ଘରେ ତିଆରି କରନ୍ତୁ ପୋଟଳ କୋଫ୍‌ତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 30, 2019

ଘରେ ତିଆରି କରନ୍ତୁ ପୋଟଳ କୋଫ୍‌ତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଫ୍‌ତା ବିଭିନ୍ନ ପ୍ରକାର ଜିନିଷରେ ତିଆରି ହୋଇଥାଏ। ଏହାକୁ ଖାଇବାକୁ ସମସ୍ତେ ଭଲ ମଧ୍ୟ ପାଇଥାନ୍ତି। ବାହାଘର, ପାର୍ଟି ଇତ୍ୟାଦିରେ ଏହା ଏକ ଅଲଗା ସ୍ୱାଦ ଦେଇଥାଏ। ତେବେ ଏହି ସ୍ୱାଦିଷ୍ଟ ବ୍ୟଞ୍ଜନକୁ ଆପଣ ଘରେ ମଧ୍ୟ ପ୍ରସ୍ତୁତ କରି ଖାଇପାରିବେ। ପୋଟଳ କୋଫ୍‌ତାକୁ କିପରି ପ୍ରସ୍ତୁତ କରିବେ ପଢ଼ନ୍ତୁ।

ଆବଶ୍ୟକ ସାମଗ୍ରୀ

ପୋଟଳ, କଟା ପିଆଜ, ବେସନ, କଟା ଟମାଟୋ, ତେଲ, ତେଜପତ୍ର, ହଳଦୀ, ଲୁଣ, କସ୍ତୁରୀ ମେଥି, ଶୁଖିଲା ଲଙ୍କା, ଜିରା, ଚିକେନ୍‌ ମସଲା, ଅଦା ରସୁଣ ପେଷ୍ଟ, ଗରମ ମସଲା, ଲଙ୍କା ଗୁଣ୍ଡ, ଧଣିଆ ପାଉଡର୍‌ ଓ ସ୍ୱାଦ ଅନୁସାରେ ଲୁଣ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଗୋଟା ପୋଟଳକୁ ପ୍ରେସର୍‌ କୁକର୍‌ରେ ପାଣି ଦେଇ ସିଝାଇ ଦିଅନ୍ତୁ। ପୋଟଳ ସିଝି ଗଲା ପରେ ତାକୁ ପ୍ରେସର୍‌ରୁ ବାହାର କରି ଏକ ପାତ୍ରରେ ରଖ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ। ପୋଟଳ ଥଣ୍ଡା ହେଲା ପରେ ଚିପୁଡ଼ିକି ସେଥିରୁ ପାଣି ବାହାର କରିଦିଅନ୍ତୁ। ଏହା ପରେ ପୋଟଳ ଗୁଡ଼ିକୁ ଚକଟି ଦିଅନ୍ତୁ। ଏହାପରେ ସେଥିରେ ବେସନ, ଅଦା ରସୁଣ ପେଷ୍ଟ, ଲୁଣ, ହଳଦୀ, ଲଙ୍କା ଗୁଣ୍ଡ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ।

ଏହାକୁ ଏବେ ଗୋଲ୍‌ ଗୋଲ୍‌ କରି ରଖନ୍ତୁ। ଗ୍ୟାସ୍‌ରେ କଡ଼େଇ ବସାଇ ତେଲ ଗରମ କରି ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ପୋଟଳ ମସଲା ବଲ୍‌କୁ ଛାଣି ଏକ ପାତ୍ରରେ ରଖନ୍ତୁ।

ଏହା ପରେ ଆଉ ଏକ କଡେଇରେ ତେଲ ଗରମ କରି ସେଥିରେ ତେଜ ପତ୍ର, ଗୋଟା ଶୁଖିଲା ଲଙ୍କା, ଜିରା, ପିଆଜ, ପକାଇ ଭାଜନ୍ତୁ। ଏହାକୁ ପୂରା ଭାଜିବେ ନାହିଁ। ଏବେ ଏଥିରେ ଅଦା ରସୁଣ ପେଷ୍ଟ, ହଳଦୀ ଗୁଣ୍ଡ, ଧଣିଆ ଗୁଣ୍ଡ, ଲଙ୍କା ଗୁଣ୍ଡ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ।

ଏହା ପରେ ସେଥିରେ ଚିକେନ୍‌ ମସଲା, ଟମାଟୋ ପେଷ୍ଟ ଏବଂ ଲୁଣ ପକାଇ ଭଲରେ କଷାଇ ଦିଅନ୍ତୁ। ମସଲା ଭଲରେ କଷାଇ ହେଲା ପରେ ସେଥିରେ କସ୍ତୁରି ମେଥି ପକାଇ ଗୋଳାଇ ଦିଅନ୍ତୁ। ଏହା ପରେ ସେଥିରେ ପାଣି ଦେଇ ଫୁଟିବାକୁ ଛାଡ଼ି ଦିଅନ୍ତୁ।

ଝୋଳ ଭଲରେ ଫୁଟିଗଲା ପରେ ସେଥିରେ ପୂର୍ବରୁ ଛଣା ହୋଇଥିବା କୋଫ୍‌ତା ପକାଇ ଘୋଡ଼ଣୀ ବନ୍ଦ କରି ଫୁଟିବାକୁ ଛାଡ଼ି ଦିଅନ୍ତୁ। କିଛି ସମୟ ଫୁଟିଲା ପରେ ସେଥିରେ ଗରମ ମସଲା ପକାଇ ଗ୍ୟାସ୍‌ ବନ୍ଦ କରିଦିଅନ୍ତୁ।

ଏବେ ପ୍ରସ୍ତୁତ ହେଇଯିବ ଆପଣଙ୍କର ପୋଟଳ କୋଫ୍‌ତା। ଏହାକୁ ରୁଟି କିମ୍ବା ଭାତରେ ଖାଇଲେ ଏହା ବହୁତ ସ୍ୱାଦିଷ୍ଟ ଲାଗିଥାଏ। ଏହାକୁ ଆପଣ ରୁମାଲ୍‌ ରୁଟି ସହ ମଧ୍ୟ ଖାଇ ପାରିବେ।



from Odisha Reporter http://bit.ly/2DGCuCK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages