୫ ବର୍ଷ ପରେ ଧୋନିଙ୍କୁ ହରାଇଲେ କୋହଲି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 22, 2019

୫ ବର୍ଷ ପରେ ଧୋନିଙ୍କୁ ହରାଇଲେ କୋହଲି

ବେଙ୍ଗାଲୁରୁ: ଲଗାତାର ୬ଟି ମ୍ୟାଚରେ ହାରିବା ପରେ ବିରାଟ୍ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଶେଷରେ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର୍ କିଙ୍ଗସକୁ ହରାଇଛନ୍ତି। ରବିବାର ଆଇପିଏଲର ଏକ ହାଇଭୋଲଟେଜ୍ ମୁକାବିଲାରେ ଧୋନିଙ୍କ ଲଢୁଆ ୮୪ ରନ୍ ସତ୍ତ୍ୱେ ଚେନ୍ନାଇ ଆରସିବି ନିକଟରୁ ମାତ୍ର ୧ ରନରେ ପରାସ୍ତ ହୋଇଛି।

ଧୋନି ନିଜର ୪୮ ବଲର ଇନିଂସରେ ୫ ଚୌକା ଓ ୭ ଛକା ମାରିଥିଲେ। ୨୦୧୪ ପରେ ବାଙ୍ଗାଲୋର ପ୍ରଥମଥର ଚେନ୍ନାଇକୁ ପରାସ୍ତ କରିଛି। ଧୋନି ଯେତେବେଳେ ବ୍ୟାଟିଂ କରିବାକୁ ଆସିଲେ, ସେହି ସମୟରେ ଚେନ୍ନାଇ ୬ ଓଭରରେ ୪ ୱିକେଟ୍ ହରାଇ ୨୮ ରନ୍ କରି ବିପଦରେ ପଡ଼ିଥିଲା।

ଏହା ପରେ ଧୋନି ଏକାକୀ ନିଜ ଦମରେ ଟିମକୁ ବିଜୟ ନିକଟରେ ପହଞ୍ଚାଇଥିଲେ। ଶେଷ ଓଭରରେ ଟିମକୁ ୨୬ ରନ୍ ଆବଶ୍ୟକ ହେଉଥିଲା। ଧୋନି ଉମେଶ ଯାଦବଙ୍କ ପ୍ରଥମ ବଲରେ ଚୌକା, ପରେ ଯଥାକ୍ରମେ ଦୁଇ ଛକା, ଦୁଇ ରନ୍ ଏବଂ ୧ ଛକା ମାରିଥିଲେ, କିନ୍ତୁ ଶେଷ ବଲରେ କୌଣସି ରନ୍ ନେଇପାରି ନଥିଲେ। ଫଳରେ ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୬୦ ରନ୍ କରିବାକୁ ସକ୍ଷମ ହୋଇଥିଲା।

୧୬୨ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ଚେନ୍ନାଇକୁ ପ୍ରଥମ ଓଭରରେ ଡବଲ୍ ଝଟକା ଲାଗିଥିଲା। ଆରସିବି ପେସ୍ ବୋଲର ଡେଲ୍ ଷ୍ଟେନ୍ ପ୍ରଥମ ଓଭରର ଶେଷ ଦୁଇ ବଲରେ ଶେନ୍ ୱାଟସନ୍ (୫) ଓ ସୁରେଶ ରାଇନା (୦)ଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ।

ଅନ୍ୟତମ ଓପ୍ନର ଫାଫ୍ ଡୁପ୍ଲେସିସ(୫)ଙ୍କୁ ଓ କେଦାର ଯାଦବ(୯)ଙ୍କୁ ଉମେଶ ଯାଦବ ଆଉଟ୍ କରି ଚେନ୍ନାଇକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ। ଏହି ସମୟରେ ଧୋନି ଓ ଅମ୍ବାତି ରାୟୁଡୁ (୨୯) ସ୍ଥିତି ସମ୍ଭାଳିଥିଲେ। ଦୁହେଁ ପଞ୍ଚମ ୱିକେଟ୍ ପାଇଁ ୫୫ ରନ୍ ଯୋଡ଼ିଥିଲେ।

ଏହା ପରେ ଧୋନି ଗୋଟିଏ ପଟେ ଦମଦାର ବ୍ୟାଟିଂ ଜାରି ରଖି ମ୍ୟାଚକୁ ଶେଷ ବଲ୍ ପର୍ଯ୍ୟନ୍ତ ନେଇଥିବା ବେଳେ ତାଙ୍କୁ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନଙ୍କ ତରଫରୁ ସେତେଟା ସହଯୋଗ ମିଳିନଥିଲା। ଶେଷଭାଗରେ ରବୀନ୍ଦ୍ର ଜାଡେଜା (୧୧) ଓ ଡ୍ୱେନ୍ ବ୍ରାଭୋ (୫) ନିରାଶ କରିଥିଲେ। ଆରସିବି ପକ୍ଷରୁ ଷ୍ଟେନ୍ ଓ ଉମେଶ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୬୧ ରନ୍ କରିଥିଲା। ଦଳ ପକ୍ଷରୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପାର୍ଥିବ ପଟେଲ ଅର୍ଦ୍ଧଶତକ ମାରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିପାରିନଥିଲେ।

ଅଧିନାୟକ ବିରାଟ୍ ମାତ୍ର ୯ ରନ୍ କରି ଦୀପକ ଚହରଙ୍କ ଶିକାର ହୋଇଥିଲେ। ଏହା ପରେ ଏବି (୨୫) ଓ ଅକ୍ଷଦୀପ ନାଥ (୨୪) ଭଲ ବ୍ୟାଟିଂ କରିଥିଲେ ହେଁ, ବଡ଼ ଇନିଂସ୍ ଖେଳିପାରି ନଥିଲେ। ପାର୍ଥିବ ଅର୍ଦ୍ଧଶତକ ମାରିବା ପରେ ପ୍ୟାଭିଲିୟନ୍ ଫେରିଥିଲେ। ସେ ୩୭ ବଲରେ ୨ ଚୌକା ଓ ୪ ଛକା ସହ ୫୩ ରନ୍ କରି ଡ୍ୱେନ୍ ବ୍ରାଭୋଙ୍କ ଶିକାର ହୋଇଥିଲେ।

ମଧ୍ୟକ୍ରମରେ ମାର୍କସ୍ ଷ୍ଟୋଇନିସ (୧୪), ପୱନ୍ ନେଗି (୫) ନୈରାଶ୍ୟଜନକ ବ୍ୟାଟିଂ କରିଥିଲେ। ତେବେ ମୋଇନ୍ ୧୬ ବଲରେ ଦ୍ରୁତ ୨୬ (୫ ଚୌକା) ରନ୍ କରି ଆରସିବିକୁ ୧୬୧ ରନରେ ପହଞ୍ଚାଇଥିଲେ। ଚେନ୍ନାଇ ପକ୍ଷରୁ ଚହର, ରବୀନ୍ଦ୍ର ଜାଡେଜା ଓ ବ୍ରାଭୋ ୨ଟି ଲେଖାଏ ୱିକେଟ୍ ନେଇଛନ୍ତି।



from Odisha Reporter http://bit.ly/2Xy0vDv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages