
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ପ୍ରଲୋଭିତ କରିବାକୁ ପଛାଇ ନାହାନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଜୟପୁରରେ ପ୍ରଚାର ବେଳେ ଭୋଟରଙ୍କୁ ଲୋଭ ଦେଖାଇଛନ୍ତି ନବୀନ। ବିଜେଡି ପୁଣି କ୍ଷମତାକୁ ଆସିଲେ କାଳିଆ ଟଙ୍କା ଦିଆଯିବ ବୋଲି ଜୟପୁର ନିର୍ବାଚନୀ ସଭାରେ ଖୋଲାଖଲି କହିଛନ୍ତି ନବୀନ।
ସରକାର ଗଠନର ପ୍ରଥମ ଦିନରେ ହିଁ ୨୫ ଲକ୍ଷ ଚାଷୀଙ୍କୁ ୨ଟି କିସ୍ତିର ୧୦ ହଜାର ଟଙ୍କା ଲେଖାଏଁ ଦିଆଯିବ ବୋଲି ନବୀନ ଘୋଷଣା କରିଛନ୍ତି ।
ଚଳିତ ନିର୍ବାଚନରେ ଆଦର୍ଶ ଆଚରଣ ବିଧିର କଡ଼ାକଡ଼ି ପାଳନ ଲାଗି ନିର୍ବାଚନ କମିଶନ ଘୋଷଣା କରିଥିଲେ ବି ଶାସକ ଦଳର ନେତା ଏପରିକି ଖୋଦ୍ ମୁଖ୍ୟମନ୍ତ୍ରୀ ଭୋଟ୍ ପାଇଁ ମତଦାତାଙ୍କୁ ଏପରି ପ୍ରଲୋଭନ ଦେଖାଇବା ଏବେ ଚର୍ଚ୍ଚାର ବିଷୟ ହୋଇଛି।
from Odisha Reporter http://bit.ly/2K9jeUf
No comments:
Post a Comment