୧୪ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ ! ପାଣିକୋଇଲିରେ ଗ୍ରାହକ ବେଶରେ ଆସି ଧରିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 24, 2019

୧୪ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ ! ପାଣିକୋଇଲିରେ ଗ୍ରାହକ ବେଶରେ ଆସି ଧରିଲେ

ଯାଜପୁର(ଗୁଲାମ ଗସ୍‌)/ଭୁବନେଶ୍ୱର: ଦୁଇଟି ଜାଗାରୁ ଜବତ ହେଲା ବ୍ରାଉନ ସୁଗର। ଯାହାର ଆନୁମାନିକ ମୂଲ୍ୟ ୧୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । କଟକ ଫ୍ଲାଇଂ ସ୍କ୍ୱାଡ଼ ଏବଂ ଯାଜପୁର ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ଆଜି ଯାଜପୁର ଜିଲ୍ଲା ପାଣିକୋଇଲି ଅଞ୍ଚଳରୁ ୯୦ ଗ୍ରାମର ବ୍ରାଉନ ସୁଗର ଜବତ କରାଯାଇଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁସାରେ ପାଣିକୋଇଲି ଅଞ୍ଚଳର ସୁଜିତ କୁମାର ଧଳ ଏବଂ ଆଶିଷ ପରିଡା ପାଣିକୋଇଲି ଛକ ଠାରେ ଏହି  ବେପାର ଚଳାଇ ଥିଲେ। ଅବକାରୀ ବିଭାଗ ପାଖରେ ଏହି ଖବର ରହିଥିଲା। ତେବେ ଆଜି ସକାଳେ ଅବକାରୀ କର୍ମଚାରୀମାନେ ଗ୍ରାହକ ହୋଇ ବ୍ରାଉନ ସୁଗର କ୍ରୟ କରିବା ଆଳରେ ବେପାରର ପର୍ଦ୍ଧାଫାଶ କରିଥିଲେ।

ସେମାନଙ୍କ ଠାରୁ ୯୦ ଗ୍ରାମର ବ୍ରାଉନ ସୁଗର ଜବତ କରାଯାଇଥିଲା। ଯାହାର ଆନୁମାନିକ ମୂଲ୍ୟ ୯ଲକ୍ଷ ଟଙ୍କା ହେବ। କିଛି ଦିନ ତଳେ ବ୍ୟାସନଗର ଅଞ୍ଚଳରୁ ବ୍ରାଉନ ସୁଗର ଜବତ ହୋଇଥିଲା।

ସେହିପରି ଭୁବନେଶ୍ୱର ହଳଦୀପଡ଼ଇା ବସ୍ତିରୁ ବ୍ରାଉନସୁଗର ଜବତ କରାଯାଇଛି। ଅବକାରୀ ବିଭାଗର ସ୍ୱତନ୍ତ୍ର ସ୍କ୍ୱାଡ଼ ବସ୍ତିରେ ଚଢ଼ଉ କରି ୪୫ ଗ୍ରାମ ବ୍ରାଉନ ସୁଗର ଜବତ କରିବା ସହ ଜଣକୁ ଗିରଫ କରିଛି। ଜବତ ବ୍ରାଉନ ସୁଗରର ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।



from Odisha Reporter http://bit.ly/2IUdsDU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages