
ନୂଆଦିଲ୍ଲୀ: ଅକ୍ଟୋବାର-ନଭେମ୍ୱର ମାସ ମଧ୍ୟରେ ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ହୋଇପାରେ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଓ ନିର୍ବାଚନ କମିଶନ ଏ ବାବଦରେ ମଙ୍ଗଳବାର ଦିନ ଆଲୋଚନା କରିଥିବା ଜଣାପଡ଼ିଛି। ତେବେ ଅକ୍ଟୋବର-ନଭେମ୍ୱର ମାସରେ ପୂର୍ବରୁ କେବେ ଏଠି ନିର୍ବାଚନ ହୋଇଛି କି ନାହିଁ, ସେ ନେଇ ମଧ୍ୟ ଆଲୋଚନା ହୋଇଛି। ଗୃହମନ୍ତ୍ରଣାଳୟକୁ ଆଇନଗତ ଦିଗ ଏବଂ ସୁରକ୍ଷା ସଂକ୍ରାନ୍ତୀୟ ସମସ୍ତ ରିପୋର୍ଟ ଲିଖିତ ଭାବରେ ଦେବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ବିଜେପି-ପିଡ଼ିପି ମେଣ୍ଟ ସରକାର ଜମ୍ମୁ କଶ୍ମୀରରେ ଭାଙ୍ଗିବା ପରେ ଏବେ ରାଷ୍ଟ୍ରପତି ଶାସନ ଜାରି ରହିଛି।
ଅକ୍ଟୋବର ଏବଂ ନଭେମ୍ୱର ମାସରେ ଅମରନାଥ ଯାତ୍ରା ଓ ଟୁରିଷ୍ଟଙ୍କର ଗହଳି ଅଧିକ ରହୁଥିବାରୁ ନିର୍ବାଚନ ବେଳେ ସୁରକ୍ଷା ଗୋଟିଏ ବଡ଼ ପ୍ରସଙ୍ଗ ପାଲଟିଥାଏ। ତେଣୁ ଗୃହ ମନ୍ତ୍ରଣାଳୟର ରିପୋର୍ଟ ଆଧାରରେ ନିର୍ବାଚନ କମିଶନ ନିଷ୍ପତ୍ତି ନେବେ।
ତେବେ ସୂଚନା ଅନୁଯାୟୀ ଜମ୍ମୁ କଶ୍ମୀରରେ ଅକ୍ଟୋବର-ନଭେମ୍ୱର ମାସରେ ବିଧାନସଭା ନିର୍ବାଚନ ହୋଇଛି। ୧୯୮୩ ମସିହାରେ ନଭେମ୍ୱର ମାସରେ ନିର୍ବାଚନ ହୋଇଥିବା ବେଳେ ୧୯୮୭ ମସିହାରେ ମାର୍ଚ୍ଚ, ୧୯୯୬ ମସିହାରେ ସେପ୍ଟେମ୍ୱର, ୨୦୦୨ରେ ସେପ୍ଟେମ୍ୱର-ଅକ୍ଟୋବର, ୨୦୦୮ରେ ନଭେମ୍ୱର-ଡିସେମ୍ୱର ଏବଂ ୨୦୧୪ରେ ମଧ୍ୟ ନଭେମ୍ୱର-ଡିସେମ୍ବର ମାସରେ ନିର୍ବାଚନ ହୋଇଥିବା ଜଣାପଡ଼ିଛି।
ତେବେ ୧୯୭୭ ମସିହା ଏବଂ ୨୦୧୪ରେ ଉଭୟ ସାଧାରଣ ନିର୍ବାଚନ ଏବଂ ବିଧାନସଭା ନିର୍ବାଚନ ଗୋଟିଏ ବର୍ଷ ହୋଇଥିଲା। ୧୯୭୭ ମସିହାରେ ସାଧାରଣ ନିର୍ବାଚନର ୩ ମାସ ପରେ ଏବଂ ୨୦୧୪ରେ ସାଧାରଣ ନିର୍ବାଚନର ୬ ମାସ ପରେ ନିର୍ବାଚନ ହୋଇଥିଲା।
from Odisha Reporter http://bit.ly/2UREnCn
No comments:
Post a Comment