ନବୀନଙ୍କ ନିର୍ବାଚନମଣ୍ଡଳୀ ସାରୁ ଗାଁରେ ଦେଢ଼ ହଜାର ଘରେ ତାଲା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 5, 2019

ନବୀନଙ୍କ ନିର୍ବାଚନମଣ୍ଡଳୀ ସାରୁ ଗାଁରେ ଦେଢ଼ ହଜାର ଘରେ ତାଲା!

ବ୍ରହ୍ମପୁର (ଅଶୋକ ବ୍ରହ୍ମା): ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ହେଉଛି ହିଞ୍ଜିଳି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଡ଼ ହୋଇଥିବାରୁ ଏଠାର ବିକାଶର ଚିତ୍ର ରାଜ୍ୟ ପାଇଁ ଉଦାହରଣ ହେବା କଥା। ହେଲେ ସେହି ନିର୍ବାଚନମଣ୍ଡଳୀରେ ଏମିତି ଏକ ଗାଁ ଅଛି, ଯାହା ଦୀପ ତଳ ଅନ୍ଧାର ଭଳି ରହିଛି। ସବୁ କ୍ଷେତ୍ରରେ ପଛୁଆ ରହିଥିବା ବେଳେ ଶହ ଶହ ଘରେ ତାଲା ଝୁଲୁଛି। ବେକାରୀ ବ୍ୟାଧିରେ ଧନ୍ଦି ହୋଇ କାମଧନ୍ଦା ଅନ୍ୱେଷଣରେ ରାଜ୍ୟ ଛାଡ଼ି ପଳାଇଛନ୍ତି ହଜାର ହଜାର ଲୋକ। ଆଉ ଘର ଜଗି ରହିଛନ୍ତି କେବଳ ବୟସ୍କ ଲୋକ।

ହିଞ୍ଜିଳି ନିର୍ବାଚନମଣ୍ଡଳୀର ସାରୁ ଗାଁ। ଦୂରରୁ ଦେଖିଲେ ଗାଁଟି ଅତି ସୁନ୍ଦର ଦେଖାଯାଏ। ଆଭିଜାତ୍ୟସମ୍ପନ୍ନ ଘର ଗୁଡ଼ିକୁ ଦେଖିଲେ ଲାଗୁଛି, ଏଠାକାର ଲୋକମାନେ ଭାରି ଆନନ୍ଦରେ ଥିବେ। ହେଲେ ପାଖକୁ ଗଲେ ଦେଖିବେ ଅଧିକାଂଶ ଘରେ ତାଲା ଝୁଲୁଛି।

ବୁଝିବାରୁ ଜଣାପଡ଼ିଲା, ହିଞ୍ଜିଳି ସାରୁ ଗାଁର ଏସବୁ ଘରେ ତାଲା ଆଜିକାଲିର ନୁହେଁ। ଏମିତି ବର୍ଷ ବର୍ଷ ଧରି ଚାଲିଛି। ଘର ମାଲିକମାନେ ପିଲାଛୁଆଙ୍କୁ ସାଙ୍ଗରେ ଧରି ପେଟ ପାଟଣା ପାଇଁ କିଏ ମୁମ୍ବାଇ ତ କିଏ ସୁରତକୁ କାମ ଅନ୍ୱେଷଣରେ ଯାଇ ରହିଛନ୍ତି। କାଁ ଭାଁ କେତେବେଳେ କିଏ ମରିହଜି ଗଲେ, ନହେଲେ ବାହା ପୁଆଣିରେ ଗାଁକୁ ଆସୁଛନ୍ତି। ଆଉ ଏଠି ଯେଉଁ ବୟସ୍କମାନେ ଘର ଜଗି ପଡ଼ିଛନ୍ତି, ସେମାନେ ମଧ୍ୟ ଆପଣାର ଲୋକଙ୍କଠୁ ମାଇଲ୍‌ ମାଇଲ୍‌ ଦୂରରେ ଥାଇ ମନମାରି ସମୟ କାଟିବା ଛଡ଼ା ଉପାୟ ନାହିଁ।

ସାରୁ ଗାଁର ଜଣେ ବାସିନ୍ଦା କହିଛନ୍ତି-“ଆମ ଗାଁର ପ୍ରତ୍ୟେକ ଘରୁ ୪ରୁ ୫ ଜଣ ଲେଖାଏଁ ଲୋକ ରାଜ୍ୟ ବାହାରକୁ କାମ କରିବାକୁ ଯାଇଛନ୍ତି। ଗାଁକୁ କେବେ ଆସନ୍ତି ନାହିଁ। କେବଳ ବାହାଘର ଭୋଜିରେ କେବେ କେମିତି ଘରକୁ ଆସନ୍ତି।”

ବଡ଼ କଥା ହେଲା ସାରୁ ନାମକ ଏହି ଚର୍ଚ୍ଚିତ ଗାଁଟି ବିକାଶର ଶ୍ରେଷ୍ଠ ଉଦାହରଣ ଭାବେ ଉପସ୍ଥାପିତ କରାଯାଉଥିବା ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳି ଅଧୀନରେ। ଗାଁରେ ଅଛି ପ୍ରାୟ ସାଢ଼େ ୩ ହଜାର ଘର। ଯେଉଁଥିରୁ ଅଧିକାଂଶ ବନ୍ଦ। ଏବେ ଭୋଟ୍ ବେଳ। ପ୍ରଚାରରେ ଗାଁ ଦାଣ୍ଡ କମ୍ପୁଥିବା ବେଳେ ସାରୁ ଗାଁ କିନ୍ତୁ ଖାଁ ଖାଁ ଲାଗୁଛି। ନିଯୁକ୍ତି, ପାଣି, ବିଦ୍ୟୁତ୍ ସେବା ଏମିତିକି ଚାଷ, ସବୁଥିରେ ଅବହେଳିତ ହୋଇଥିବାରୁ ଗାଁର ଅଧିକାଂଶ ଲୋକେ କାମଧନ୍ଦା ଅନ୍ୱେଷଣରେ ରାଜ୍ୟ ବାହାରକୁ ଚାଲି ଯାଇଛନ୍ତି।

ଲୋକେ କହିଛନ୍ତି, ଦୀପ ତଳ ଅନ୍ଧାର ଭଳି ଏଠି ସବୁ ଅବହେଳିତ। କେବେ ଏସବୁ ସମସ୍ୟାର ସମାଧାନ ହେବ କେହି କହିପାରୁନାହାନ୍ତି। ଏଥର ଭୋଟ୍ ମାଗିବାକୁ ଆସିଲା ବେଳେ ତାଙ୍କ ନେତା ତଥା ମୁଖ୍ୟମନ୍ତ୍ରୀଙ୍କୁ ଦମ୍ଭର ସହ ପଚାରିବେ ବୋଲି ଗାଁ ଲୋକେ କହିଛନ୍ତି।

ସାରୁ ଗାଁର ଜଣେ ବରିଷ୍ଠ ବ୍ୟକ୍ତି କହିଛନ୍ତି-“ଚାଷ ଛଡ଼ା ଅନ୍ୟ କିଛି ବିକଳ୍ପ ବ୍ୟବସ୍ଥା ନାହିଁ। ତେଣୁ ରୋଜଗାର ପାଇଁ ଗାଁ ଲୋକେ ରାଜ୍ୟ ବାହାରକୁ ଚାଲି ଯାଉଛନ୍ତି। ଏ ସମ୍ପର୍କରେ ବହୁବାର ଆମେ ନେତାମାନଙ୍କୁ କହିଛୁ। ମାତ୍ର କିଛି ଲାଭ ମିଳୁନାହିଁ। ଭୋଟ ଆସିଲେ ଆମ କଥା ମନେ ପଡ଼େ, ତା’ପରେ ନେତାମାନେ ନିଜ ବାଟରେ ଚାଲି ଯାଆନ୍ତି।”



from Odisha Reporter http://bit.ly/2UBwEwf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages