
ଅହମ୍ମଦାବାଦ: ମଙ୍ଗଳବାର ଗୁଜରାଟ ଦଙ୍ଗା ସମୟରେ ୨୨ ଥର ଦୁଷ୍କର୍ମର ଶିକାର ହୋଇଥିବା ଜଣେ ପୀଡ଼ିତାଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍କୋର୍ଟ। ରାଜ୍ୟସରକାର ପୀଡ଼ିତାଙ୍କ ସହିତ ଏଭଳି କାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କୁ ଦଣ୍ଡାଦେଶ ଦେଇଥିବାବେଳେ ପୀଡ଼ିତାଙ୍କ କଥା ଭୁଲିଯାଇଥିଲେ ଏବଂ ଏକ ପ୍ରକାର ମୃତ୍ୟୁକୁ ଅପେକ୍ଷା କରିବାକୁ ଛାଡ଼ିଦେଇଥିଲେ। ସୁପ୍ରିମ୍କୋର୍ଟ ଆଜି କ୍ଷତିପୂରଣ ବାବଦରେ ନିର୍ଦ୍ଦେଶ ଦେବା ସହିତ ଯଦି ସେ ଚାହାନ୍ତି ତାଙ୍କ ପାଇଁ ନିଯୁକ୍ତି ଏବଂ ବାସସ୍ଥାନ ଯୋଗାଇଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ମାସରେ ଗୁଜରାଟ ସରକାର ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ କହିଥିଲେ। କିନ୍ତୁ ସେ ଗ୍ରହଣ କରିନଥିଲେ। ଆଜି ସୁପ୍ରିମ୍କୋର୍ଟ ଏହି ମାମଲାରେ କହିଛନ୍ତି, ଯଦିଓ ସରକାର ଦୋଷୀଙ୍କୁ ଦଣ୍ଡିତ କରିଛନ୍ତି, ଜନାକ୍ରୋଶ କାରଣରୁ ପୀଡ଼ିତାଙ୍କୁ ସେମିତି ଛାଡ଼ିଦିଆଯାଇଛି।
କୋର୍ଟ କହିଥିଲେ, କେବଳ ତାଙ୍କୁ ୨୨ ଥର ଦୁଷ୍କର୍ମ କରାଯାଇନଥିଲା, ତାଙ୍କର ୩ ବର୍ଷ ବୟସର ଝିଅକୁ ମାରିଦିଆଯାଇଥିଲା। ତାପରଠାରୁ ପୀଡ଼ିତା ଯାଯାବର ଜୀବନଯାପନ କରିଆସୁଥିଲେ ଏବଂ ଏନ୍ଜିଓ ମାନଙ୍କ ସହାୟତାରେ ବଞ୍ଚିରହିଥିଲେ। ବର୍ତ୍ତମାନ ତାଙ୍କ ବୟସ ୪୦ ବର୍ଷ ଏବଂ ସେ ତାଙ୍କର ପୂରା ପରିବାର ହରାଇସାରିଛନ୍ତି।
କୋର୍ଟ କହିଥିଲେ, ତାଙ୍କୁ କ୍ଷତିପୂରଣ ଦେବାପାଇଁ ଆଇନକୁ ତନ୍ନ ତନ୍ନ କରି ତନଖି କରିବାର ଆବଶ୍ୟକତା ନାହିଁ। ସେ ଯାହା ହରାଇଛନ୍ତି କ୍ଷତିପୂରଣ ବି ସେହି ମାତ୍ରାରେ ହେବା ଆବଶ୍ୟକ। କୋର୍ଟ ୨୦୧୭ ମାର୍ଚ୍ଚ ୪ ତାରିଖ ଶୁଣାଣିରେ ଏହି ମାମଲା ସହ ଜଡ଼ିତ ୭ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ସେମାନଙ୍କ ମଧ୍ୟରେ ୫ ଜଣ ପୁଲିସ୍ ଏବଂ ୨ ଜଣ ଡାକ୍ତରଙ୍କୁ ଭାରତୀୟ ପିଙ୍ଗଳ କୋଡ୍ର ଧାରା ୨୧୮(ଦାୟିତ୍ୱରେ ଅବହେଳା) ଏବଂ ଧାରା ୨୦୧ (ପ୍ରମାଣ ନଷ୍ଟ କରିବା) ଆଦି ମାମଲାରେ ଅଭିଯୁକ୍ତ କରାଯାଇଥିଲା।
from Odisha Reporter http://bit.ly/2vipkHz
No comments:
Post a Comment