ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳର ବିମାନ ଭଗ୍ନାଂଶ ଠାବ କଲା ଭାରତୀୟ ସେନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 4, 2019

ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳର ବିମାନ ଭଗ୍ନାଂଶ ଠାବ କଲା ଭାରତୀୟ ସେନା

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ରୋଇଙ୍ଗ ଜିଲ୍ଲାରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଏକ ଆମେରିକୀୟ ବିମାନର ଭଗ୍ନାଂଶ ଉଦ୍ଧାର କରାଯାଇଛି। ଜଣେ ପୋଲିସ ପ୍ରତିନିଧିଙ୍କ ସହ ଏକ ୧୨ ଜଣିଆ ଭାରତୀୟ ସେନାର ପାଟ୍ରୋଲ ଦଳଙ୍କୁ ଗତ ମାର୍ଚ୍ଚ ୩୦ ତାରିଖରେ ଏହି ସଫଳତା ମିଳିଛି। ସେନା ପକ୍ଷରୁ ଏ ସମ୍ପର୍କରେ ଟ୍ୱିଟ୍‌ କରି କୁହାଯାଇଛି।

ଦିବଙ୍ଗ ଜିଲ୍ଲାର ଆଞ୍ଚଳିକ ପର୍ବତାରୋହୀମାନଙ୍କଠାରୁ ପୋଲିସ ମାଧ୍ୟମରେ ଏହି ବିମାନର ଭଗ୍ନାଂଶ ବାବଦରେ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ, ରୋଇଙ୍ଗଠାରୁ ୩୦ କିଲୋମିଟର ଦୂର ଏକ ଦୁର୍ଗମ ଅଞ୍ଚଳରେ ରହିଥିବା ଏହି ଭଗ୍ନାଂଶକୁ ସନ୍ଧାନ କରିବା ପାଇଁ ସେନାର ଏକ ସ୍ୱତନ୍ତ୍ର ପାଟ୍ରୋଲ ଦଳକୁ ପଠାଯାଇଥିଲା।

ଏହି ଦଳ ଭଗ୍ନାଂଶ ସନ୍ଧାନରେ ୩୦ କିଲୋମିଟର ବ୍ୟାପୀ ଜଙ୍ଗଲ ଏବଂ ବରଫାବୃତ ଅଞ୍ଚଳ ମଧ୍ୟ ଦେଇ ଯାତ୍ରା କରିଥିଲେ। ସବୁଠାରୁ ବଡ଼ କଥା ହେଉଛି ପୂର୍ବରୁ କେହି କ୍ୱଚିତ ଏହି ଅଞ୍ଚଳକୁ ଯାଇଥିଲେ। କାରଣ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଏହି ଅଞ୍ଚଳକୁ ବାୟୁ ପଥରେ ଯାତ୍ରା କରିବା ମଧ୍ୟ କଷ୍ଟକର ଥିଲା। ନାନା ବାଧାବିଘ୍ନ ସତ୍ତ୍ୱେ ଶେଷରେ ସେଠାରେ ପାଟ୍ରୋଲ ଦଳ ପହଞ୍ଚିପାରିଥିଲେ। କିଛି ସମୟର ଖୋଜାଖୋଜି ପରେ ୫ ଫୁଟ ବରଫ ତଳେ ଚାପି ହୋଇ ରହିଥିବା ଏହି ବିମାନର ଭଗ୍ନାବଶେଷକୁ ପାଟ୍ରୋଲ ଦଳ ସନ୍ଧାନ କରିବାରେ ସଫଳ ହୋଇଥିଲେ।

ବର୍ତ୍ତମାନ ଏହି ପୁରୁଣା ବିମାନର ଭଗ୍ନାଂଶ ଏବଂ ଅନ୍ୟାନ୍ୟ ଯୁଦ୍ଧ ସାମଗ୍ରୀର ତନଖି କରାଯିବ। ଆବଶ୍ୟକ ଗବେଷଣା ପରେ କିଛି ଏଥିରୁ ଐତିହାସିକ ତଥ୍ୟ ମିଳିବାର ସମ୍ଭାବନା ରହିଛି।

ସୂଚନାଯୋଗ୍ୟ ଯେ, ଦ୍ୱିତୀୟ ବିଶ୍ୱଯୁଦ୍ଧ ୧୯୩୯ ମସିହାରୁ ୧୯୪୫ ଯାଏ ଚାଲିଥିଲା। ଆମେରିକା ଜାପାନର ଦୁଇ ବଡ଼ ବଡ଼ ସହର ହିରୋଶିମା ଏବଂ ନାଗାସାକିରେ ପରମାଣୁ ବୋମା ମାଡ଼ କରିବା ପରେ ଜାପାନ ଆତ୍ମସମର୍ପଣ କରିବାରୁ ଏହି ଯୁଦ୍ଧ ବନ୍ଦ ହୋଇଥିଲା।



from Odisha Reporter https://ift.tt/2TX9Tyy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages