ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବିଜେପିର ଥାନା ଘେରାଉ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 25, 2019

ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବିଜେପିର ଥାନା ଘେରାଉ

ଯାଜପୁର(ଅଭୟ ପତି):ସୁକିନ୍ଦାରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ବିଜେପି ପକ୍ଷରୁ ସୁକିନ୍ଦା ଥାନା ଘେରାଉ କରାଯାଇଛି। ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବିଜେପି ପକ୍ଷରୁ ଏହି ଥାନା ଘେରାଉ କରାଯାଇଛି। ୪୮ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ବିଜେପି ରାଜ ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ଅଭିଯୋଗକାରୀ ତଥା ପୀଡିତାର ବାପା ଏତଲାରେ ପୂର୍ବତନ ମନ୍ତ୍ରୀଙ୍କ ସଂପର୍କୀୟ ଓ ଅନ୍ୟ ଜଣଙ୍କ ନାଁ ଉଲ୍ଲେଖ କରିଛନ୍ତି। ଏ ଦୁହେଁ ତାଙ୍କ ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଦର୍ଶାଯାଇଛି। ପୁଲିସ୍‌ ଘଟଣା ଉପରେ ଏକ SC/ ST ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବା ଦାବିରେ ଗତକାଲି ବିଳମ୍ବିତ ରାତିରେ ମଧ୍ୟ ସ୍ଥାନୀୟ ଲୋକେ ସୁକିନ୍ଦା ଥାନା ଘେରାଉ କରିଥିଲେ। ତେବେ ଆଜି ପୁଣି ଥରେ ବିଜେପି ପକ୍ଷରୁ ଥାନା ଘେରାଉ କରାଯାଇଛି।

ଥାନାରେ ଦିଆଯାଇଥିବା ଏତଲା ଅନୁଯାୟୀ, ଯୁବତୀ ଜଣଙ୍କ ତାଙ୍କ ବାପାଙ୍କ ଦୋକାନରେ ବସିଥିବା ବେଳେ ଅପରାହ୍ନ ପ୍ରାୟ ୪ଟା ବେଳେ ଜଣେ ଅଭିଯୁକ୍ତ ସେଠାକୁ ଆସିଥିଲା ଓ ସଫଲ୍‌ ମାଗିଥିଲା। ଯୁବତୀ ଜଣଙ୍କ ତାଙ୍କୁ ସଫଲ ପ୍ୟାକେଟ୍ ବଢ଼ାଇ ଦେବା ବେଳେ ସେ ତାଙ୍କ ହାତ ଧରି ଘୋଷାରି ଘୋଷାରି ଗାଡ଼ି ଭିତରକୁ ନେଇ ଯାଇଥିଲା। ସେତେବେଳେ ଯୁବତୀଙ୍କ ଘରେ କେହି ନଥିଲେ।

ଅଭିଯୁକ୍ତ ତାଙ୍କୁ ଡୁବୁରି ରାସ୍ତାରେ ନେଇ ଯାଇଥିଲା।  ବାଟରେ ଏକ ସ୍ଥାନରେ ସେ ତାଙ୍କୁ ଦୁଷ୍କର୍ମ କରିଥିଲା। ତା’ପରେ ସେ ତାଙ୍କୁ ଉକ୍ତ ରାଜନେତାଙ୍କ ସଂପର୍କୀୟଙ୍କ ନିକଟକୁ ନେଇ ଯାଇଥିଲା। ଚାକିରି କରାଇ ଦେବାକୁ କହି ଉଭୟେ ତାଙ୍କୁ ସେଠାରେ ଦୁଷ୍କର୍ମ କରିଥିଲେ। ସେମାନେ ତାଙ୍କୁ ମାଡ଼ ମଧ୍ୟ ମାରିଥିଲେ। ତା’ପରେ ଯେଉଁ ଅଭିଯୁକ୍ତ ତାଙ୍କୁ ଦୋକାନରୁ ଉଠାଇ ନେଇଥିଲା, ସେ ହିଁ ଆଣି ତାଙ୍କୁ ଘର ପାଖରେ ଛାଡ଼ି ପଳାଇଥିଲା। ଝିଅଠାରୁ ସବୁ କଥା ଶୁଣିବା ପରେ ତାଙ୍କ ବାପା ଥାନାରେ ଏତଲା ଦେଇଛନ୍ତି।



from Odisha Reporter http://bit.ly/2ZuHpQJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages