ଜାଣନ୍ତୁ କେଉଁ ଦିଗରେ କେଉଁ କାର୍ଯ୍ୟ କରିବା ଶୁଭ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 3, 2019

ଜାଣନ୍ତୁ କେଉଁ ଦିଗରେ କେଉଁ କାର୍ଯ୍ୟ କରିବା ଶୁଭ…

ଭୁଊନେଶ୍ୱର(ଓଡ଼ିଶା ରିପୋର୍ଟର): ବାସ୍ତୁଶାସ୍ତ୍ର ଅନୁଯାୟୀ ଆମ ଜୀବନରେ ଘଟୁଥିବା ସମସ୍ତ ଶୁଭ ଅଶୁଭ ଘଟଣା ଆମ ଘରର ବାସ୍ତୁ ପ୍ରଭାବରେ ହୋଇଥାଏ। ବାସ୍ତୁବିଦ୍‌ଙ୍କ ଅନୁଯାୟୀ ପ୍ରତ୍ୟେକ ଜିନିଷ ଓ ପ୍ରତ୍ୟେକ କାମ ପାଇଁ ଏକ ନିର୍ଦ୍ଦିଷ୍ଟ ଦିଗ ଶୁଭ ହୋଇଥାଏ। ତେଣୁ ସଫଳତା ଆଉ ବିଫଳତା ଆମ ନିଷ୍ଠା, ଉଦ୍ୟମ ଓ କାର୍ଯ୍ୟର ଦିଗ ଉପରେ ନିର୍ଭର କରିଥାଏ। ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ର ଅନୁଯାୟୀ କେଉଁ କାର୍ଯ୍ୟ ପାଇଁ କେଉଁ ଦିଗଟି ଶୁଭ ହୋଇଥାଏ ?

୧) ବାସ୍ତୁଶାସ୍ତ୍ର ମୁତାବକ, ଛାତ୍ରଛାତ୍ରୀମାନେ ଘରର ପୂର୍ବ ଦିଗରେ ପାଠ ପଢ଼ିବାକୁ ବସିଲେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଏହି ଦିଗକୁ ମୁହଁ କରି ପଢ଼ିଲେ ଛାତ୍ରଛାତ୍ରୀଙ୍କ ମନ ଅନ୍ୟ କୌଣସି ଆଡ଼କୁ ନ ଯାଇ ପାଠପଢ଼ାରେ ହିଁ ଲାଗିଥାଏ।

୨) ଯଦି କୌଣସି ବ୍ୟକ୍ତି ତାଙ୍କର କିଛି ନୂଆ କାର୍ଯ୍ୟକୁ ଆରମ୍ଭ କରିବା କଥାକୁ ଚିନ୍ତା କରୁଥାନ୍ତି, ତେବେ କାର୍ଯ୍ୟର ଆରମ୍ଭ ଘରର ଉତ୍ତର ଦିଗରେ କଲେ ଅଧିକ ଶୁଭଫଳ ଆଣି ଦେଇଥାଏ।

puja୩) ଘରର ମନ୍ଦିରରେ ପୂଜା କଲାବେଳେ ମଧ୍ୟ ଦିଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବାସ୍ତୁ ଅନୁଯାୟୀ ପୂଜା କରୁଥିବା ସମୟରେ ବ୍ୟକ୍ତି ପଶ୍ଚିମ ଦିଗକୁ ମୁହଁ କରି ବସିବା ଶୁଭ ହୋଇଥାଏ। ଏହା ଦ୍ୱାରା ଆପଣଙ୍କ ପୂଜା ସଫଳ ହେବା ସହ ଆପଣଙ୍କ ମନସ୍କାମନା ପୂରଣ ହୋଇଥାଏ।

୪) ଏଥିସହିତ ଦୋକାନ ବା ଅଫିସ୍‌ରେ ବସି କାମ କରିଲାବେଳେ ସେଠାକାର ମୁଖ୍ୟଙ୍କର ମୁହଁ ଉତ୍ତର ଦିଗକୁ ରହିବା ଉଚିତ୍। ଏହା ଫଳରେ ତାଙ୍କୁ ସର୍ବଦା କାର୍ଯ୍ୟରେ ସଫଳତା ମିଳିଥାଏ।

୫) ବାସ୍ତୁ ଅନୁଯାୟୀ ରୋଷେଇ ଘରେ ରୋଷେଇ କରୁଥିବା ବ୍ୟକ୍ତିର ମୁହଁ ସଦା ସର୍ବଦା ପୂର୍ବ ଏବଂ ଉତ୍ତର ଦିଗରେ ରହିବାକୁ ଶୁଭ ବୋଲି ବିବେଚନା କରାଯାଇଥାଏ। ଏହା ଦ୍ୱାରା ମା’ ଅନ୍ନପୂର୍ଣ୍ଣାଙ୍କର ଆଶୀର୍ବାଦ ରହିଥାଏ ଓ ଘରେ କେବେ ହେଲେ ଅନ୍ନ ଅଭାବ ହୁଏ ନାହିଁ।

୬) ଖାଇବା ବେଳେ ମଧ୍ୟ ଆପଣଙ୍କୁ ଦିଗ ଉପରେ ଧ୍ୟାନ ରଖିବାକୁ ହେବ। ବାସ୍ତୁ ଅନୁସାରେ ଉତ୍ତର-ପୂର୍ବ ଦିଗକୁ ମୁହଁ କରି ଖାଇବା ଶୁଭଦାୟକ ହୋଇଥାଏ।

୭)   ଶୋଇବା ସମୟରେ ମଧ୍ୟ ବ୍ୟକ୍ତିର ମୁଣ୍ଡ ଦକ୍ଷିଣ ଦିଗକୁ ରହିବାଟା ଶୁଭ ହୋଇଥାଏ। ଏହାବ୍ୟତୀତ ଅନ୍ୟ କୌଣସି ଦିଗକୁ ମୁଣ୍ଡ କରି ଶୋଇବା ଅଶୁଭ ବୋଲି ବିବେଚନା କରାଯାଏ।

ନିଜ ଦୈନଦିନ ଜୀବନରେ ବିଭିନ୍ନ କାମ କରିବା ବେଳେ ଆମେ ବାସ୍ତୁବିଦ୍‌ଙ୍କ ପରାମର୍ଶ ଅନୁଯାୟୀ ଏସବୁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ। ଏହା କଲେ କାମରେ ସୁଫଳ ମିଳିବା ବୋଲି ଦୃଢ ବିଶ୍ୱାସ ରହିଛି।



from Odisha Reporter https://ift.tt/2K5yFwG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages