
ନୂଆଦିଲ୍ଲୀ: ହାଣ୍ଡିଶାଳ ଉପରେ ପୁଣି ମହଙ୍ଗା ମାଡ଼ ହୋଇଛି। ବୁଧବାର ଏଲପିଜି ସବସିଡ଼ି ସିଲିଣ୍ଡର ଗ୍ୟାସର ଦାମ ଦିଲ୍ଲୀରେ ୨୮ ପଇସା ଏବଂ ମୁମ୍ୱାଇରେ ୨୯ ପଇସା ବୃଦ୍ଧି ହୋଇଛି। ସେହିପରି ବିନା ସବସିଡ଼ି ଗ୍ୟାସ ସିଲିଣ୍ଡର ଦର ୬ ଟଙ୍କା ବଢ଼ିଛି। ଏବେ ଦିଲ୍ଲୀରେ ବିନା ସବସିଡ଼ି ସିଲିଣ୍ଡର ଗ୍ୟାସ(୧୪.୨) ଲିଟରର ଦାମ ୭୧୨.୫୦ ପଇସା ହୋଇଛି। ଇଣ୍ଡିଆନ ଅଏଲ ଏହି ସୂଚନା ଦେଇଛି। ୪ ମାସ ଭିତରେ ତିନୋଟି ପର୍ଯ୍ୟାୟରେ ୧୧ଟଙ୍କାରୁ ଅଧିକ ଅଣ ସବସିଡ଼ି ସିଲିଣ୍ଡର ଗ୍ୟାସର ଦାମ ବୃଦ୍ଧି ହୋଇଥିବା ସୂଚନା ରହିଛି।
ଏହା ପୂର୍ବରୁ ଏପ୍ରିଲ ୧ ତାରିଖରେ ଗ୍ୟାସ ସିଲିଣ୍ଡର ରେଟ୍ ବଢ଼ିଥିଲା। ବିନା ସବସି଼ଡ଼ି ଗ୍ୟାସ ସିଲିଣ୍ଡରର ଦାମ ୫ ଟଙ୍କା ପ୍ରତି ଲିଟର ବଢ଼ିଥିବା ବେଳେ ସବସିଡ଼ି ସିଲିଣ୍ଡର ଗ୍ୟାସର ଦାମ ୨୫ ପଇସା ବଢ଼ିଥିଲା।
ତେବେ ମାର୍ଚ୍ଚ ୧ ତାରିଖରେ ସବସିଡ଼ି ସିଲିଣ୍ଡର ଗ୍ୟାସର ଦାମ ୪୯୫ ଟଙ୍କା ଥିବା ବେଳେ ଅଣ ସବସିଡ଼ି ସିଲିଣ୍ଡର ଗ୍ୟାସର ଦାମ ୭୦୧ ଟଙ୍କା ୫୦ ପଇସା ଥିଲା।
ସବସିଡ଼ି ଗ୍ୟାସ ରେଟ୍
ଦିଲ୍ଲୀ ୪୯୬.୧୪ ପଇସା
କୋଲକାତା ୪୯୯.୨୯ ପଇସା
ମୁମ୍ୱାଇ ୪୯୩.୮୬ ପଇସା
ଚେନ୍ନାଇ ୪୮୪.୦୨ ପଇସା
ବିନା ସବସିଡ଼ି ସିଲିଣ୍ଡର ଗ୍ୟାସ ରେଟ୍
ଦିଲ୍ଲୀ ୭୧୨.୫୦ ପଇସା
କୋଲକାତା ୭୩୮.୫୦ ପଇସା
ମୁମ୍ୱାଇ ୬୫୪.୫୦ ପଇସା
ଚେନ୍ନାଇ ୭୨୮ ଟଙ୍କା
from Odisha Reporter http://bit.ly/2V5idl7
No comments:
Post a Comment