
ଚେନ୍ନାଇ: ଚଳିତ ଆଇପିଏଲ୍ର ୧୮ତମ ମ୍ୟାଚ୍ରେ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗସ ଓ ରବିଚନ୍ଦ୍ରନ ଅଶ୍ୱିନ କିଙ୍ଗସ ଏକାଦଶ ପଞ୍ଜାବ ମୁହାଁମୁହିଁ ହୋଇଛନ୍ତି। ଚେପକ ଷ୍ଟାଡିୟମ୍ରେ ଖେଳା ଯାଉଥିବା ଏହି ମ୍ୟାଚ୍ରେ ଧୋନି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଆଜିର ମ୍ୟାଚ୍ରେ ଚେନ୍ନାଇ ପକ୍ଷରୁ ଡ୍ୱେନ୍ ବ୍ରାଭୋ ଖେଳୁନାହାନ୍ତି। ସେ ଗତ ମ୍ୟାଚ୍ରେ ଆହତ ହୋଇଥିବାରୁ ୨ ସପ୍ତାହ ପାଇଁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି। ତାଙ୍କ ବଦଳରେ ଚେନ୍ନାଇର ଚୂଡ଼ାନ୍ତ ଏକାଦଶରେ ସ୍କଟ କୁଗଲେଇଜିନଙ୍କୁ ସାମିଲ କରାଯାଇଛି। ସେହିପରି ଫାଫ୍ ଡୁପ୍ଲେସିସ୍ ଓ ହରଭଜନ ସିଂହ ମଧ୍ୟ ଆଜି ମ୍ୟାଚ୍ ଖେଳୁଛନ୍ତି। ଅନ୍ୟପକ୍ଷରେ ପଞ୍ଜାବ ଆଜି ଚୂଡ଼ାନ୍ତ ଏକାଦଶରେ କ୍ରିସ୍ ଗେଲଙ୍କୁ ସାମିଲ କରିଛି।
ଧୋନିଙ୍କ ଚେନ୍ନାଇ ଗତ ମ୍ୟାଚ୍ରେ ମୁମ୍ବାଇ ଠାରୁ ପରାସ୍ତ ହୋଇଥିଲା। କିନ୍ତୁ ପଞ୍ଜାବ ତା’ର ଗତ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇଥିଲା। ଆଜିର ମ୍ୟାଚ୍ ଜିତି ଚେନ୍ନାଇ କମ୍ବ୍ୟାକ୍ କରିବାକୁ ଲକ୍ଷ୍ୟ ରଖିବ।
from Odisha Reporter http://bit.ly/2uOXzpN
No comments:
Post a Comment