ଆଜି ବିଶ୍ୱ ଧରିତ୍ରୀ ଦିବସ : ବିକାଶ ଆଣୁଛି ବିନାଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 22, 2019

ଆଜି ବିଶ୍ୱ ଧରିତ୍ରୀ ଦିବସ : ବିକାଶ ଆଣୁଛି ବିନାଶ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଧରିତ୍ରୀ ମା’କୁ ସମ୍ମାନ ଦେବା ସହ ଏହାର ସୁରକ୍ଷା ଲାଗି ପ୍ରତି ବର୍ଷ ଏପ୍ରିଲ୍‌ ୨୨ ତାରିଖକୁ ‘ ୱର୍ଲ୍ଡ ଅର୍ଥ ଡେ ’ ବା  ବିଶ୍ୱ ଧରିତ୍ରୀ ଦିବସ ଭାବେ ପାଳନ କରାଯାଏ। ୧୯୭୦ ମସିହାରେ ଆରମ୍ଭ ହୋଇଥିବା ଏହି ପରମ୍ପରା ବର୍ତ୍ତମାନ ୧୯୨ ଦେଶରେ ପ୍ରଚଳିତ। ଏ ବର୍ଷର ଥିମ୍‌ ‘ପ୍ରୋଟେକ୍ଟ ଦି ସ୍ପେଶିଜ୍‌’ ବା ‘ପୃଥିବୀ ଉପରେ ଥିବା ବିଭିନ୍ନ ଜୀବଜନ୍ତୁଙ୍କୁ ସୁରକ୍ଷା’  ରହିଛି। ପୃଥିବୀପୃଷ୍ଠରେ ରହୁଥିବା ସମସ୍ତ ଜୀବଜନ୍ତୁ ଓ ବୃକ୍ଷଲତାକୁ ସୁରକ୍ଷା ଦେବା ଆମମାନଙ୍କର ପ୍ରଥମ କର୍ତ୍ତବ୍ୟ ବୋଲି ଏହାଦ୍ୱାରା ସୂଚାଇ ଦିଆଯାଇଛି।

ପୃଥିବୀ ଉପରେ ରହୁଥିବା ଜୀବଜନ୍ତୁ, ଗଛଲତା ଆଦି ଈଶ୍ୱରଙ୍କ ଅବଦାନ। ହେଲେ ମଣିଷ ନିଜ ଲାଲସା ଚରିତାର୍ଥ କରିବାକୁ ତଥା ନିଜ ଆବଶ୍ୟକତା ମେଣ୍ଟାଇବା ଲାଗି ଗଛ କାଟି ଜଙ୍ଗଲ ପଦା କରିବାରେ ଲାଗିଛି। ଏଥିଯୋଗୁ ବହୁ ପ୍ରାଣୀ, ଗଛଲତା ଆଦି ବିଲୋପ ହୋଇଗଲେଣି।

ଅଷ୍ଟାଦଶ ଶତାଦ୍ଦୀର ମଧ୍ୟଭାଗରେ ଶିଳ୍ପ ବିପ୍ଲବ ହେତୁ ମଣିଷ ସର୍ବନିମ୍ନ ଆବଶ୍ୟକତା ପୂରଣ ସାଙ୍ଗକୁ ବିଳାସ ବ୍ୟସନରେ ରହିବାକୁ ଚାହିଁଲା। ତେଣୁ ପ୍ରକୃତି ଓ ପୃଥିବୀ ଉପରେ ଅଧିକ ଚାପ ପଡ଼ିଲା। ବିକାଶ ନାମରେ ମଣିଷର କାର୍ଯ୍ୟକଳାପ ପରିଶେଷରେ ପରିବେଶର କ୍ଷତି ଘଟାଇଲା।

ସୂର୍ଯ୍ୟଙ୍କ ଅତି ବାଇଗଣୀ ରଶ୍ମୀର କୁପ୍ରଭାବରୁ ଜୀବଜଗତକୁ ବାୟୁମଣ୍ଡଳର ଟ୍ରପୋସ୍ପିୟରରେ ଥିବା ଓଜନ ସ୍ତର ରକ୍ଷା କରିଥାଏ। କିନ୍ତୁ ଓଜନ ସ୍ତରର ସ୍ଥୁଳତା କ୍ରମଶଃ ହ୍ରାସ ପାଉଥିବାରୁ ଜୀବଜଗତ ପ୍ରତି ବିପଦ ସୃଷ୍ଟି ହୋଇଛି।

 କିଛି ରୋଚକ ତଥ୍ୟ

ପୂର୍ବରୁ ମାର୍ଚ୍ଚ ୨୧ ତାରିଖ ଓ ୨୨ ଏପ୍ରିଲକୁ ଧରିତ୍ରୀ ଦିବସ ଭାବେ ପାଳନ କରାଯାଉଥିଲା। କିନ୍ତୁ ଧରିତ୍ରୀ ଦିବସ ପାଳନ ନିମନ୍ତେ ଏପରି ତାରିଖ ଚୟନ କରାଗଲା, ଯେଉଁଥିରେ ଅଧିକ ଲୋକ ଅଂଶଗ୍ରହଣ କରିପାରିବେ। କାରଣ ଏହି ସମୟରେ ପରୀକ୍ଷା ନ ଥିବା ବେଳେ ସ୍କୁଲ ଛୁଟି ବି ହୋଇ ନ ଥାଏ।   ଏହାପରେ  ଏପ୍ରିଲ ୨୨କୁ  ହିଁ ସର୍ବସମ୍ମତିକ୍ରମେ ଚୟନ ଧରିତ୍ରୀ ଦିବସ ଭାବେ ଚୟନ କରାଗଲା।

ମାର୍ଚ୍ଚ ୨୧ ତାରିଖରେ ପାଳନ ହେଉଥିବା ଏହି ଦିବସ ନିମନ୍ତେ କିନ୍ତୁ ସଂଯୁକ୍ତ ରାଷ୍ଟ୍ର ପକ୍ଷରୁ ବହୁ ସମର୍ଥନ ରହିଥିଲା । ଏପ୍ରିଲ ୨୨ ତାରିଖକୁ ସମଗ୍ର ବିଶ୍ୱ ଧରିତ୍ରୀ ଦିବସ ଭାବେ ପାଳନ କରିଥାଏ। କିନ୍ତୁ ଆମେରିକା ଏହାକୁ ବିଶ୍ୱ ବୃକ୍ଷ ଦିବସ ଭାବେ ପାଳନ କରିଥାଏ।

ଏହି ଦିବସ ପାଳନ ସତ୍ତ୍ୱେ ପୃଥିବୀ ଉପରେ ବିପଦ ଦିନକୁ ଦିନ ବଢିଚାଲିଛି। କାରଣ କେବଳ ଦିବସ ପାଳନ ହୋଇ ଜନସଚେତନତା ସୃଷ୍ଟି କରାଯାଉଥିବା ବେଳେ ମାନସିକତାରେ କିନ୍ତୁ ପରିବର୍ତ୍ତନ ହେଉନାହିଁ। ଜୀବଜଗତ ଲାଗି ସବୁଠୁ ଅଧିକ ବିପଦ ହେଉଛି ଗ୍ଲୋବାଲ ୱର୍ମିଂ। ଏହାର ଅର୍ଥ ହେଉଛି ପାଣିପାଗରେ ପରିବର୍ତ୍ତନ ହେତୁ ତାପମାତ୍ରାରେ ହେଉଥିବା ଅସମ୍ଭବ ବୃଦ୍ଧି। ବିଶେଷଜ୍ଞଙ୍କ ମତରେ ଏହା ଆଗକୁ ଭୟଙ୍କର ରୂପ ଧାରଣ କରିବ।

ମରୁଡ଼ି, ବନ୍ୟା ଆଦି ସମସ୍ୟା ଲାଗି ରହି ବହୁ ଧନ ଜୀବନ ନଷ୍ଠ ହେବ। ଗ୍ରୀନ ହାଉସ୍‌ ଯୋଗୁ ଗ୍ୟାସ୍‌ ସ୍ତରରେ ତାପମାତ୍ରା ବଢୁଥିବା ଜଣାଯାଇଛି।  ଏହି ସମସ୍ୟାର ତୁରନ୍ତ ସମାଧାନ କରା ନଗଲେ ସମଗ୍ର ବିଶ୍ୱ ଧ୍ୱସଂ ହେବାକୁ ବେଶି ସମୟ ଲାଗିବ ନାହିଁ।

ତାପମାତ୍ରା ବୃଦ୍ଧିର କାରଣ ଜାଣନ୍ତୁ

୧- ବିଶ୍ୱର ସବୁଠୁ ବଡ଼ ବିପଦ ହେଉଛି ଗ୍ଲୋବାଲ ୱର୍ମିଂ। ଲଗାତାର ଭାବେ ବିଶ୍ୱ ତାପମାତ୍ରା ବୃଦ୍ଧିକୁ ଗ୍ଲୋବାଲ ୱର୍ମିଂ କୁହାଯାଏ। ଏହାର ମୁଖ୍ୟ କାରଣ ଗ୍ରୀନ୍‌ ହାଉସ ଗ୍ୟାସ୍‌ ସ୍ତରରେ ବୃଦ୍ଧି ଅଟେ।

୨-ଗଛ କାଟିବା ଓ ନଦୀ, ନାଳ ପୋତିବା ଆଦି ଦୈନଦିନ ଘଟଣାରେ ପରିଣତ ହେଲାଣି। ଏହାର କୁପରିମାଣ ଭୋଗିବା ସତ୍ତ୍ୱେ ମଣିଷ ଚେତୁନି

୩- ଋତୁ ଚକ୍ରରେ ପରିବର୍ତ୍ତନ ଯୋଗୁ ପର୍ଯ୍ୟାବରଣ ଉପରେ ବିପଦ ମାଡ଼ି ଆସୁଛି। ପୂର୍ବ ଅପେକ୍ଷା ଏବେ ତାପମାତ୍ରା ଅଧିକ ରହିବା ସହ ଅଧିକ ଦିନ ପର୍ଯ୍ୟନ୍ତ ମଧ୍ୟ ରହୁଛି।

୪- ବିଶ୍ୱରେ ପ୍ରତିବର୍ଷ ୧୦ ଟନରୁ ଊର୍ଦ୍ଧ୍ୱ ପ୍ଲାଷ୍ଟିକ ଉତ୍ପାଦ ହେଉଛି। ଯାହାକି ତାପମାତ୍ରା ବୃଦ୍ଧିର ଅନ୍ୟତମ କାରଣ।



from Odisha Reporter http://bit.ly/2IA6bJL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages