କଂଗ୍ରେସର ନିର୍ବାଚନୀ ଇସ୍ତାହାର ମିଛ ପ୍ରତିଶ୍ରୁତି : ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 3, 2019

କଂଗ୍ରେସର ନିର୍ବାଚନୀ ଇସ୍ତାହାର ମିଛ ପ୍ରତିଶ୍ରୁତି : ମୋଦି

ଇଟାନଗର: ଗତକାଲି କଂଗ୍ରେସ ଜାରି କରିଥିବା ନିର୍ବାଚନୀ ଇସ୍ତାହାରକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ବୁଧବାର ଅରୁଣାଚଳ ପ୍ରଦେଶର ଏକ ରାଲିରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ୬୦ ବର୍ଷ ହେବ କଂଗ୍ରେସ ସରକାରରେ ରହିବା ପରେ ଲୋକଙ୍କ ମୌଳିକ ଆବଶ୍ୟକତା ଦୂର କରିପାରି ନାହଁ, ଏବେ ସେସବୁ କିଭଲି ଦୁର କରିବ ବୋଲି ପୁଣି ପ୍ରଶ୍ନ କରିଛନ୍ତି ମୋଦି। କଂଗ୍ରେସ ଇସ୍ତାହାର ପତ୍ର ସମ୍ପୁର୍ଣ୍ଣ ମିଛ ବୋଲି ସେ ରାଲିରେ ସମ୍ବୋଧନ ବେଳେ କହିଛନ୍ତି।

ଅରୁଣାଚଳ ପ୍ରଦେଶରେ କଂଗ୍ରେସ ସରକାରରେ ଥିବା ବେଳେ ପୂର୍ବ ଏସିଆର ମୁଖଶାଳା ଅରୁଣାଚଳ ପ୍ରଦେଶ ହେବ ବୋଲି ଘୋଷଣା କରିଥିଲା। ହେଲେ ଏହା ପୁରଣ କରିନଥିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। “୫ ବର୍ଷ ଭିତରେ ଅନେକ କିଛି ଲୋକଙ୍କ ପାଇଁ ଆମ ସରକାର କରିଛି। ଏବଂ ପୂର୍ବ ୟୁପିଏ ସରକାର ପରେ ଆମ ସରକାର ଅନେକ ଚ୍ୟାଲେଞ୍ଜକୁ ସାମ୍ନା କରି ଆଗକୁ ବଢ଼ିଛି” ବୋଲି ସେ କହିଛନ୍ତି।

୨୦୦୪ରେ କଂଗ୍ରେସ ସମସ୍ତଙ୍କୁ ଘର ଓ ବିଦ୍ୟୁତ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଥିଲା, ହେଲେ ୨୦୦୯ରେ ମଧ୍ୟ କଂଗ୍ରେସ ସମାନ ଘୋଷଣା କାହିଁକି କରିଥିଲା ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି।

ଏହାପରେ ବି ୨୦୧୪ରେ ସହରାଞ୍ଚଳରେ ୧୦୦ ପ୍ରତିଶତ ଘର ଏବଂ ଗ୍ରାମାଞ୍ଚଳରେ ୯୦ ପ୍ରତିଶତ ବିଦ୍ୟୁତ ସଂଯୋଗ ଦେବ ବୋଲି କଂଗ୍ରେସ ନିର୍ବାଚନୀ ଇସ୍ତାହାର ଘୋଷଣା କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ହେଲେ ୨୦୧୪ରେ ବିଜେପି ସରକାରକୁ ଆସିବା ପରେ ବି ୧୮ ହଜାର ଗାଁକୁ ବିଦ୍ୟୁତ ସଂଯୋଗ ହୋଇନଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ମାତ୍ର ୧୦୦୦ ଦିନରେ ୧୮ ହଜାର ଗାଁକୁ ବିଦ୍ୟୁତ ସଂଯୋଗ କରିବାରେ ବିଜେପି ସରକାର ସଫଳ ହୋଇଛି ବୋଲି ସେ କହିଛନ୍ତି।

ଏଥିସହ ନିଜ କାର୍ଯ୍ୟକାଳ ଭିତରେ ବିନା ଛୁଟିରେ ଆପଣମାନଙ୍କ ପାଇଁ ଓ ଦେଶ ପାଇଁ ମୁଁ କାମ କରିଛି ବୋଲି ନରେନ୍ଦ୍ର ମୋଦି କହିଛନ୍ତି। ଅରୁଣାଚଳ ପ୍ରଦେଶକୁ ଏହି ରାଲିରେ ବିଜେପି ପାଇଁ ଭୋଟ ଦେବାକୁ ନିବେଦନ କରିଥିବାବେଳେ ପାଞ୍ଚ ବର୍ଷ ଭିତରେ ସେ ୩୦ଥର ସରକାରୀ କାମରେ ଆସିଥିବା କହିଛନ୍ତି।

ସୂଚନାଯୋଗ୍ୟ ଅରୁଣାଚଳ ପ୍ରଦେଶ ପ୍ରଥମ ପର୍ଯ୍ୟାୟରେ ୨ଟି ଲୋକସଭା ଓ ୬୦ଟି ବିଧାନସଭା ପାଇଁ ମତଦାନ ଦେବ। ଓଡ଼ିଶା, ଆନ୍ଧ୍ରପ୍ରଦେଶ ଭଳି ଏକା ସାଙ୍ଗରେ ଅରୁଣାଚଳ ପ୍ରଦେଶରେ ଲୋକସଭା ଓ ବିଧାନସଭା ନିର୍ବାଚନ ହେଉଛି।



from Odisha Reporter https://ift.tt/2UsCf84

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages