ଆଉଥରେ ସୁପ୍ରିମକୋର୍ଟରେ ଦୁଃଖ ପ୍ରକାଶ କଲେ ରାହୁଲ ଗାନ୍ଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 29, 2019

ଆଉଥରେ ସୁପ୍ରିମକୋର୍ଟରେ ଦୁଃଖ ପ୍ରକାଶ କଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ନିଜର ରାଜନୀତିକ ସ୍ଲୋଗାନ ‘ଚୌକିଦାର ଚୋର ହୈ’ ସହ ସୁପ୍ରିମକୋର୍ଟ ଏକମତ ହୋଇଛନ୍ତି ବୋଲି ମିଛରେ କହି ଅଡ଼ୁଆରେ ପଡ଼ିଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ପୁଣିଥରେ ଦୁଃଖ ପ୍ରକାଶ କରିଛନ୍ତି।

ରାଫେଲ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ରାହୁଲ ଗାନ୍ଧି ଭୁଲ ଭାବେ ଉପସ୍ଥାପନ କରିଥିଲେ। ଏଥିସହ ସୁପ୍ରିମକୋର୍ଟ ଚୌକିଦାର ନରେନ୍ଦ୍ର ମୋଦି ଚୌର ହୈ ବୋଲି କହିଥିବା ରାହୁଲ ଏକ ଜନସଭାରେ ସୂଚନା ଦେଇଥିଲେ। ଏନେଇ ରାହୁଲଙ୍କ ବିରୋଧରେ ବିଜେପି ପକ୍ଷରୁ ସୁପ୍ରିମକୋର୍ଟରେ ମାନହାନି ମାମଲା ହୋଇଥିଲା। ପୂର୍ବରୁ ରାହୁଲ ଗାନ୍ଧି ଏଭଳି ମନ୍ତବ୍ୟ ପାଇଁ ସୁପ୍ରିମକୋର୍ଟଙ୍କୁ ସତ୍ୟପାଠ ଜରିଆରେ ଦୁଃଖ ପ୍ରକାଶ କରିଥିଲେ। ଏହାସତ୍ତ୍ୱେ କୋର୍ଟ ରାହୁଲଙ୍କୁ ଅଦାଲତ ଅବମାନନା ନୋଟିସ୍‌ ପଠାଇଥିଲେ। ଆଜି ଏହାର ଜବାବ ଦେଇ ରାହୁଲ ଗାନ୍ଧି ପୁଣିଥରେ ନିଜର ଭୁଲ ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କରିଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ନିକଟରେ ରାହୁଲ ଅଦାଲତ ଅବମାନନା ନୋଟିସ୍‌ର ଜବାବ ଏକ ସତ୍ୟପାଠ ଜରିଆରେ ଦାଖଲ କରିଛନ୍ତି। ସେ ଏଥିରେ ନିଜର ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କରିବା ସହ ବିଜେପି ରାଫେଲ ପ୍ରସଙ୍ଗକୁ ଘଣ୍ଟ ଘୋଡ଼ାଇବା ପାଇଁ ତାଙ୍କୁ ଆଇନ୍‌ଗତ ଫାଶରେ ଫସାଇବାକୁ ମିଛ ପ୍ରୟାସ କରୁଛି ବୋଲି କହିଛନ୍ତି।

ତେଣୁ କୋର୍ଟ କେବଳ ଫାଇନ୍‌ ଲାଗୁ କରି ଅଦାଲତ ଅବମାନନା ମାମଲାକୁ ଖାରଜ କରନ୍ତୁ ବୋଲି ରାହୁଲ ନିଜ ସତ୍ୟପାଠରେ ନିବେଦନ କରିଛନ୍ତି। କୋର୍ଟ ପୂର୍ବରୁ ରାହୁଲଙ୍କୁ ବ୍ୟକ୍ତିଗତ ଭାବେ ହାଜର ନ ହୋଇ ତାଙ୍କ ପକ୍ଷ ରଖିବାକୁ କହିଥିଲେ। ଆସନ୍ତାକାଲି କୋର୍ଟ ଏହି ମାମଲାର ଶୁଣାଣି କରିବେ।

ଗତ ସୋମବାର ବିଜେପି ନେତ୍ରୀ ମୀନାକ୍ଷୀ ଲେଖିଙ୍କ ଆବେଦନର ଶୁଣାଣି କରି କୋର୍ଟ ରାହୁଲ ଗାନ୍ଧିଙ୍କୁ ଆସନ୍ତାକାଲି(ଏପ୍ରିଲ ୩୦) ସୁଦ୍ଧା କ’ଣ ପାଇଁ ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଚାଲିବ ନାହିଁ, ତା’ର ଜବାବ ରଖିବାକୁ କହିଥିଲେ। ତଦ୍‌ନୁସାରେ ଆଜି ରାହୁଲ ଗାନ୍ଧି ନିଜର ପକ୍ଷ ରଖିଛନ୍ତି।

ରାଫେଲ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟର ପୁନଃ ବିଚାର ପାଇଁ ହୋଇଥିବା ଆବେଦନକୁ ଗ୍ରହଣ କରିବା ସହ ଖବରକାଗଜ ‘ଦି ହିନ୍ଦୁ’ରେ ପ୍ରକାଶିତ ତଥ୍ୟକୁ ଶୁଣାଣି ସମୟରେ ବିଚାରକୁ ନିଆଯିବ ବୋଲି କହିଥିଲେ। ତେବେ ସୁପ୍ରିମକୋର୍ଟଙ୍କ ଏହି ରାୟକୁ ରାହୁଲ ଗାନ୍ଧି କଦର୍ଥ କରି ଏକ ଜନସଭାରେ କହିଥିଲେ ‘ଚୌକିଦାର ଚୋର ହୈ’ ବୋଲି ସୁପ୍ରିମକୋର୍ଟ ମାନିଛନ୍ତି। ତେଣୁ ରାଫେଲ ଡିଲ୍‌ରେ ମୋଦିଙ୍କ ଦୁର୍ନୀତି ଧରା ପଡ଼ିଛି।

ତେବେ ଏହା ବିରୋଧରେ ବିଜେପିର ନୂଆଦିଲ୍ଲୀ ସାଂସଦ ମୀନାକ୍ଷୀ ଲେଖି ପ୍ରଶ୍ନ ଉଠାଇବା ସହ ରାହୁଲଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ।



from Odisha Reporter http://bit.ly/2PCli69

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages