
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଥର ବିଜେଡି ସୁପ୍ରିମୋ ନୀବନ ପଟ୍ଟନାୟକ ତାଙ୍କ ପ୍ରଚାରର ଶୈଳୀ ବଦଳାଇ ଦେଇଥିବା ପରି ମନେ ହେଉଛି। ଆଜି ସୁଦ୍ଧା ୩ଟି ପର୍ଯ୍ୟାୟ ମତଦାନ ସରିଲାଣି। ମୁଖ୍ୟମନ୍ତ୍ରୀ ମାରାଥନ ପ୍ରଚାର କରୁଛନ୍ତି। ଏସି ଗାଡ଼ିରେ ସବୁ ବିଧାନସଭା ଆସନ ବୁଲି ପ୍ରଚାର କରିବାର ଟାର୍ଗେଟ ରଖିଛନ୍ତି। ସବୁଠି ଭାଷଣ ଦେବେବେଳେ ବିଜେପି ଉପରେ ବର୍ଷୁଛନ୍ତି। କିନ୍ତୁ କାହାରି ନାଁ ନେଇ ବର୍ଷିବା କେବେ ଶୁଣିବାକୁ ମିଳିନାହିଁ। ତେବେ କେନ୍ଦ୍ରାପଡ଼ାରେ ଏଥିରେ ବ୍ୟତିକ୍ରମ ଦେଖା ଦେଇଥିଲା।
ନାଁ ନ ନେଲେ ମଧ୍ୟ ତାଙ୍କର ଆକ୍ଷେପ ଥିଲା- ‘ଏଠାରୁ ଦୁଇ ଦୁଇ ଥର ଜିତିଥିବା ଏମ୍ପି କେନ୍ଦ୍ରାପଡାବାସୀଙ୍କ ବିଶ୍ୱାସ ଭାଙ୍ଗିଛନ୍ତି’।
ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଆକ୍ଷେପ କରି ସେ ଏପରି କହିଥିଲେ। ନବୀନ ବାବୁ ଅଭିଯୋଗ କରିଛନ୍ତି, କେନ୍ଦ୍ରାପଡ଼ା ଓଡ଼ିଶାର ଏକମାତ୍ର ଉପକୂଳ ଜିଲ୍ଲା, ଯେଉଁଠିକୁ ଏ ପର୍ଯ୍ୟନ୍ତ କୋଷ୍ଟାଲ ରେଲୱେ ନାହିଁ। ଏଠିକାର ଏମପି କୁଆଡେ ଏକଥା ଆଜିଯାଏ ଚିନ୍ତା କରିନାହାନ୍ତି।
ଏ ନେଇ ତାଙ୍କ ଅଫିସିଆଲ ଫେସ୍ବୁକ୍ ପେଜ୍ରେ ମଧ୍ୟ ଲେଖା ପ୍ରକାଶ ପାଇଥିଲା। ଯାହାକୁ କି ଟ୍ରୋଲ କରିଥିଲେ ସୋଶଲ ମିଡିଆର ଦର୍ଶକ। ଗୋଟିଏ ଦଳ ୨୦ ବର୍ଷ ଶାସନରେ ରହିବା ପରେ ମଧ୍ୟ କେନ୍ଦ୍ରାପଡାକୁ ରେଳ ସଂଯୋଗ ପାଇଁ ବ୍ୟବସ୍ଥା କରିପାରି ନ ଥିବା ବେଳେ ଦଳ ମୁଖିଆ ଜଣେ ଏମ୍ପିଙ୍କୁ ଆକ୍ଷେପ କରିବା ଅତ୍ୟନ୍ତ ଦୁଭାଗ୍ୟଜନକ ବୋଲି ଅନେକ ଦର୍ଶକ ମତାମତ ଦେଇଥିଲେ।
ସୂଚନାଯୋଗ୍ୟ, ଥରେ ନୁହେଁ, ଅନେକ ବାର ପରୋକ୍ଷରେ ହେଉ ବା ପ୍ରତ୍ୟକ୍ଷରେ, ବିଜେଡି ଟାର୍ଗେଟ କରି ଆସିଛି ଶ୍ରୀ ପଣ୍ଡାଙ୍କୁ। ଭୟ ନା ଆଉ କିଛି ଏ କଥା ନିଜେ ନବୀନ ଜାଣିଥିବେ ଆଉ ତାଙ୍କ ଦଳ ବି। କିନ୍ତୁ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ, ଆଜିଯାଏ ମୁଖ୍ୟମନ୍ତ୍ରୀ କରୁଥିଲେ କ’ଣ ? ୪ଥର ଶାସନ ଗାଦିରେ ବସିବା ପରେ ବି କ’ଣ ତାଙ୍କୁ ଏକଥା ଭାବିବାକୁ ସମୟ ହୋଇ ନ ଥିଲା !

ଯେଉଁ ରେଳ ଲାଇନ କଥା ମୁଖ୍ୟମନ୍ତ୍ରୀ କହୁଛନ୍ତି ତାହା ଏବର ନୁହେଁ। ବିଜୁ ବାବୁଙ୍କ ସମୟର । ହାତରେ ୨୦ବର୍ଷ ଧରି କ୍ଷମତାର ଡୋର ଧରି ସାରିଲେଣି ନବୀନ ପଟ୍ଟନାୟକ। ଆଜି ଯାଏ ଏକଥା ମନେ ପଡିଲାନି !
ନବୀନ ବାବୁଙ୍କର ଫାଷ୍ଟ ଟର୍ମ ଥିଲା ୧୯୯୮ ମସିହା। ବିଜେପି ସହ ମେଣ୍ଟ କରି ବିଜେଡି ନିର୍ବାଚନ ଲଢିଥିଲା। ସେତେବେଳେ କେନ୍ଦ୍ରରେ ବିଜେଡି-ବିଜେପି ଏମ୍ପି ସଂଖ୍ୟା ଥିଲା ୯-୭.। ୧୯୯୯ରେ ନିର୍ବାଚନରେ ମଧ୍ୟ ବିଜେଡି-ବିଜେପି ମେଣ୍ଟ ଏକାଠି ଲଢିଥିଲେ । ସେତେବେଳେ ବିଜେଡି ୧୦ ଓ ବିଜେପି ୯ ସିଟ୍ ପାଇଥିଲା। ୨୦୦୪ ମେଣ୍ଟ ନିର୍ବାଚନରେ ବିଜେଡିକୁ ମିଳିଥିଲା ୧୧ ଓ ବିଜେପିକୁ ମିଳିଥିଲା ୭ ଆସନ। ୨୦୦୯ରେ କିନ୍ତୁ ବିଜେଡି ଏକାକୀ ବିଧାନସଭା ଓ ଲୋକସଭା ଆସନରେ ଲଢି ଥିଲା। ସେତେବେଳେ କେନ୍ଦ୍ରରେ ବିଜେଡିର ଏମପି ସଂଖ୍ୟା ଥିଲା ୧୪। ୨୦୧୪ରେ ବିଜେଡି ଆଶାତୀତ ସଫଳତା ପାଇଥିଲା। ଏହି ଟର୍ମରେ ବିଜେଡି କେନ୍ଦ୍ରକୁ ପଠାଇଥିଲା ୨୦ ଏମ୍ପିଙ୍କୁ। ସମୁଦାୟ ୨୧ ଆସନରୁ ଗୋଟିଏ ମାତ୍ର ଆସନ ନେଇଥିଲା ବିଜେପି।
ଏହି ସଫଳତା ପରେ କେନ୍ଦ୍ରରେ ନବୀନଙ୍କ ଗୁରୁତ୍ୱ ଯଥେଷ୍ଟ ବଢି ଯାଇଥିଲା। ଅନେକ ଜାତୀୟ ଇସ୍ୟୁରେ କେନ୍ଦ୍ରରେ ନିଜର ଦବ୍ଦବା ଦେଖାଇଛନ୍ତି ନବୀନ। ୨୦୧୯ ନିର୍ବାଚନ ପୂର୍ବରୁ ପାର୍ଲାମେଣ୍ଟରେ ମହିଳା କୋଟା ପ୍ରସଙ୍ଗ ଆଣି ଜାତୀୟ ରାଜନୀତିରେ ବେଶ ଚର୍ଚ୍ଚିତ ହୋଇଥିଲେ । ହେଲେ କେନ୍ଦ୍ରାପଡ଼ା ରେଳ ଲାଇନ କଥା ସେତେବେଳେ ଭୁଲିଗଲେ କେମିତି ?
କେନ୍ଦ୍ରାପଡା ସାଂସଦ ବୈଜୟନ୍ତଙ୍କ କହିବା ଅନୁଯାୟୀ, ଏହି ପ୍ରକଳ୍ପ ତାଙ୍କର ସ୍ୱପ୍ନ ନୁହେଁ, ଏହା ସ୍ୱର୍ଗତ ବିଜୁ ବାବୁଙ୍କ ସ୍ୱପ୍ନ। ବାପାଙ୍କ ସ୍ୱପ୍ନକୁ ଏତେ ଦିନ ଧରି ଭୁଲି ଯିବାପରେ ଏବେ ଏହାକୁ ଟାଣି ଓଟାରି ଇସ୍ୟୁ କରିବାର ଅର୍ଥ ବେଜୟନ୍ତଙ୍କୁ ଟାର୍ଗେଟ କରିବା ନୁହେଁ ତ !
ଅବଶ୍ୟ ଗତକାଲି କେନ୍ଦ୍ର ରେଳମନ୍ତ୍ରୀ ପିୟୂଷ ଗୋୟଲ କେନ୍ଦ୍ରାପଡ଼ା ଆସି ନବୀନଙ୍କ ପ୍ରଶ୍ନର ଉତ୍ତର ଦେଇ ଯାଇଛନ୍ତି। ବୈଜୟନ୍ତଙ୍କ ଏକ ରୋଡ ସୋରେ ଯୋଗ ଦେଇଥିଲେ। ନବୀନଙ୍କ କଥାର କେତେ ସତ୍ୟତା ସେ ନେଇ ସାମ୍ବାଦିକମାନେ ପିୟୂଷଙ୍କୁ ପଚାରିଥିଲେ। ପିୟୂଷ ଏହାର ଉତ୍ତରରେ କହିଥିଲେ, କେନ୍ଦ୍ରାପଡା ରେଳପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। ଦୈତାରୀ-ପାରାଦୀପ ରେଳପଥ ସଂଯୋଗୀକରଣ ନେଇ ବୈଜୟନ୍ତ ବହୁ ଉଦ୍ୟମ କରିଛନ୍ତି। ଏହି କାମ କିପରି ଶିଘ୍ର ସରିବ ସେ ନେଇ ପଦକ୍ଷେପ ନେବୁ ବୋଲି କହିଥିଲେ।
ଅବଶ୍ୟ କେନ୍ଦ୍ରାପଡାବାସୀ କାହାକୁ ବିଶ୍ୱାସ କରୁଛନ୍ତି ତାହା ନିର୍ବାଚନ ଫଳାଫଳ କହିବ।
from Odisha Reporter http://bit.ly/2Vjh20O
No comments:
Post a Comment