
ସିଡନୀ: ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ଶେନ୍ ୱାଟସନ୍ ବିଗ୍ ବ୍ୟାଶ୍ ଲିଗ୍ (ବିବିଏଲ)କୁ ଅଲବିଦା କହିଛନ୍ତି। ଏଥିସହ ନିଜ ଦେଶରେ ୱାଟସନଙ୍କ ପେସାଦାର କ୍ୟାରିୟର ଶେଷ ହୋଇଛି। ଆଇପିଏଲ୍ ଖେଳୁଥିବା ୩୭ ବର୍ଷୀୟ ୱାଟସନ୍ ଗତ ତିନୋଟି ସିଜନରେ ସିଡନୀ ଥଣ୍ଡର୍ସର କ୍ୟାପଟେନ୍ ଥିଲେ।
ତେବେ ୨୦୧୬ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅଲବିଦା କହିଥିବା ଏହି ଅଲରାଉଣ୍ଡର ଜଣକ ବାକି ବିଦେଶୀ ଟୁର୍ଣ୍ଣାମେଣ୍ଟ ଖେଳିବା ଜାରି ରଖିବେ। ୱାଟସନ୍ କହିଛନ୍ତି, ସିଡନୀ ଥଣ୍ଡର୍ସ ଦଳର ପ୍ରତିଟି ସଦସ୍ୟଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ଗତ ଚାରୋଟି ସିଜନ୍ ମୋ ପାଇଁ ବହୁତ ଭଲ ରହିଥିଲା ଏବଂ ଯାହା ମୋ ସହ ସର୍ବଦା ରହିବ।’
କ୍ରିକେଟ୍ ଅଷ୍ଟ୍ରେଲିଆର ମୁଖ୍ୟ କାର୍ଯ୍ୟକାରୀ କେଭିନ୍ ରବର୍ଟ୍ସ କହିଛନ୍ତି, ସୀମିତ ଓଭର କ୍ରିକେଟରେ ୱାଟସନ୍ ସବୁଠାରୁ ରୋମାଞ୍ଚକର ଖେଳାଳି। ଅଷ୍ଟ୍ରେଲିଆ କ୍ରିକେଟ୍ ଟିମ୍ ଓ ବିଗ୍ ବ୍ୟାଶ୍ ଲିଗ୍ ପାଇଁ ତାଙ୍କ ଯୋଗଦାନ ସର୍ବଦା ଅତୁଳନୀୟ ରହିବ ବୋଲି ରବର୍ଟ୍ସ କହିଛନ୍ତି। ଚେନ୍ନାଇ ସୁପର କିଙ୍ଗସ୍ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍ ୱାଟସନ୍ ରବିବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମୁକାବିଲାରେ ୯୬ ରନର ମ୍ୟାଚ୍ ବିଜୟୀ ଇନିଂସ୍ ଖେଳିଥିଲେ।
from Odisha Reporter http://bit.ly/2GI8Tuy
No comments:
Post a Comment