ପଛୁଆ ବର୍ଗର କାର୍ଡ ଖେଳି ରାହୁଲଙ୍କୁ ମୋଦିଙ୍କ ଟାର୍ଗେଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 17, 2019

ପଛୁଆ ବର୍ଗର କାର୍ଡ ଖେଳି ରାହୁଲଙ୍କୁ ମୋଦିଙ୍କ ଟାର୍ଗେଟ

ମୁମ୍ବାଇ: ମହାରାଷ୍ଟ୍ରରେ ଆୟୋଜିତ ଏକ ସାଧାରଣ ସଭାରେ ଆଜି ବିଜେପିର ଷ୍ଟାର ପ୍ରଚାରକ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଛୁଆ ବର୍ଗର କାର୍ଡ ଖେଳିଛନ୍ତି।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ସବୁ ମୋଦି ଚୋର ବୟାନ ଦେଉଥିବାରୁ ଏହାର ପାଲଟା ଜବାବ ଶ୍ରୀ ମୋଦି ଦେଇଛନ୍ତି। ସେ କହିଛନ୍ତି, ଆମେ ପଛୁଆ ବର୍ଗର ହୋଇଥିବାରୁ ରାହୁଲ ଗାନ୍ଧି ମୋତେ ଓ ମୋ ସଂପ୍ରଦାୟକୁ ଟାର୍ଗେଟ କରି ଆସୁଛନ୍ତି।

ମୋତେ ଅନେକ ଥର କଂଗ୍ରେସ ଓ ତା’ର ସହଯୋଗୀମାନେ ଅପମାନିତ କରିଛନ୍ତି। କିନ୍ତୁ ଏଥର ସେମାନେ ପଛୁଆ ବର୍ଗର ଲୋକଙ୍କୁ ଚୋର ଭାବେ ପ୍ରତିପାଦନ କରିଛନ୍ତି। ଏଥିରୁ ବିରୋଧୀ ପଛୁଆ ବର୍ଗଙ୍କୁ କେମିତି ଦୃଷ୍ଟିରେ ଦେଖନ୍ତି, ତା’ହା ପ୍ରମାଣିତ ହୋଇଛି।

ନିକଟରେ ନାମଦାର(ଗାନ୍ଧି) ଗୋଟିଏ ଜାତିକୁ ଚୋର ଭାବେ ବିବେଚନା କରିଛନ୍ତି। ସବୁ ମୋଦି ଚୋର ବୋଲି ସେ କହିଛନ୍ତି। ସେମାନେ ମୁଁ ପଛୁଆ ବର୍ଗର ବୋଲି ମୋତେ ଏଭଳି କଥା କହୁଛନ୍ତି।”



from Odisha Reporter https://odishareporter.in/nation/rahul-gandhi-has-defamed-backward-classes-by-calling-them-thieves-says-narendra-modi-370093

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages