ଧୋନିଙ୍କୁ ପ୍ରଧାନମନ୍ତ୍ରୀ କରାଯିବା ପାଇଁ ଦାବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 22, 2019

ଧୋନିଙ୍କୁ ପ୍ରଧାନମନ୍ତ୍ରୀ କରାଯିବା ପାଇଁ ଦାବି

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତରେ ଗୋଟିଏ ପଟେ ଆଇପିଏଲର କ୍ରେଜ୍ ଏବଂ ଅନ୍ୟପଟେ ନିର୍ବାଚନ ମାହୋଲ୍। ଦେଶର ସର୍ବୋଚ୍ଚ ଗାଦିରେ କିଏ ବସିବ ସେ ନେଇ ଅଙ୍କକଷା ଚାଲିଥିବା ବେଳେ ଆଇପିଏଲରେ କିଏ ବାଜି ମାରିବ, ତାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର୍ ଧରିଛି। ଏହି ଗରମାଗରମ୍ ମାହୋଲ୍ ମଧ୍ୟରେ ସୋଶାଲ ମିଡିଆରେ କିଛି ଖବର ଖୁବ୍ ଚର୍ଚ୍ଚା ସାଉଁଣ୍ଟିଛି। ରବିବାର ରୟାଲ୍ ଚ୍ୟାଲେଞ୍ଜର୍ସ (ଆରସିବି) ୧ ରନରେ ଚେନ୍ନାଇ ସୁପର କିଙ୍ଗସକୁ ପରାସ୍ତ କରିଥିଲା। ଏହି ମ୍ୟାଚରେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଚମତ୍କାର ବ୍ୟାଟିଂ କରିଥିଲେ।

ମ୍ୟାଚରେ ଚେନ୍ନାଇ ବିଜୟର ଏତେ ନିକଟକୁ ଚାଲିଯିବ ବୋଲି କେହିବି ଭାବିନଥିଲେ। କିନ୍ତୁ ଧୋନିଙ୍କ ୮୪ ରନ୍ ବଳରେ ଚେନ୍ନାଇ ମୁକାବିଲାକୁ ରୋଚକ ସ୍ଥିତିକୁ ଆଣିଥିଲା। ଏକ ସମୟରେ ଲାଗିଥିଲା, ଧୋନି ଟିମକୁ ଜିତାଇ ଦେବେ। କିନ୍ତୁ ଶେଷ ବଲ୍ ମିସ୍ ହେବାରୁ ଧୋନି ଚେନ୍ନାଇକୁ ଜିତାଇପାରି ନଥିଲେ। ମ୍ୟାଚରେ ଧୋନି ମାତ୍ର ୪୮ ବଲରେ ୫ ଚୌକା ଓ ୭ ଛକା ମାରି ୮୪ ରନ୍ କରିଥିଲେ। ଧୋନିଙ୍କ ଏହି ଦମଦାର ପ୍ରଦର୍ଶନ ପରେ ପ୍ରଶଂସକମାନେ ଟ୍ୱିଟର ଜରିଆରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। ଜଣେ ଫ୍ୟାନ୍ ଟ୍ୱିଟ୍ କରିଛନ୍ତି ଯେ, ‘ନରେନ୍ଦ୍ର ମୋଦି କିମ୍ବା ରାହୁଲ୍ ଗାନ୍ଧି ନୁହେଁ, ବରଂ ମହେନ୍ଦ୍ର ସିଂହ ଧୋନି =ଦେଶର ପ୍ରଧାନମନ୍ତ୍ରୀ ହେବା ଦରକାର।’ ଆହୁରି କିଛି ଫ୍ୟାନ୍ ମଧ୍ୟ ଧୋନିଙ୍କୁ ଦେଶର ପ୍ରଧାନମନ୍ତ୍ରୀ କରାଯିବା ନେଇ ଦାବି କରିଛନ୍ତି।

ତେବେ ଧୋନିଙ୍କ ଭିତରେ ଏମିତି କେଉଁ ଗୁଣଟି ଅଛି, ଯେ ଲୋକେ ତାଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ଦାବି କରୁଛନ୍ତି?

ରବିବାର ମ୍ୟାଚରେ ଧୋନି ଯେତେବେଳେ ବ୍ୟାଟିଂ କରିବାକୁ ଆସିଲେ, ସେହି ସମୟରେ ଚେନ୍ନାଇ ୨୮ ରନରେ ୪ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ଏହା ପରେ ଧୋନି ଏକାକୀ ଟିମକୁ ବିଜୟର ନିକଟତମ ଦ୍ୱାରରେ ପହଞ୍ଚାଇ ପାରିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ତାଙ୍କ ଟିମ୍ ଶେଷ ବଲରେ ହାରିଯାଇଥିଲା। ଟିମ୍ ସିନା ହାରିଗଲା, କିନ୍ତୁ ଧୋନି ନିଜର ପ୍ରଦର୍ଶନ ଦ୍ୱାରା କୋଟି କୋଟି ପ୍ରଶଂସକଙ୍କ ହୃଦୟ ଜିଣିପାରିଛନ୍ତି।



from Odisha Reporter http://bit.ly/2IyOydA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages