ବିଜେପିକୁ ଭୋଟ୍‌ ଦେବାକୁ ୯୦୦ କଳାକାରଙ୍କ ନିବେଦନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 10, 2019

ବିଜେପିକୁ ଭୋଟ୍‌ ଦେବାକୁ ୯୦୦ କଳାକାରଙ୍କ ନିବେଦନ

ନୂଆଦିଲ୍ଲୀ: ଆସନ୍ତାକାଲି ଦେଶରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହାପୂର୍ବରୁ ଦେଶର ୯୦୦ରୁ ଅଧିକ କଳାକଳାର ଏକ ମିଳିତ ବିବୃତି ଜାରି କରି ବିଜେପିକୁ ଭୋଟ ଦେବାକୁ ସାଧାରଣ ଲୋକଙ୍କୁ ନିବେଦନ କରିଛନ୍ତି। ଏହି କାଳକାରଙ୍କ ମଧ୍ୟରେ ପଣ୍ଡିତ ଯଶରାଜ, ଶଙ୍କର ମହାଦେବନ, ରୂପା ଗାଙ୍ଗୁଲି ଓ ବିବେକ ଓବରାୟ ରହିଛନ୍ତି।

ଏମାନେ ମିଳିତ ବିବୃତିରେ କହିଛନ୍ତି, ଦେଶରେ ମଜଭୁତ ସରକାର ଆସିବା ଦରକାର। ତେଣୁ ବିଜେପିକୁ ସମସ୍ତେ ଭୋଟ୍‌ ଦିଅନ୍ତୁ। ଦେଶକୁ ଏକ ମଜଭୁତ ସରକାର ଦରକାର, ମଜବୁର ସରକାର ଦରକାର ନାହିଁ। ଲୋକମାନେ କାହା ଚାପରେ କିମ୍ବା ପ୍ରଲୋଭନରେ ନୁହେଁ ବରଂ ନିଜ ଇଚ୍ଛାରେ ଭୋଟ ଦିଅନ୍ତୁ। ବର୍ତ୍ତମାନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଆବଶ୍ୟକ।

ସେହିପରି ଆତଙ୍କବାଦର ମୂଳପୋଛ ପାଇଁ ଦେଶରେ ଏକ ମଜଭୁତ ସରକାର ଦରକାର। ମଜବୁର ସରକାର ଏଠାରେ ଆସିବାର କୌଣସି ଆବଶ୍ୟକ ନାହିଁ। ତେଣୁ ଆମେ ବର୍ତ୍ତମାନର ସରକାର ଆଗକୁ ମଧ୍ୟ ରହିବା ଦରକାର।”

ଏହି ମିଳିତ ବିବୃତିରେ ତ୍ରିଲୋକି ନାଥ ମିଶ୍ର, କୋଏନା ମିତ୍ର, ଅନୁରାଧା ପୌଡ଼ୱାଲ୍‌ ଓ ହଂସ ରାଜ ହାନ୍ସଙ୍କ ଭଳି କଳାକାର ଦସ୍ତଖତ କରିଛନ୍ତି। ଏହା ୧୨ଟି ଭାଷାରେ ପ୍ରକାଶ କରାଯାଇଛି।

ଏହାପୂର୍ବରୁ ନଶିରୁଦ୍ଦିନ ଶାହଙ୍କ ଭଳି ୬୦୦ ଶହ ଜଣ ଥିଏଟର କଳାକାର ବିଜେପି ଓ ଏହାର ସହଯୋଗୀମାନଙ୍କୁ କ୍ଷମତାରୁ ହଟାଇବା ପାଇଁ ଏକ ବିବୃତି ଜାରି କରିଥିଲେ। ଏଥିରେ କୁହାଯାଇଥିଲା ଯେ ବିଜେପି ସରକାର ଅମଳରେ ଭାରତୀୟ ସମ୍ବିଧାନ ବିପଦରେ ପଡ଼ିଛି।



from Odisha Reporter http://bit.ly/2Z1o21j

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages