କାହାକୁ ଭରସିବେ ଭୋଟର? ପ୍ରତାପଙ୍କ ପ୍ରଭାବ ନା ରବୀନ୍ଦ୍ରଙ୍କ ରଣନୀତି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 24, 2019

କାହାକୁ ଭରସିବେ ଭୋଟର? ପ୍ରତାପଙ୍କ ପ୍ରଭାବ ନା ରବୀନ୍ଦ୍ରଙ୍କ ରଣନୀତି?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୪ର୍ଥ ପର୍ଯ୍ୟାୟ ନିର୍ବାଚନ ଏପ୍ରିଲ ୨୯ରେ ପାଳି ପଡ଼ିବ ବାଲେଶ୍ୱରର। ପ୍ରଚାର ଜୋରଦାର ହୋଇଛି। ୨୩ ତାରିଖରେ ମୋଦି ପ୍ରଚାର ସାରି ଫେରିଛନ୍ତି। ପ୍ରାର୍ଥୀ, ଭୋଟର ବେଶ ଉତ୍ସାହିତ ହୋଇପଡ଼ିଛନ୍ତି। ବାଲେଶ୍ୱରର ରାଜ଼ନୈତିକ ଗୋଳିଆ ପାଣି ଧୀରେ ଧୀରେ ପରିଷ୍କାର ହୋଇ ଆସିଲାଣି। ଏବେ ଭୋଟରଙ୍କ ମଧ୍ୟରେ ଚାଲିଛି ଅଙ୍କକଷା, କାହା ମୁଣ୍ଡରେ ବନ୍ଧା ହେବ ବିଜୟ ମୁକୁଟ।

କଂଗ୍ରେସକୁ ଛାଡ଼ି ଦେଲେ ବାଲେଶ୍ୱର ଲୋକସଭା ଆସନରୁ ଏଥର ସେଇ ପୁରୁଣା ମୁହଁଙ୍କୁ ଦେଖିବାକୁ ମିଳୁଛି। କଂଗ୍ରେସ ପ୍ରାର୍ଥୀ କରିଛି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କୁ। ବିଜେଡି ପୁରୁଣା ପ୍ରାର୍ଥୀ ରବୀନ୍ଦ୍ର ଜେନା ଏବଂ ବିଜେପି ପ୍ରତାପ ଷଡଙ୍ଗୀଙ୍କ ଉପରେ ପୁଣି ଭରସା କରିଛି।

ଏଠାରେ ନେତାଙ୍କ ଦଳବଦଳ ଡ୍ରାମା ବାଲେଶ୍ୱର ରାଜନୀତିକୁ କିଛି ସମୟ ପାଇଁ ଧୂଆଁଳିଆ କରି ଦେଇଥିଲା। କେଉଁ ଦଳର କିଏ ପ୍ରାର୍ଥୀ ଚିହ୍ନିବା ପାଇଁ ଭୋଟରଙ୍କୁ ସମୟ ଲାଗିଥିଲା। ରଘୁ ମହାନ୍ତି ବିଜେଡି ଛାଡ଼ି ବିଜେପିରେ, ଶ୍ରୀକାନ୍ତ ଜେନା ଓହରି ଗଲେ କଂଗ୍ରେସରୁ । ଏମିତି ଅନେକ ନେତାଙ୍କ ଦଳବଦଳ ହୋଇଛି। ହେଲେ ଏବେ ସବୁ ଚିତ୍ର ପରିଷ୍କାର ହୋଇ ସାରିଛି।

ଗତଥର ଏହି ଆସନରେ ବିଜୟ ବାନା ଉଡ଼ାଇଥିଲେ ବିଜେଡି ପ୍ରାର୍ଥୀ ରବୀନ୍ଦ୍ର ଜେନା। ୪ ଲକ୍ଷରୁ ଅଧିକ ଭୋଟ ଦେଇ ଜିତାଇଥିଲେ ଭୋଟର। ଏଥର ବି ଜିତିବା ନେଇ ସେ ଆଶାବାଦୀ। ଭୋଟରଙ୍କ ମନରେ ଥିବା ‘ନବୀନ ପ୍ରଭାବ’ ତାଙ୍କୁ ପୁଣି ଏଥର ସଫଳତା ଆଣିଦେବ ସେ ନେଇ ରବୀନ୍ଦ୍ର ନିଶ୍ଚିତ।

ମୋଦି ଲହରକୁ ଦେଖି ବିଜେଡି ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ମଧ୍ୟ ନିଜ ଜିତିବା ନେଇ ଆଶାବାଦୀ। ମଙ୍ଗଳବାର ବାଲେଶ୍ୱରରେ ପ୍ରାଧନମନ୍ତ୍ରୀ ମୋଦିଙ୍କ ପ୍ରଚାର ପରେ ପ୍ରତାପଙ୍କ ଆଶା ଆହୁରି ବଢି ଯାଇଛି। ଅନ୍ୟପଟେ ନିରଞ୍ଜନଙ୍କ ପୁଅ ମଧ୍ୟ ଆଶା ରଖିଛନ୍ତି, କଂଗ୍ରେସର ପକେଟ ଭୋଟ ସହ ଯୁବ ଭୋଟ ହାତେଇ ସମସ୍ତଙ୍କୁ ଚକ୍‌ମା ଦେବେ। ତାଙ୍କ ପାଇଁ ପ୍ରଚାର କରିବାକୁ ପୁଣି ଆସୁଛନ୍ତି ରାହୁଲ ଗାନ୍ଧି। ତେଣୁ ଜିତିବା ନେଇ ନବଜ୍ୟୋତି ମଧ୍ୟ ଆଶା ହରାଇ ନାହାନ୍ତି।

ବାଲେଶ୍ୱର ରାଜନୈତିକ ଇତିହାସକୁ ଦେଖିଲେ ଜଣାପଡ଼େ, ୧୯୯୮,୧୯୯୯ ଓ ୨୦୦୪ ତିନୋଟି ନିର୍ବାଚନରେ ବିଜେପିର ଖାରବେଳ ସ୍ୱାଇଁ ଏହି ଆସନରୁ ଜିତି ଆସିଥିଲେ। ସେତେବେଳେ ଏଠାରେ ବିଜେଡି-ବିଜେପି ମେଣ୍ଟ ହୋଇଥିଲା। ୨୦୦୯ ପରଠାରୁ ଭୋଟର ଦଳ ବଦଳାଉଛନ୍ତି। ୨୦୦୯ରେ କଂଗ୍ରେସ ସପକ୍ଷରେ ଭୋଟ ଦେଇ ଶ୍ରକାନ୍ତ ଜେନାଙ୍କୁ ଜିତାଇଥିବାବେଳେ ୨୦୧୪ରେ ବିଜେଡିର ରବୀନ୍ଦ୍ର ଜେନାଙ୍କୁ ଜିତାଇଥିଲେ।

ବାଲେଶ୍ୱର ଲୋକସଭା ଆସନରେ ଥିବା ୭ଟି ବିଧାନସଭା ଆସନ ମଧ୍ୟରୁ ଗତ ନିର୍ବାଚନରେ ବାଲେଶ୍ୱର, ରେମୁଣାରେ ବିଜେପି ପ୍ରାର୍ଥୀ ଆଗରେ ଥିଲେ। ଅନ୍ୟ ୫ଟି ଆସନରେ ବିଜେଡି ପ୍ରାର୍ଥୀ ଆଗରେ ଥିଲେ। ତେବେ ନୀଳଗିରି ଓ ବଡସାହି ଆସନରେ ବିଜେପି-ବିଜେଡି ଲୋକସଭା ପ୍ରାର୍ଥୀଙ୍କ ଭୋଟ ବ୍ୟବଧାନ ବହୁତ କମ୍‌ ଥିଲା। ଭୋଗରାଇ, ବସ୍ତା, ଜଳେଶ୍ୱରରେ ବିଜେଡି ଭୋଟ ହାର ବହୁତ ଅଧିକ ଥିଲା।

ହେଲେ ଏଥର ରାଜନୈତିକ ସ୍ଥିତି ବଦଳି ଯାଇଛି। ଏଥର ବିଜେପି ଏହି ୩ ଆସନକୁ ଗୁରୁତ୍ୱ ଦେଇଛି। କାରଣ ପ୍ରତାପଙ୍କ ଜିତିବା-ହାରିବା ଏହି ୩ ଆସନ ଉପରେ ହିଁ ନିର୍ଭର କରେ। ବିଜେଡିର ଦୁଇ ପୁରୁଖା ନେତା ବସ୍ତାର ରଘୁ ମହାନ୍ତି ଏବଂ ଜଳେଶ୍ୱରରେ ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତି ଏବେ ବିଜେଡିରେ ମିଶି ଯାଇଛନ୍ତି। ତେଣୁ କିଛି ଭୋଟ ବିଜେଡିରୁ କଟି ବିଜେପି ପଲାରେ ପଡ଼ିବାର ସମ୍ଭାବନା ରହିଛି। ମୋଦି ପ୍ରଭାବ ବି କିଛି ଭୋଟ ଟାଣି ଆଣିବ ବୋଲି ଦଳ ଆଶା କରିଛି। ତା’ ଛଡ଼ା ପ୍ରତାପ ଷଡଙ୍ଗୀଙ୍କ ନିରାଡମ୍ବର ବ୍ୟକ୍ତିତ୍ୱ ଭୋଟରଙ୍କ ଉପରେ ପ୍ରଭାବ ପକାଇବ।



from Odisha Reporter http://bit.ly/2GFI0aY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages