ନିଖୋଜର ୯ ଦିନ ପରେ ଯୁବକଙ୍କ ମୃତ ଦେହ ଉଦ୍ଧାର, କଂଗ୍ରେସ ରାଲିକୁ ଯାଇ ଫେରି ନଥିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 17, 2019

ନିଖୋଜର ୯ ଦିନ ପରେ ଯୁବକଙ୍କ ମୃତ ଦେହ ଉଦ୍ଧାର, କଂଗ୍ରେସ ରାଲିକୁ ଯାଇ ଫେରି ନଥିଲେ

ଉମରକୋଟ(କାର୍ତ୍ତିକ ମଲ୍ଲିକ) ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଗୌଡ଼ସାହି ଗାଁର ନିଖୋଜ ଥିବା ଅଭିଜିତ ମଣ୍ଡଳଙ୍କର ମୃତଦେହ ଉଦ୍ଧାର ହୋଇଛି । ଗତ ୯ ତାରିଖରେ କଂଗ୍ରେସ ରାଲିରେ ଯାଇ ଆଉ ଘରକୁ ଫେରିନଥିଲେ ଅଭିଜିତ୍। ଏନେଇ ପରିବାର ଲୋକେ ୧୦ ତାରିଖରେ ଝରିଗାଁ ଥାନାରେ ଏତଲା ଦେଇଥିଲେ । ତେବେ ନିଖୋଜର ୯ଦିନ ପରେ କୁସୁମପାଣି ଜଙ୍ଗଲରୁ ଆଜି ଅଭିଜିଙ୍କ ମୃତଦେହ ମିଳିଛି । ପାରିପାର୍ଶିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ ଅନୁମାନ କରୁଛି ।

ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଥିଲା ବେଳେ ଗତ ୯ ତାରିଖରେ କଂଗ୍ରେସ ପକ୍ଷରୁ ଏକ ବାଇକ୍ ରାଲି ହୋଇଥିଲା। ଏଥିରେ ଅତୁଲ ମଣ୍ଡଳଙ୍କ ପୁଅ ଅଭିଜିତ ମଣ୍ଡଳ ଯୋଗ ଦେବା ପାଇଁ ଆସିଥିଲେ। ଅଭିଜିତ ନିଜ ବାଇକ୍ ନେଇ କଂଗ୍ରେସ ରାଲିରେ ଯିବି ବୋଲି ଘରେ ମା’କୁ କହି ଝରିଗାଁ ଆସିଥିଲେ । କିନ୍ତୁ ରାଲି ସରିଲା ପରେ ମଧ୍ୟ ଘରକୁ ଫେରି ନଥିଲେ ଅଭିଜିତ ।

ଗାଁର ଆଖପାଖରେ ପରିବାରଲୋକ ରାତିସାରା ଖୋଜାଖୋଜି କରିଥିଲେ ବି ପାଇନଥିଲେ। ଏନେଇ ଅଭିଜିତର ବାପା ଅତୁଲ ମଣ୍ଡଳ ୧୦ ତାରିଖ ସକାଳେ ଝରିଗାଁ ଥାନାରେ ଜଣାଇଥିଲେ। ଥାନା ଅଧିକାରୀ କହିଥିଲେ ଖୋଜାଖୋଜି ଚାଲିଛି । ତେବେ ଆଜି କୁସୁମପାଣି ଜଙ୍ଗଲରେ ପ୍ରଥମେ ତାଙ୍କ ବାଇକ୍‌ ଓ ପରେ ମୃତଦେହ  ଉଦ୍ଧାର କରିଛି ଝରିଗାଁ ପୁଲିସ । ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରି ପୁଲିସ ତଦନ୍ତ ଚଳାଇଛି ।



from Odisha Reporter http://bit.ly/2PeotB0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages