ନମୋ ମିଲସ, ନମୋ ସୁଇଟସକୁ କ୍ଲିନ୍ ଚିଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 11, 2019

ନମୋ ମିଲସ, ନମୋ ସୁଇଟସକୁ କ୍ଲିନ୍ ଚିଟ୍

ନୋଏଡ଼ା: ଦେଶରେ ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଚାଲିଥିବାବେଳେ ଗେରୁଆ ରଙ୍ଗର ‘ନମୋ ସୁଇଟସ’ ପ୍ୟାକେଟ ଉଦ୍ଧାର ହୋଇଛି ରାଜଧାନୀ ଦିଲ୍ଲୀ ସ୍ଥିତ ନଏଡାରୁ। ଏକ କାର ଡି଼କି ଭିତରୁ ଏହି ପ୍ୟାକେଟ ମିଳିବା ପରେ ଉତ୍ତର ପ୍ରଦେଶ ମୁଖ୍ୟ ନିର୍ବାଚନ ଅଧିକାରୀ ଏ ବାବଦରେ ଖୋଳତାଡ଼଼ କରିଥିଲେ।
 

ଗୌତମବୁଦ୍ଧ ନଗର ଜିଲ୍ଲାପାଳଙ୍କୁ ନିର୍ବାଚନ କମିଶନ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଗୌତମବୁଦ୍ଧ ନଗର ନିର୍ବାଚନ ଅଧିକାରୀ ଏହି ନମୋ ସୁଇଟସ ସହିତ କୌଣସି ରାଜନୀତିକ ଲିଙ୍କ୍ କିମ୍ବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ପ୍ରଚାର ଉଦ୍ଦେଶ୍ୟରେ ବ୍ୟବହାର କରାଯାଉନଥିବା ସ୍ପଷ୍ଟ କରିଛନ୍ତି। ଜବତ ହୋଇଥିବା ନମୋ ମିଲସ ପ୍ୟାକେଟ ନଏଡା ପୁଲିସ ମଗାଇଥିଲା ବୋଲି ଜଣାପଡ଼ିଛି।
 

ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁରେ ନମୋ ଚା, ନମୋ ଟିଭି, ନମୋ ଟି-ଶାର୍ଟ ଆଦି ପ୍ରଚାର ଉଦ୍ଦେଶ୍ୟରେ ବିଜେପି ତରଫରୁ ବ୍ୟବହାର କରାଯାଇଥାଏ। ତେଣୁ ଏହି ନମୋ ସୁଇଟସର ରାଜନୀତିକ ଲିଙ୍କ ଥିବା ନେଇ ସନ୍ଦେହ ହୋଇଥିଲା। ଏହାକୁ ନେଇ ସୋଶାଲ ମିଡିଆ ଟ୍ଵିଟରରେ ମଧ୍ୟ ଅନେକ ଟ୍ରୋଲ ହୋଇଛି।  
 
ତେବେ ନଏଡାରେ ନମୋ ଫୁଡସ ନାଁରେ ଏକ ଛୋଟିଆ ଦୋକାନ ଦୀର୍ଘ ୧୦ ବର୍ଷ ହେବ ରହିଛି। ଏହି ଦୋକାନଟି ଗୌତମ ନଗର ନିର୍ବାଚନ ମଣ୍ଡଳୀ ଅଧୀନରେ ରହିଛି। ପ୍ରଥମ ପର୍ଯ୍ୟାୟ ମତଦାନରେ ଗୌତମ ନଗର ନିର୍ବାଚନ ମଣ୍ଡଳୀ ରହିଛି। କେନ୍ଦ୍ରମନ୍ତ୍ରୀ ମହେଶ ଶର୍ମା ଏହି ଆସନ ପାଇଁ ବିଜେପି ପ୍ରାର୍ଥୀ ହୋଇଛନ୍ତି। 


from Odisha Reporter http://bit.ly/2P4jYZv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages