ସର୍ବାଧିକ ଡଟ୍ ବଲ ପକାଇ ରେକର୍ଡ କଲେ ଚହର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 10, 2019

ସର୍ବାଧିକ ଡଟ୍ ବଲ ପକାଇ ରେକର୍ଡ କଲେ ଚହର୍

ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗସର ମିଡିୟମ ପେସ୍ ବୋଲର ଦୀପକ ଚହର ଆଇପିଏଲ ଇତିହାସରେ ଗୋଟିଏ ଇନିଂସରେ ସର୍ବାଧିକ ଡଟ୍ ବଲ୍ ପକାଇବାରେ ରେକର୍ଡ କରିଛନ୍ତି। ଚହର କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମୁକାବିଲାରେ ୨୦ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ।

ଏହି ମ୍ୟାଚରେ ସେ ମୋଟ ୨୦ଟି ଡଟ୍ ବଲ୍ ପକାଇ ଆଇପିଏଲ୍ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏହି ମାମଲାରେ ସେ ସନରାଇଜର୍ସ ହାଇଦ୍ରାବାଦ ସ୍ପିନର ରଶିଦ୍ ଖାନ ଓ କିଙ୍ଗସ ଇଲେଭେନ୍ ପଞ୍ଜାବ ପେସର୍ ଅଙ୍କିତ ରାଜପୁତଙ୍କୁ ପଛରେ ପକାଇ ଦେଇଛନ୍ତି। ଉଭୟେ ୧୮ଟି ଲେଖାଏ ଡଟ୍ ବଲ୍ ପକାଇଥିଲେ।

୨୬ ବର୍ଷୀୟ ଚହର କୋଲକାତା ଇନିଂସର ୧୯ତମ ଓଭରରେ ୫ଟି ଡଟ୍ ପକାଇଥିଲେ ଏବଂ ଏହି ସମୟରେ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଆନ୍ଦ୍ରେ ରସେଲ୍ ମଧ୍ୟ ବ୍ୟାଟିଂ କରୁଥିଲେ। ଏହି ମ୍ୟାଚରେ ଚହର କେକେଆର ଟପଅର୍ଡର ବ୍ୟାଟ୍ସମ୍ୟାନଙ୍କୁ ଶସ୍ତାରେ ପ୍ୟାଭିଲିୟନ୍ ପଠାଇଥିଲେ। ସେ ଓପ୍ନର କ୍ରିସ୍ ଲିନ୍, ନୀତୀଶ ରାଣା ଓ ରବିନ୍ ଉଥାପ୍ପାଙ୍କ ୱିକେଟ୍ ନେଇଥିଲେ।



from Odisha Reporter http://bit.ly/2U8MXfF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages