ନକ୍ସଲଙ୍କ ଭୟରେ ଭୋଟ୍‌ ଦେବାକୁ ଆସିଲେନି ଭୋଟର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 11, 2019

ନକ୍ସଲଙ୍କ ଭୟରେ ଭୋଟ୍‌ ଦେବାକୁ ଆସିଲେନି ଭୋଟର

ମାଲକାନଗିରି (ଜିତେନ୍ଦ୍ର ବେଉରା): ରାଜ୍ୟରେ ୪ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି।  ତେବେ ମତଦାନ ପ୍ରକ୍ରିୟା ଆରମ୍ଭରୁ ବିଭିନ୍ନ ସମସ୍ୟା ଦେଖାଦେଇଛି।

ମାଲକାନଗିରି ଜିଲ୍ଲାରେ ଦୁଇଟି ବୁଥକୁ କେହି ଭୋଟ୍‌ ଦେବାକୁ ଯାଇ ନଥିବା ସୂଚନା ମିଳିଛି। ଜିଲ୍ଲାର ମାଥିଲି ବ୍ଲକର ତେମୁରୁପାଲିର ୬ ନମ୍ବର ଓ ୮ ନମ୍ବର ବୁଥ୍‌କୁ କେହି ଭୋଟ ଦେବାକୁ ଯାଇନାହାନ୍ତି। ନକ୍ସଲଙ୍କ ଭୟରେ କେହି ଭୋଟ୍ ଦେବାକୁ ଯାଇନଥିବା ସୂଚନା ମିଳିଛି।

କିଛି ସ୍ଥାନରେ ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ମତଦାନ ବିଳମ୍ବରେ ଆରମ୍ଭ ହୋଇଥିଲା ବେଳେ କିଛି ସ୍ଥାନରେ ଅଚଳ ଇଭିଏମ୍‌କୁ ସଜାଡ଼ିବାରେ ବିଳମ୍ବ ହେବାରୁ ଲୋକେ ଭୋଟ୍ ନ ଦେଇ ଫେରି ଯାଇଛନ୍ତି। ଆଉ କିଛି ସ୍ଥାନରେ ଲୋକଙ୍କ ଦାବି ପୂରଣ ହୋଇ ନଥିବାରୁ ସେମାନେ ଭୋଟ୍ ବର୍ଜନ କରିଛନ୍ତି।

 



from Odisha Reporter http://bit.ly/2v0EMrE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages