ବିଜେଡିର ଗୁଣ୍ଡାରାଜ, ରାଜନୀତିକ ହତ୍ୟା ଓ ହିଂସାକାଣ୍ଡର ତାଲିକା ଦେଲା ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 23, 2019

ବିଜେଡିର ଗୁଣ୍ଡାରାଜ, ରାଜନୀତିକ ହତ୍ୟା ଓ ହିଂସାକାଣ୍ଡର ତାଲିକା ଦେଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ରାଜ୍ୟରେ ଶାସକ ଦଳର ଇଙ୍ଗିତରେ ରାଜ୍ୟରେ ଗୁଣ୍ଡାମାନେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ଭିଆଇ ନିର୍ବାଚନରେ ବାଧକ ସାଜୁଛନ୍ତି। ଗତ କିଛି ଦିନ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ହତ୍ୟା ଘଟଣା, ମରଣାନ୍ତକ ଆକ୍ରମଣ, ହିଂସା ଆଦି ବୃଦ୍ଧି ପାଇଛି। ବିଜେପି କର୍ମୀଙ୍କୁ ଆକ୍ରମଣ କରିବା, ହତ୍ୟା କରିବା, ବିଜେପି ସମର୍ଥକ ମାନଙ୍କୁ ଧମକ ଦେବା, ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ଆକ୍ରମଣ କରାଯାଇଛି। ସେହିପରି ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପୁଲିଂ ଦିନ ବୁଥ ରିଗିଂ, କ୍ୟାପଚରିଙ୍ଗ ଆଦି ଘଟଣା ସାମ୍ନାକୁ ଆସିଛି। ଏହା ସତ୍ତ୍ୱେ ନିର୍ବାଚନ ଅଧିକାରୀ କିମ୍ବା ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଅପରାଧୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନଷ୍ଠାନ ନେବା ସହ ନିର୍ବାଚନର ସୁପରିଚାଳନା ପାଇଁ ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ମାଧ୍ୟମରେ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଏହା ଜଣାଇଛି। ଏଥି ସହ ଶାସକ ବିଜେଡି ଘଟାଇଥିବା ହିଂସା, ହତ୍ୟାକାଣ୍ଡ, ବୁଥ ରିଗିଂ, ବୁଥ କ୍ୟାପଚରିଙ୍ଗର ତାଲିକା ପ୍ରଦାନ କରିଛି।

ଶ୍ରୀ ମହାନ୍ତି କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୨୭ଟି ବୁଥରେ ନିର୍ବାଚନ ସମୟରେ ଶାସକ ଦଳ ଦ୍ୱାରା ଅରାଜକତା କରାଯାଇଛି। ଶାସକ ଦଳର ଗୁଣ୍ଡାମାନେ ୬ ଟି ବୁଥ କ୍ୟାପଚରିଙ୍ଗ କରିଥିବାର ତଥ୍ୟ ପ୍ରମାଣ ଗତ ୧୨ ତାରିଖରେ ପ୍ରଦାନ କରାଯାଇଥିଲା। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୨୫ଟି ବୁଥ କ୍ୟାପଚରିଙ୍ଗ, ୪୭ଟି ବୁଥରେ ବିଶୃଙ୍ଖଳା ଏବଂ ୩୩ଟି ବୁଥରେ ବୁଥ ରିଗିଂ ହେବାର ରିପୋର୍ଟ କରାଯାଇଥିଲା। ଏହି ସବୁର ତଥ୍ୟ ପ୍ରମାଣ ବିଜେପି ପକ୍ଷରୁ ଗତ ଏପ୍ରିଲ ୧୯ ତାରିଖ ଦିନ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଦିଅଯାଇଥିଲା।

ଶାସକ ଦଳ ବିଜେଡି ଦ୍ୱାରା ଖୋର୍ଦ୍ଧାଠାରେ ବିଜେପି ମଣ୍ଡଳ ସଭାପତି ମଙ୍ଗୁଳି ଜେନା ହତ୍ୟା, ଘଷିପୁରା ଠାରେ ରାମଚନ୍ଦ୍ର ବେହେରା, ଆସ୍କାରେ କଂଗ୍ରେସ ନାହାକ, ଭଂଜନଗର ଠାରେ ବିଜେପର ୨ ଜଣ କାର୍ଯ୍ୟକର୍ତାଙ୍କୁ ହତ୍ୟା କରାଯାଇଛି। ହିଜିଂଳି ବିଜେପି ବିଧାୟକ ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟଙ୍କୁ ଧମକ ଦେବା, ଚିକିଟି ବିଜେପି ବିଧାୟକ ପ୍ରାର୍ଥୀ ମନୋରଜଂନ ଦ୍ୟାନ ସାମନ୍ତରାୟଙ୍କୁ ଆକ୍ରମଣ, ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ, ଭୁବନେଶ୍ୱର ମଧ୍ୟ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର ଉତ୍ତର ବିଜେପି ବିଧାୟିକା ପ୍ରାର୍ଥୀ ଅପରାଜିତା ମହାନ୍ତି, ବିଜେପୁର ବିଜେପି ବିଧାୟକ ପ୍ରାର୍ଥୀ ସନତ ଗଡତିଆ, ବ୍ରଦରାଜନଗର ବିଧାୟକ ପ୍ରାର୍ଥୀ ରାଧାରାଣୀ ପଣ୍ଡା ପିଏସଓ, କେନ୍ଦ୍ରାପଡ଼ା ଲୋକସଭା ବିଜେପି ପ୍ରାର୍ଥୀଙ୍କ ଉପରକୁ ଶାସକ ବିଜେଡି ଦଳର କର୍ମୀମାନେ ଆକ୍ରମଣ କରିଛନ୍ତି।

ସେହିପରି ଭଟଲି, ଭଂଜନଗର ସମେତ ଅନେକ ସ୍ଥାନରେ ବିଜେପିର କର୍ଯ୍ୟକର୍ତାଙ୍କୁ ଶାସକ ଦଳର ଗୁଣ୍ଡାମାନେ ଆକ୍ରମଣ କରି ଲହୁ ଲୁହାଣ କରାଯାଇଛି। ଏଥିରୁ ସ୍ପଷ୍ଟ ହେଉଛି ଓଡିଶାରେ ନିର୍ବାଚନ ଚାଲିଥିବାବେଳେ ପୁଲିସ ଏଠି ଶାସକ ଦଳ ଇଙ୍ଗିତରେ କାର୍ଯ୍ୟ କରୁଛି ଓ ଶାସକ ଦଳର ଗୁଣ୍ଡାମାନଙ୍କୁ ଅପରାଧିକ କାର୍ଯ୍ୟ କରିବା ପାଇଁ ଖୁଲମଖୁଲା ଛାଡ଼ିଛି। ୩ଟି ପର୍ଯ୍ୟାୟ ନିର୍ବାଚନ ସରିଥିବାବେଳେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ କିପରି ଶୃଙ୍ଖଳାର ସହ ହେବ ଏବଂ ବିଜେପି ସମେତ ଅନ୍ୟ ବିରୋଧୀଦଳ ମାନେ କିପରି ସୁରକ୍ଷାର ସହ ନିର୍ବାଚନ ପ୍ରଚାର କରିବେ, ସେଥିପ୍ରତି ନିର୍ବାଚନ କମିଶନ ଧ୍ୟାନ ଦେବାକୁ ପ୍ରତିନିଧି ଦଳ ଦାବି କରିଛି।
ଏହି ପ୍ରତିନିଧି ଦଳରେ ରାଜ୍ୟ ଉପସଭାପତି ରମାରଂଜନ ବଳିଆରସିଂହ ଏବଂ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଉପସ୍ଥିତ ଥିଲେ।



from Odisha Reporter http://bit.ly/2IRWsxO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages