ଯାହା କଂଗ୍ରେସ କରିଥିଲା, ତାହା ବିଜେଡି କରୁଛି: ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 6, 2019

ଯାହା କଂଗ୍ରେସ କରିଥିଲା, ତାହା ବିଜେଡି କରୁଛି: ମୋଦି

modi

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “କଂଗ୍ରେସ ଗରିବୀ ଓ ଏହାକୁ ନେଇ ଉଦ୍ଦିଷ୍ଟ ଯୋଜନାଗୁଡ଼ିକୁ ନିଜର ରାଜନୀତିକ ଲାଭ ଉଦ୍ଦେଶ୍ୟରେ ବ୍ୟବହାର କରିଛି। ଦଲାଲଙ୍କୁ ଲାଭ ପହଞ୍ଚାଇବା ପାଇଁ ଗରିବ ଲୋକଙ୍କ ପାଇଁ ଯୋଜନା ପ୍ରସ୍ତୁତ କରିଛି। ଏହା ଦ୍ୱାରା ଗରିବୀ ହଟେ ନାହିଁ। ଆଉ କଂଗ୍ରେସ ଯାହା କରିଥିଲା, ତାହା ବିଜେଡି କରୁଛି।”

ଆଜି ସୋନପୁରରେ ଆୟୋଜିତ ନିର୍ବାଚନୀ ସଭାରେ ଏମିତି ଢଙ୍ଗରେ ଉଭୟ କଂଗ୍ରେସ ଓ ବିଜେଡି ଉପରେ ବର୍ଷିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ସେ କହିଥିଲେ,“କଂଗ୍ରେସ ଏବେ ଖୋଲାଖୋଲି କହୁଛି ଯେ ଦେଶର ମଧ୍ୟମ ବର୍ଗର ଲୋକେ ସ୍ୱାର୍ଥପର। ସେମାନେ କେବଳ ନିଜ କଥା ଚିନ୍ତା କରନ୍ତି। ସେମାନଙ୍କ ଉପରେ ଟିକସ ବସା ଯିବା ଜରୁରୀ। ଆପଣମାନେ କୁହନ୍ତୁ, ଦେଶର ମଧ୍ୟମ ବର୍ଗର ଅଣ୍ଟା ଭାଙ୍ଗି ଦେଶର ଉନ୍ନତି କରି ହେବ? ଗରିବଙ୍କ ହକ୍ ଛଡ଼ାଇ ନେଉଥିବା ଲୋକଙ୍କୁ ଆପଣ ଆଉ ଥରେ ମଉକା ଦେବେ କି?”

ସେହିପରି ବିଜେଡି ଉପରେ ବର୍ଷି ପ୍ରଧାନମନ୍ତ୍ରୀ କହିଥିଲେ,”ଏଠି ଭେଦଭାବର ସରକାର ଚାଲିଛି। କେନ୍ଦ୍ର ସରକାରଙ୍କ ଯୋଜନାଗୁଡ଼ିକୁ ଲୋକଙ୍କ ପାଖରେ ପହଞ୍ଚିବାକୁ ଦିଆଯାଉ ନାହିଁ। ଯାହାଙ୍କୁ ଆପଣ ୧୯ ବର୍ଷ ହେଲାଣି ଭରସା କରି ଭୋଟ୍ ଦେଇଛନ୍ତି, ସେ ଏ ଅଞ୍ଚଳ ପାଇଁ କ’ଣ କରିଛନ୍ତି? କାମ ନ ପାଇଁ ଏଠାକାର ଲୋକେ ବାହାର ରାଜ୍ୟକୁ ଯାଉଛନ୍ତି। ଏଠି ପିଇବା ପାଣି ମିଳୁଛି ନା ଚାଷ ଜମିକୁ ପାଣି ଟିକେ ମିଳୁଛି।”

ଏହା ସହିତ ଓଡ଼ିଶାରେ ପରିବର୍ତ୍ତନ ଆଣିବାକୁ ମୋଦି ଭୋଟରମାନଙ୍କୁ ଆହ୍ୱାନ ଦେଇଥିଲେ। ସେ କହିଥିଲେ, ଓଡ଼ିଶାରେ ନୂଆ ସରକାର ଦରକାର। ନୂଆ ନୀତି ଓ ପରିକଳ୍ପନା କରିପାରୁଥିବା ସରକାର ଦରକାର। କେବଳ ଡବଲ ଇଞ୍ଜିନର ସରକାର ଦ୍ୱାରା ହିଁ ଭାରତ ଓ ଓଡ଼ିଶାର ବିକାଶ ହୋଇପାରିବ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କ ସରକାରର ବିଭିନ୍ନ ସଫଳତା ବିଷୟରେ ମଧ୍ୟ ବଖାଣିଥିଲେ। ସୋନପୁର ସଭାରେ ବିଜେପି ନେତା କେ.ଭି ସିଂହଦେଓଙ୍କ ସମେତ ଦଳର ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ।



from Odisha Reporter http://bit.ly/2OVbAeT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages