱର ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ ଅପରାଜିତା।
ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି-“ପ୍ରଥମ ଥର ପାଇଁ ଜଳେଶ୍ୱର ଆସିଛି। ଲୋକଙ୍କ ସହିତ ମିଶୁଛି ଓ ବିଜେପି ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ଅନୁରୋଧ କରୁଛି। ବିଜେପି କ୍ଷମତାକୁ ଆସିଲେ ଦୁର୍ନୀତି ଓ ଭ୍ରଷ୍ଟାଚାର ଅନ୍ତ ହେବ। ଏଠି ବହୁ ଉଚ୍ଚ ଶିକ୍ଷକ ଯୁବକ ଅଛନ୍ତି। ମାତ୍ର ସେମାନଙ୍କୁ ନିଯୁକ୍ତି ସୁଯୋଗ ମିଳୁନାହିଁ। ସେମାନେ ଏବେ ବେକାର ହୋଇ ବସିଛନ୍ତି। ରାଜ୍ୟରୁ ବେକାରୀ ସମସ୍ୟା ଦୂର କରିବୁ। ମହିଳାମାନଙ୍କୁ ସଶକ୍ତ କରାଯିବ।”
from Odisha Reporter http://bit.ly/2IUnXqI
No comments:
Post a Comment