ପୁଣି ଆସିବେ ଶାହ, ରାଜନାଥ ଓ ଗଡ଼କରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 21, 2019

ପୁଣି ଆସିବେ ଶାହ, ରାଜନାଥ ଓ ଗଡ଼କରୀ

amitshah

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ୨୭ ତାରିଖରେ ଶ୍ରୀ ଶାହ ମୟୂରଭଞ୍ଜର ମୋରଡ଼ାରେ ଓ ଯାଜପୁରର ସୁକିନ୍ଦାରେ ନିର୍ବାଚନୀ ସଭାରେ ଯୋଗ ଦେବେ। ତାଙ୍କ ପୂର୍ବରୁ ୨୫ ତାରିଖରେ ରାଜନାଥ ସିଂହ ଆସିବେ।

୨୪ ତାରିଖରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ପୁଣି ଥରେ ଓଡ଼ିଶା ଆସିବେ। ସେ ଯାଜପୁର ଓ ମୟୂରଭଞ୍ଜରେ କିଛି ସ୍ଥାନରେ ନିର୍ବାଚନ ପ୍ରଚାର କରିବେ। ସେହିପରି ରୂପା ଗାଙ୍ଗୁଲି ୨୬ ତାରିଖରେ ଆସିବେ।

ରାଜନାଥ ସିଂହ ଓ ରୂପା ଗାଙ୍ଗୁଲିଙ୍କ କାର୍ଯ୍ୟକ୍ରମ ନେଇ ପରେ ସବିଶେଷ ସୂଚନା ଦିଆଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସୂଚନାଯୋଗ୍ୟ, ୨୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ସେ ସେହିଦିନ କେନ୍ଦ୍ରାପଡ଼ା ଓ ବାଲେଶ୍ୱରରେ ଦୁଇଟି ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେବେ।

ଉଭୟ ପ୍ରଧାନମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଓଡ଼ିଶାରେ ମାରାଥନ୍ ପ୍ରଚାର କରୁଛନ୍ତି। ପ୍ରାୟ ପ୍ରତ୍ୟେକ ଲୋକସଭା ନିର୍ବାଚନ ମଣ୍ଡଳୀକୁ ସେମାନେ ଛୁଇଁବାକୁ ଚେଷ୍ଟା କରୁଛନ୍ତି। ଏହା ପୂର୍ବରୁ ଅମିତ ଶାହ ଢେଙ୍କାନାଳ ଓ କଟକରେ ପ୍ରଚାର କରି ଯାଇଥିଲେ। ସେହିପରି ରାଜନାଥ ସିଂହ ମୟୂରଭଞ୍ଜ, ନୟାଗଡ଼ ଓ କଟକ ସଦରରେ ପ୍ରଚାର କରିଥିଲେ। ନୀତିନ ଗଡ଼କରୀ ମଧ୍ୟ ମୟୂରଭଞ୍ଜରେ ନିର୍ବାଚନ ପ୍ରଚାର କରିଥିଲେ। ରୂପା ଗାଙ୍ଗୁଲି ମଧ୍ୟ ଆସି ପ୍ରଚାର କରି ଯାଇଥିଲେ। ପ୍ରତ୍ୟେକ ଦିନ ବିଜେପିର ଷ୍ଟାର ପ୍ରଚାରକମାନେ ଓଡ଼ିଶା ଆସି ଜୋରସୋର ପ୍ରଚାର କରୁଛନ୍ତି।



from Odisha Reporter http://bit.ly/2UO3GdA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages