ମାଆ ମଙ୍ଗଳାଙ୍କ ରାଜରାଜେଶ୍ୱରୀ ବେଶ ଦର୍ଶନ କଲେ ଶ୍ରଦ୍ଧାଳୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 23, 2019

ମାଆ ମଙ୍ଗଳାଙ୍କ ରାଜରାଜେଶ୍ୱରୀ ବେଶ ଦର୍ଶନ କଲେ ଶ୍ରଦ୍ଧାଳୁ

କୋଣାର୍କ (ସଞ୍ଜୟ ପତି): ଧୂପ, ଦୀପ ଓ ନୈବେଦ୍ୟ ସହ ଆଧ୍ୟାତ୍ମିକ ପରିବେଶରେ ଶେଷ ହୋଇଛି କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳାଙ୍କ ପୀଠରେ ଝାମୁ ଯାତ୍ରା। ଚୈତ୍ରମାସ ପ୍ରଥମ ମଙ୍ଗଳବାରରେ ନେତ୍ରୋତ୍ସବଠାରୁ ଆରମ୍ଭ ହୋଇଥିବା ମାଆଙ୍କ ପାଳିଯାତ୍ରା ଝାମୁଯାତ୍ରା ସରିଛି। ଆଜି ଭୋରରୁ ମାଆଙ୍କର ସ୍ନାନ ମାର୍ଜଣା, ସୂର୍ଯ୍ୟପୂଜା ଅନୁଷ୍ଠିତ ହୋଇଥିଲା। ପରେ ମାଆଙ୍କର ବିରଳ ରାଜରାଜେଶ୍ୱରୀ ବେଶ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଏଥିସହ ପଞ୍ଚମ ପାଳିରେ ମାନସିକ ରଖି ଗ୍ରାମାଞ୍ଚଳର ମହିଳାମାନଙ୍କ ଦ୍ୱାରା ଚାଲିଥିବା ପନ୍ଥେଇ ଓଷା ଶେଷ ହୋଇଛି।

ଝଙ୍କଡ଼ ଶାରଳାଙ୍କ ପୀଠରୁ ଆସିଥିବା ମାଳୀ ସଂପ୍ରଦାୟର ପାଟୁକାମାନେ ପାରମ୍ପରିକ ଢୋଲ ଓ ମହୁରୀ ବାଦ୍ୟର ରୋଷଣୀରେ ମାଆଙ୍କଠାରୁ ଆଜ୍ଞାମାଳ ନେଇ ନିଆଁ ଗର୍ତ୍ତରେ ଚାଲିଥିଲେ। ଏହାସହିତ ଭୋଇ ସଂପ୍ରଦାୟର ପାଟୁକାମାନେ ମାଆଙ୍କ ସମ୍ମୁଖରେ ଘଣ୍ଟପାଟୁକା ନୃତ୍ୟ ପରିବେଷଣ କରି ଯାତ୍ରାର ସମାପନ କରିଥିଲେ। ମାଆଙ୍କ ଦର୍ଶନ ସହ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନେ ମାଆଙ୍କର ଝାମୁ ଯାତ୍ରା ଦେଖିଥିଲେ।

ରାଜ୍ୟର ଅନ୍ୟ ଶକ୍ତିପୀଠମାନଙ୍କରେ ପଣାସଂକ୍ରାନ୍ତିରେ ଝାମୁ ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ମାଆ ମଙ୍ଗଳାଙ୍କ ପୀଠରେ ମାଆଙ୍କ ପଞ୍ଚମ ପାଳିଯାତ୍ରାରେ ଝାମୁ ଅନୁଷ୍ଠିତ ହୋଇଥାଏ।



from Odisha Reporter http://bit.ly/2GDS6Jd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages