ଉପକୂଳ ଜିଲ୍ଲାରେ ପହଞ୍ଚିଲେ ଏନ୍‌ଡିଆର୍‌ଏଫ୍‌ର ୯ଟି ଟିମ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 1, 2019

ଉପକୂଳ ଜିଲ୍ଲାରେ ପହଞ୍ଚିଲେ ଏନ୍‌ଡିଆର୍‌ଏଫ୍‌ର ୯ଟି ଟିମ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମ୍ଭାବ୍ୟ ବାତ୍ୟା ‘ଫୋନି’ର ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ଏହାର ଫଳସ୍ୱରୂପ ପ୍ରଥମ ପର୍ଯ୍ୟାୟରେ ଏନ୍‌ଡିଆରଏଫ୍‌ର ୯ଟି ଟିମ୍‌ ଉପକୂଳ ଜିଲ୍ଲାରେ ପହଞ୍ଚିଛନ୍ତି।

ଜଗତସିଂହପୁର ଜିଲ୍ଲାରେ ୩ଟି ଟିମ୍ ପହଞ୍ଚିସାରିଛନ୍ତି। ଏହି ୩ଟି ଟିମ୍ ମଧ୍ୟରୁ ଏରସମା ଓ ପାରାଦୀପକୁ ଗୋଟିଏ ଲେଖାଏ ଟିମ୍ ପଠାଯାଇଛି। ଆଉ ଗୋଟିଏ ଟିମ୍ ଜଗତସିଂହପୁରରେ ରହିଛି।
ଏନ୍‌ଡିଆର୍‌ଏଫ୍‌ କମାଣ୍ଡର ନରେନ୍ଦ୍ର କୁମାର କହିଛନ୍ତି,“ଜଗତସିଂହପୁର ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଏଠାକୁ ଆସିଥିବା ତିନିଟି ଏନ୍‌ଡିଆରଏଫ୍‌ର ଟିମ୍‌କୁ ତିନିଟି ଭିନ୍ନ ଭିନ୍ନ ସ୍ଥାନରେ ମୁତୟନ କରାଯାଇଛି। ବାତ୍ୟା ମୁକାବିଲା କରିବା ପାଇଁ ଯାହା ସବୁ ସାମଗ୍ରୀ ଆବଶ୍ୟକ, ତାହା ଆମ ପାଖରେ ମହଜୁଦ ରହିଛି।”

ସେହିପରି ଏନ୍‌ଡିଆର୍‌ଏଫ୍‌ର ୩ଟି ଟିମ୍‌ ପୁରୀରେ ପହଞ୍ଚିଛନ୍ତି। ଭଦ୍ରକ ଜିଲ୍ଲାରେ ୨ଟି ୟୁନିଟ୍‌ ଏବଂ ଗୋଟିଏ ୟୁନିଟ୍‌ ବାଲେଶ୍ୱରରେ ପହଞ୍ଚିଛନ୍ତି।

ଏହା ସହିତ ସମ୍ଭାବ୍ୟ ବାତ୍ୟା ‘ଫୋନି’ର ମୁକାବିଲା ପାଇଁ ୫ ଜଣ ଆଇଏଏସ୍‌ଙ୍କୁ ୫ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି। ସେମାନେ ଆଜି ସନ୍ଧ୍ୟାସୁଦ୍ଧା ସଂପୃକ୍ତ ଜିଲ୍ଲାରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୁରୀ ପାଇଁ ସୁରେଶ ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ପ୍ରଦୀପ ମହାପାତ୍ରଙ୍କୁ ଜଗତସିଂହପୁର, ପ୍ରଦୀପ ଜେନାଙ୍କୁ କେନ୍ଦ୍ରାପଡ଼ା, ଅନୀଲ ସାମଲଙ୍କୁ ଯାଜପୁର ଓ ବଲୱନ୍ତ ସିଂହଙ୍କୁ ବାଲେଶ୍ୱର ଦାୟିତ୍ୱ ଦିଅଯାଉଛି।



from Odisha Reporter http://bit.ly/2ITbGmZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages