
ନୂଆଦିଲ୍ଲୀ: ଯୁଦ୍ଧ ବିମାନର ଉଡ଼ାଣ ଓ ଅବତରଣ କରିବାର ସୁବିଧା ଥିବା ଭାରତୀୟ ନୌସେନାର ଆଇଏନ୍ଏସ୍ ବିକ୍ରମାଦିତ୍ୟରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଥିବା ଜଣେ ନୌସେନା ଅଧିକାରୀଙ୍କ ମୃତ୍ୟୁ ଘଟିଛି। ତେବେ ସମ୍ପୂର୍ଣ୍ଣ କ୍ଷୟକ୍ଷତି ସମ୍ପର୍କରେ ଏଯାଏ କୌଣସି ସୂଚନା ମିଳିନାହିଁ।
ଜାହାଜଟି ଆଜି କର୍ଣ୍ଣାଟକାର କରୱାର ବନ୍ଦରରେ ପ୍ରବେଶ କରୁଥିବା ବେଳେ ହଠାତ୍ ଏହାର ଏକ କମ୍ପାର୍ଟମେଣ୍ଟରେ ନିଆଁ ଲାଗି ଯାଇଥିଲା। ଏହାକୁ ଆୟତ୍ତ କରିବାକୁ ଜଣେ ଅଧିକାରୀ ତୁରନ୍ତ ପଦକ୍ଷେପ ନେଇଥିଲେ। ତେବେ ଅତ୍ୟଧିକ ନିଆଁ ଓ ଧୂଆଁ ଯୋଗୁ ସେ ଅଚେତ ହୋଇଯାଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ୍ ନିଆ ଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ପୂରା ଜାହାଜକୁ ନିଆଁ ବ୍ୟାପିବା ପୂର୍ବରୁ ଜାହାଜରେ ଥିବା କ୍ରୁ ସଦସ୍ୟମାନେ ଏହାକୁ ଆୟତ୍ତ କରି ନେଇଥିବା ଜଣାପଡ଼ିଛି। ନୌସେନା ପକ୍ଷରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।
from Odisha Reporter http://bit.ly/2J5bmBd
No comments:
Post a Comment