
ଶ୍ରୀନଗର: ସୁରକ୍ଷାକର୍ମୀଙ୍କ ଗୁଳିରେ ଆଜି ୨ କଶ୍ମୀରୀ ଆତଙ୍କୀ ନିହତ ହୋଇଛନ୍ତି। ମୃତ ଦୁଇ ଆତଙ୍କୀ କଶ୍ମୀରର ବାସିନ୍ଦା ହୋଇଥିବା ବେଳେ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନ ସହ ସାମିଲ ଥିଲେ ବୋଲି ଅନନ୍ତଗଡ଼ ଜିଲ୍ଲା ପୁଲିସ୍ ସ୍ପଷ୍ଟ କରିଛି। ଦୁଇ କଶ୍ମୀରୀ ଆତଙ୍କବାଦୀ ବିଜବେହର ସହରରେ ଥିବା ନେଇ ସୂଚନା ପାଇବା ପରେ ଗତକାଲି ସୁରକ୍ଷାକର୍ମୀ ସମ୍ପୃକ୍ତ ଅଞ୍ଚଳକୁ ଘେରି ଯାଇ ସର୍ଚ୍ଚ ଅପରେସନ କରିଥିଲେ।
ଆଜି ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇବା ପରେ ତାଙ୍କର ଉପସ୍ଥିତି ବାବଦରେ ସ୍ପଷ୍ଟ ସୂଚନା ମିଳିଥିଲା। ଏହାପରେ ସୁରକ୍ଷାକର୍ମୀ ପାଲଟା ଜବାବ ଦେଇଥିଲେ।
ମୃତ ୨ ଆତଙ୍କବାଦୀ ହେଲେ ଏନକାଉଣ୍ଟର ହୋଇଥିବା ସ୍ଥାନ ବିଜବେହରର ୨୫ ବର୍ଷୀୟ ସଫଦେର ଅମୀନ ଭଟ୍ଟ ଏବଂ ଅନ୍ୟ ଜଣେ କୁଲଗମର ବାସିନ୍ଦା ବୁରହାନ ଅହମ୍ମଦ ଗନାଇ ବୋଲି ଜଣାପଡ଼ିଛି। ସର୍ଚ୍ଚ ଅପରେସନ ଜାରି ରହିଥିବାରୁ ଅନନ୍ତଗଡ଼ ଜିଲ୍ଲାରେ ମୋବାଇଲ ଇଣ୍ଟରନେଟା ସେବା ବନ୍ଦ ରଖାଯାଇଛି।
from Odisha Reporter http://bit.ly/2UT8y0V
No comments:
Post a Comment