ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଆସାମରେ ସର୍ବାଧିକ ୮୫.୧୧% ଭୋଟିଂ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 25, 2019

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଆସାମରେ ସର୍ବାଧିକ ୮୫.୧୧% ଭୋଟିଂ

ଗୁଆହାଟୀ: ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୧୧୭ଟି ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟ୍‌ ଗ୍ରହଣ ହୋଇଥିବାବେଳେ ଆସାମରେ ଭୋଟ୍‌ଗ୍ରହଣ ହାର ସର୍ବାଧିକ ଥିବା ଜଣାପଡ଼ିଛି। ଏଠାରେ ୮୫.୧୧% ଭୋଟର ଭୋଟ୍‌ ଦେଇଥିବା ଜଣାପଡ଼ିଛି। ତେବେ ଏହି ପର୍ଯ୍ୟାୟରେ ଆସାମର ମୋଟ ୪ଟି ଲୋକସଭା ପାଇଁ ଭୋଟ୍‌ ଗ୍ରହଣ କରାଯାଇଥିଲା। ଏହି ପର୍ଯ୍ୟାୟରେ ସାରା ଦେଶରେ ମୋଟ ୬୬% ଭୋଟ୍ ଗ୍ରହଣ ହୋଇଥିଲା।

ତେବେ ତଥ୍ୟ ଏବଂ ଏହି ନିର୍ବାଚନୀ କ୍ଷେତ୍ରଗୁଡ଼ିକର ଜନସଂଖ୍ୟାକୁ ହିସାବକୁ ନେଲେ ଏଭଳି ଆଶାତୀତ ଭୋଟିଂ ହାରର କାରଣ ସାମ୍ନାକୁ ଆସିଛି। ଏହି ୪ ନିର୍ବାଚନମଣ୍ଡଳୀରେ ମୁଖ୍ୟତଃ ବାଂଲାଦେଶରୁ ଆସିଥିବା ପ୍ରବାସୀ ମୁସଲିମ୍‌ ଭୋଟରମାନଙ୍କର ସଂଖ୍ୟା ଓ ଭୂମିକା ବହୁତ ଅଧିକ। ଏଠାକାର ଧୁବ୍ରି ଆସନରେ ମୁସଲିମ୍‌ ଭୋଟରଙ୍କ ସଂଖ୍ୟା ୮୦%, ବାରପେଟାରେ ୭୦%, ଗୁଆହାଟୀରେ ୨୨% ଏବଂ କୋକ୍ରାଝରରେ ୨୧%। ଏହି ୪ ଲୋକସଭା ଆସନରେ ମୁସଲିମ୍‌ ଭୋଟରଙ୍କ ସଂଖ୍ୟା ମୋଟ ୩୧ ଲକ୍ଷ। ଏହା ମୋଟ ଭୋଟରଙ୍କ ସଂଖ୍ୟାର ୪୦%।

ଏହା ପଛରେ ‘ସିଟିଜେନ୍‌ଶିପ୍‌ ବିଲ୍‌’ ସବୁଠାରୁ ବଡ଼ ଫ୍ୟାକ୍ଟର ଭାବରେ କାମ କରିଛି। ଏହାକୁ ଏକ ବଡ଼ ପ୍ରସଙ୍ଗ କରି କେନ୍ଦ୍ରରେ କ୍ଷମତାସୀନ ବିଜେପି ବିରୋଧରେ ବିରୋଧୀଦଳମାନେ ପ୍ରଚାର କରିଆସିଥିବାରୁ ଏହାର ପ୍ରଭାବ ପଡ଼ିଥିବା କୁହାଯାଉଛି। ଏହି ବିଲ୍‌କୁ ନେଇ ସଂଘଟିତ ଧ୍ରୁବୀକରଣ କାରଣରୁ ଅନୁପ୍ରବେଶକାରୀ ମୁସଲିମ୍‌ମାନେ ଅଧିକ ପ୍ରଭାବିତ ହେବାକୁ ଥିବାବେଳେ ଏହି ୪ ନିର୍ବାଚନମଣ୍ଡଳୀରେ ସେମାନଙ୍କ ସଂଖ୍ୟା ଅଧିକ। ଏହି ବିଲ୍‌ ଲୋକସଭାରେ ପାରିତ ହୋଇସାରିଥିଲେ ମଧ୍ୟ ରାଜ୍ୟସଭାରେ ଅଟକି ରହିଛି।



from Odisha Reporter http://bit.ly/2ZI3jA6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages