ମର୍ଦ୍ଦାନୀ- ୨: ସାମ୍ନାକୁ ଆସିଲା ରାନୀଙ୍କ ଫାଷ୍ଟ୍ ଲୁକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 30, 2019

ମର୍ଦ୍ଦାନୀ- ୨: ସାମ୍ନାକୁ ଆସିଲା ରାନୀଙ୍କ ଫାଷ୍ଟ୍ ଲୁକ୍‌

rani

ମୁମ୍ବାଇ: ରାନୀ ମୁଖାର୍ଜି ଏବେ ତାଙ୍କ ଫିଲ୍ମ ‘ମର୍ଦ୍ଦାନୀ-୨’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ରିପୋର୍ଟ ମୁତାବକ ପ୍ରଥମ ସିଡ୍ୟୁଲ୍‌ ଶୁଟିଂ ପୂରା କରିବା ପରେ ଟିମ୍‌ ଏବେ ଦ୍ୱିତୀୟ ସିଡ୍ୟୁଲ୍‌ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏ ସବୁ ଭିତରେ ରାନୀ ମୁଖାର୍ଜୀଙ୍କ ପ୍ରଥମ ଲୁକ୍‌ ସାମ୍ନାକୁ ଆସିଛି। ସେହି ଲୁକ୍‌ରେ ରାନୀ ଖାକୀ ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଛି।
ପୁଲିସ୍‌ ଅଫିସର୍‌ ଲୁକ୍‌ରେ ରାନୀଙ୍କ ଲୁକ୍‌ ଦର୍ଶକଙ୍କୁ ଖୁବ୍‌ ପ୍ରଭାବିତ କରିବ। ଏହି ଫିଲ୍ମରେ ରାନୀ ଏସିପି ଶିବାନୀ ସିବୀଜହୀ ରୟ ଚରିତ୍ରରେ ଅଭିନୟ କରୁଛନ୍ତି।
ଏହି ଫିଲ୍ମକୁ ଗୋପି ପୁତ୍‌ରନ୍‌ଙ୍କ ନିର୍ଦ୍ଦେଶନା ଦେଇଥିବାବେଳେ ପ୍ରଡ୍ୟସ୍‌ କରିଛନ୍ତି ଆଦିତ୍ୟ ଚୋପ୍ରା।  ୨୦୧୯ରେ ଏହି ଫିଲ୍ମ ରିଲିଜ୍‌ କରିବାକୁ ଯୋଜନା କରାଯାଉଛି।

 

View this post on Instagram

 

Here’s the first look… Rani Mukerji in #Mardaani2… Directed by Gopi Puthran… Produced by Aditya Chopra… 2019 release.

A post shared by Taran Adarsh (@taranadarsh) on Apr 29, 2019 at 9:55pm PDT

ମର୍ଦ୍ଦାନୀ-୨ର ଦ୍ୱିତୀୟ ସିଡ୍ୟୁଲ୍‌ ଶୁଟିଂ ଆସନ୍ତା ସପ୍ତାହରେ ରାଜସ୍ତାନ୍‌ରେ ଆରମ୍ଭ ହେବ। ରାଜସ୍ଥାନ୍‌ର କୋଟା ଓ ଜୟପୁର୍‌ରେ ଫିଲ୍ମର କିଛି ଅଂଶ ଶୁଟିଂ କରାଯିବ। ରାଜସ୍ଥାନ୍‌ର ଶୁଟିଂକୁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଫିଲ୍ମର ଅନେକ ଅଂଶ ମୁମ୍ବାଇରେ ବି ଶୁଟିଂ କରାଯିବ।

ସୂଚନାଯୋଗ୍ୟ ଯେ, ଏହାର ପ୍ରଥମ ପାର୍ଟ ‘ମର୍ଦ୍ଦାନୀ’ ୨୦୧୪ରେ ରିଲିଜ୍‌ ହୋଇଥିଲା। ପ୍ରଥମ ପାର୍ଟରେ ବି ରାନୀ ମୁଖାର୍ଜି ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି। ଏହି ଫିଲ୍ମକୁ ଦର୍ଶକଙ୍କ ଖୁବ୍‌ ଭଲ ପାଇବା ମିଳିଥିଲା। ଫିଲ୍ମର କାହାଣୀ ଜଣେ ସଚ୍ଚୋଟ ପୁଲିସ୍‌ ଅଫିସରଙ୍କ କାହାଣୀ ଉପରେ ଆଧାରିତ ଥିଲା।



from Odisha Reporter http://bit.ly/2WdPRSb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages