ତାରା ଗାଉଥିବା ଗୀତ ଭିଡିଓ ଭାଇରାଲ୍‌, ଅନୁ ମଲ୍ଲିକ ଓ ଫର୍‌ହା ଖାନ୍‌ କରିଥିଲେ ପ୍ରଶଂସା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 22, 2019

ତାରା ଗାଉଥିବା ଗୀତ ଭିଡିଓ ଭାଇରାଲ୍‌, ଅନୁ ମଲ୍ଲିକ ଓ ଫର୍‌ହା ଖାନ୍‌ କରିଥିଲେ ପ୍ରଶଂସା

tara.

ମୁମ୍ବାଇ: ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଥିବା ତାରା ସୁତାରିଆ କେବଳ ସୁନ୍ଦର ନୁହନ୍ତି ଖୁବ୍‌ ଟ୍ୟାଲେଣ୍ଟେଡ୍‌ ମଧ୍ୟ। କରନ୍‌ ଜୋହରଙ୍କ ଧର୍ମା ପ୍ରଡକ୍ସନ୍‌ରୁ ନିଜ ଫିଲ୍ମ କ୍ୟାରିଅର ଆରମ୍ଭ କରୁଥିବା ତାରା ମଲ୍ଟି ଟ୍ୟାଲେଣ୍ଟେଡ୍‌। ସେ ଫିଲ୍ମ ପୂର୍ବରୁ ସଙ୍ଗୀତ କ୍ଷେତ୍ରରେ ବି ନିଜ ପ୍ରତିଭା ଦେଖେଇ ସାରିଛନ୍ତି। ତାରାଙ୍କ ସେମିତି ଏକ ପୁରୁଣା ଭିଡିଓ ସୋଶାଲ୍‌ ମିଡିଆରେ ଏବେ ଭାଇରାଲ୍‌ ହେଉଛି। ଯେଉଁଥିରେ ସେ  ସୋନୀ ଏଣ୍ଟରଟେନ୍‌ମେଣ୍ଟ୍‌ ଚ୍ୟାନେଲ୍‌ରେ ‘ଏଣ୍ଟରଣ୍ଟେନ୍‌ କେ ଲିଏ କୁଛ୍‌ଭି କରେଗା’ରେ ନିଜ ସଙ୍ଗୀତ କ୍ଷମତା ଦେଖେଇଛନ୍ତି। ଶୋ’ର ଜଜ୍‌ ଭାବରେ ଅନୁମଲ୍ଲିକ୍‌ ଓ ପର୍‌ହାନ୍‌ଙ୍କୁ ଦେଖିବାକୁ ମିଳିଛି। ଦୁହେଁ ତାରାଙ୍କ ଗୀତ ଶୁଣି ଖୁବ୍‌ ପ୍ରଶଂସା କରିଥିଲେ।

‘କଫି ଉଇଥ୍‌ କରନ୍‌’ ଶୋ’ରେ ମଧ୍ୟ ତାରା ନିଜ ଗୀତର ଯାଦୁ ଦେଖେଇଥିଲେ। ସେ ସମୟରେ ତାଙ୍କ ସହ ଶୋ’ର ଟାଇଗରଶ୍ରଫ୍‌ ଓ ଅନନ୍ୟା ପାଣ୍ଡେ ବି ଥିଲେ।

ତେବେ ତାଙ୍କ ସ୍ୱର କେତେ ଖାସ୍‌ ଏହା ଆପଣ ଏହି ଭିଡିଓ ଦେଖିଲା ପରେ ହିଁ ଜାଣିପାରିବେ। ତାରା ଫିଲ୍ମରେ ଡେବ୍ୟୁ କରିବା ପୂର୍ବରୁ କିଛିଟା ହିନ୍ଦି ଫିଲ୍ମରେ ନିଜ କଣ୍ଠଦାନ କରିବା ସହ କିଛି ବିଜ୍ଞାପନରେ ବି ତାଙ୍କୁ ଦେଖିବାକୁ ମିଳିଥିଲା।
ନିକଟରେ ତାଙ୍କ ଡେବ୍ୟୁ ଫିଲ୍ମ ‘ଷ୍ଟୁଡେଣ୍ଟ୍‌ ଅଫ୍‌ ଦ ଇୟର-୨’ର ଟ୍ରେଲର ରିଲିଜ୍‌ ହୋଇଯାଇଛି। ଟ୍ରେଲର ଦେଖିବା ପରେ ଦର୍ଶକଙ୍କ ମିଶ୍ର ପ୍ରତିକ୍ରିୟା  ମିଳିଛି। ଏହି ଫିଲ୍ମ କରନ୍‌ ଜୋହରଙ୍କ ‘ଷ୍ଟୁଡେଣ୍ଟ୍‌ ଅଫ୍‌ ଦ ଇୟର୍‌’ର ପାର୍ଟ -୨ । ଫିଲ୍ମଟି ମେ ୧୦ରେ ରିଲିଜ୍‌ ହେବ। ଟ୍ରେଲର ପୂର୍ବରୁ ଫିଲ୍ମର ପୋଷ୍ଟରକୁ ରିଲିଜ୍‌ କରାଯାଇଥିଲା।

କରନ୍‌ଙ୍କ ‘ଷ୍ଟୁଡେଣ୍ଟ୍‌ ଅଫ୍‌ ଦ ଇୟର୍‌’ ପାର୍ଟ୍‌-୧ରେ ଆଲିଆ ଭଟ୍ଟ, ବରୁନ୍‌ ଧୱନ୍‌ ଓ ସିଦ୍ଧାର୍ଥ ମଲହୋତ୍ରା ଡେବ୍ୟୁ କରିଥିଲେ। ଯେଉଁମାନେ ଆଜିର ଦିନରେ ବଲିଉଡ୍‌ରେ ନିଜକୁ ପ୍ରତିଷ୍ଠିତ କରାଇ ସାରିଛନ୍ତି ଓ ଖୁବ୍‌ ଲୋକପ୍ରିୟତା ମଧ୍ୟ ହାସଲ୍‌ କରିଛନ୍ତି। ଏହି ଫିଲ୍ମର ପାର୍ଟ୍‌-୨ କରନ୍‌ଙ୍କ ପ୍ରଡକ୍ସନ୍‌ ହାଉସ୍‌ରେ ନିର୍ମିତ ହେଉଥିଲେ ବି ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ପୁନୀତ୍‌ ମଲହୋତ୍ରା।



from Odisha Reporter http://bit.ly/2Iy5lNO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages