ବେଜିଂରେ ଉଠିଲା ଆତଙ୍କବାଦୀ ମାସୁଦ୍ ଆଝାର ପ୍ରସଙ୍ଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 22, 2019

ବେଜିଂରେ ଉଠିଲା ଆତଙ୍କବାଦୀ ମାସୁଦ୍ ଆଝାର ପ୍ରସଙ୍ଗ

ବେଜିଂ: ଆତଙ୍କବାଦୀ ମାସୁଦ୍ ଆଝାରକୁ କଳା ତାଲିକାଭୁକ୍ତ କରିବା ପ୍ରସଙ୍ଗରେ ଚାଇନା ସହ ଭାରତ ଆଜି ଆଲୋଚନା କରିଛି। ନୂଆଦିଲ୍ଲୀର ଏହି ପ୍ରସଙ୍ଗକୁ ବେଜିଂ ଗୁରୁତ୍ୱ ଦେବା ଦରକାର ବୋଲି ବୈଦେଶିକ ସଚିବ ବିଜୟ ଗୋଖଲେ ଚାଇନାର ଜାତୀୟ ପରିଷଦ ମୁଖ୍ୟ ତଥା ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ୟିଙ୍କୁ ଭେଟି କହିଛନ୍ତି। ଭାରତୀୟ ପ୍ରତିନିଧିମାନେ ଏହି ଦୁଇ ଦିନିଆ ଗସ୍ତ ସମୟରେ ଜାତିସଙ୍ଘରେ ଆତଙ୍କବାଦୀ ମାସୁଦ ଆଝାରକୁ କଳା ତାଲିକାଭୁକ୍ତ କରିବା ପାଇଁ ଚାଇନାକୁ ମନାଇବାକୁ ଚେଷ୍ଟା କରିବେ।
 
ସୂଚନାଯୋଗ୍ୟ, ଭାରତ ଜୈଶ୍‌-ଏ-ମହମ୍ମଦ ମୁଖ୍ୟ ମାସୁଦ୍‌ ଆଝାରକୁ ଜାତିସଂଘର ଅନ୍ତର୍ଜାତୀୟ ଆତଙ୍କବାଦୀ ତାଲିକାରେ ସାମିଲ କରିବାକୁ ପ୍ରୟାସ କରୁଥିବାବେଳେ ପ୍ରାୟ ସମସ୍ତ ରାଷ୍ଟ୍ର ଏହାକୁ ସମର୍ଥନ ଜଣାଇ ଆସୁଛନ୍ତି। କିନ୍ତୁ ଚାଇନାର ସ୍ୱତନ୍ତ୍ର ଭିଟୋ କ୍ଷମତା ଏଥିରେ କଣ୍ଟା ସାଜିଛି।
 
ଚାଇନାର ଏଭଳି ପ୍ରତିରୋଧ ପରେ ଗତମାସ ଆମେରିକା ଜାତିସଂଘରେ ନିଜ ଆଡୁ ଏକ ପ୍ରସ୍ତାବ ଆଣି ଆଝାରକୁ ଆତଙ୍କବାଦୀ ଘୋଷଣା କରିବା ପାଇଁ ଯୋଜନା କରିଛି। ଏମିତିକି ଆତଙ୍କବାଦୀ ମାସୁଦକୁ ସମର୍ଥନ କରୁଥିବାରୁ ଆମେରିକା ମଧ୍ୟ ଚାଇନାକୁ ସମାଲୋଚନା କରିଛି।  ତେବେ ଶ୍ରୀ ଗୋଖଲେ ପୂର୍ବରୁ ଚାଇନାରେ ଅବସ୍ଥାପିତ ଭାରତୀୟ ଦୂତାବାସରେ ଆମ୍ବାସାଡର ଥିବାରୁ ଚାଇନାକୁ ମନାଇବାରେ ଗୋଖଲେ ସମର୍ଥ ହେବେ ବୋଲି ଭାରତ ଆଶା ରଖିଛି। ତେବେ ଏହି ପ୍ରସଙ୍ଗରେ ଚାଇନା ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଲୁ ଚଳିତ ମାସ କହିଥିଲେ, ମାସୁଦ୍‌ ଅଝାରକୁ ତାଲିକାଭୁକ୍ତ କରିବାକୁ ନେଇ ଚାଇନା ମତ ବଦଳାଇବ ନାହିଁ। କିନ୍ତୁ ପ୍ରାୟ ସମସ୍ତ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଚାଇନା ଏପରି ନିଜର ଦୃଢ଼ତା ପ୍ରକାଶ କରି ଆସିଥିଲେ ମଧ୍ୟ ପରବର୍ତ୍ତୀ ମୁହୂର୍ତ୍ତରେ ତାହା ବଦଳିଥିବାର ନଜିର ରହିଛି।
 
ଚାଇନା ବୈଦେଶିକ ମନ୍ତ୍ରୀ କହିଛନ୍ତି ଦୁଇ ପଡ଼ୋଶୀ ଭାରତ ଏବଂ ଚାଇନା ବିଶ୍ୱର ଏବେ ଦୁଇଟି ବଡ଼ ବଜାର । ତେଣୁ ଉଭୟଙ୍କୁ ଭଲ ସମ୍ପର୍କ ରଖିବାକୁ ହେବ।
 
ସୂଚନାଯୋଗ୍ୟ, ମାସୁଦ ଆଝାର ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦର ମୁଖ୍ୟ। ଫେବୃଆରୀ ମାସରେ ଏକ ଆତ୍ମଘାତୀ ଆତଙ୍କବାଦୀ ସାହାଯ୍ୟରେ କଶ୍ମୀରର ପୁଲୱାମାରେ ସିଆରପିଏଫ ଗାଡ଼ି ଉପରେ ଆକ୍ରମଣ କରିଥିଲା। ଯେଉଁଥିରେ ୪୦ ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ।
 
ଭାରତ ଏହି ପ୍ରସଙ୍ଗ ଉଠାଇଥିବା ବେଳେ ଚଳିତ ସପ୍ତାହରେ ଚାଇନା ବେଲ୍ଟ ଆଣ୍ଡ ରୋଡ୍‌ ଫୋରମ୍‌ର ଦ୍ୱିତୀୟ ସଂସ୍କରଣ ଆରମ୍ଭ କରିବାକୁ ଯାଉଛି। ଯେଉଁଥିରେ ୩୭ଟି ଦେଶ ସମେତ ୧୦୦ଟି ଅନ୍ତର୍ଜାତୀୟ ସଂସ୍ଥା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ବେଲ୍ଟ ଆଣ୍ଡ ରୋଡ୍ ସାରା ବିଶ୍ୱକୁ ଯୋଡ଼ିବା ପାଇଁ ଏକ ଯୋଜନା। ଯେଉଁଥିରେ ଏସିଆ, ଆଫ୍ରିକା, ୟୁରୋପକୁ ଜାତୀୟ ରାଜପଥ, ସମୁଦ୍ର ତଟ ଏବଂ ବନ୍ଦର ମାଧ୍ୟ୍ୟମରେ ଯୋଡ଼ିବାକୁ ପ୍ରୟାସ କରାଯାଉଛି।
 
୨୦୧୭ରେ ଭାରତ ଚାଇନା-ପାକିସ୍ତାନ ଇକୋନମିକ କରିଡୋରକୁ ନେଇ ଆପତ୍ତି ଉଠାଇବା ପରେ ବେଲ୍ଟ ଆଣ୍ଡ ରୋଡ୍‌ ଫୋରମ୍‌ର ପ୍ରଥମ ସଂସ୍କରଣକୁ ବୟକଟ୍ କରିଥିଲା। ତେବେ ଏପ୍ରିଲ ୨୦ରେ ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ଭାରତକୁ ଏହି ବୈଠକରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ। ଭାରତ ଓ ପାକିସ୍ତାନରେ ଥିବା ବିବାଦୀୟ ସ୍ଥାନରେ ଏହି ବେଲ୍ଟ ଆଣ୍ଡ୍ ରୋଡ୍ ପ୍ରକଳ୍ପ ମୁଣ୍ଡ ପୁରାଇବ ନାହିଁ ବୋଲି ଚାଇନା ସ୍ପଷ୍ଟ କରିଥିଲା। ଯଦି ଭାରତ ଏହି ବୈଠକରେ ଯୋଗ ଦିଏ ତାହାଲେ ସମସ୍ତଙ୍କ ପାଇଁ ଭଲ ହେବ ବୋଲି କହିଥିଲେ ଚାଇନାର ବୈଦେଶିକ ମନ୍ତ୍ରୀ।


from Odisha Reporter http://bit.ly/2XziSIs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages