୧୨ରେ ଭୋଟ୍ ଦେବେ ବିରାଟ୍, ସୋଶାଲ ମିଡିଆରେ ସେୟାର କଲେ ଆଇଡି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 28, 2019

୧୨ରେ ଭୋଟ୍ ଦେବେ ବିରାଟ୍, ସୋଶାଲ ମିଡିଆରେ ସେୟାର କଲେ ଆଇଡି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ଅଧିନାୟକ ବିରାଟ କୋହଲି ମେ’ ୧୨ ତାରିଖରେ ଗୁରୁଗାଁରେ ଭୋଟ୍ ଦେବେ। କୋହଲି ନିଜେ ଇନଷ୍ଟାଗ୍ରାମରେ ଏହାର ସୂଚନା ଦେଇଛନ୍ତି। କୋହଲି ସୋଶାଲ ମିଡିଆରେ ନିଜ ଭୋଟର୍ ଆଇଡି ସେୟାର କରିଛନ୍ତି।

ସେ ଏଥିରେ ଉଲ୍ଲେଖ କରିଛନ୍ତି ଯେ, ‘ମେ’ ୧୨ ତାରିଖରେ ଗୁରୁଗାଁରେ ଭୋଟ୍ ଦେବା ପାଇଁ ପ୍ରସ୍ତୁତ, ଆପଣମାନେ ପ୍ରସ୍ତୁତ କି।’  ଏହି ଭୋଟର୍ ଆଇଡିରେ କୋହଲି ଓ ତାଙ୍କ ପିତାଙ୍କ ନାମ ଦର୍ଶାଯାଇଛି। ବିରାଟ ହରିୟାଣା ଗୁରୁଗାଁର ଭୋଟର୍।

ବିରାଟ ଦିଲ୍ଲୀର ବାସିନ୍ଦା, କିନ୍ତୁ କିଛି ବର୍ଷ ପୂର୍ବେ ସେ ଗୁରୁଗାଁ ସ୍ଥାନାନ୍ତର ହୋଇଥିଲେ। ତେବେ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବିବାହ କରିବା ପରେ କୋହଲି ଏବେ ମୁମ୍ବାଇରେ ନିଜର ସ୍ୱତନ୍ତ୍ର ଘରେ ରହୁଛନ୍ତି। ଏହା ପୂର୍ବରୁ କୋହଲି ଅନୁଷ୍କାଙ୍କ ସହ ମୁମ୍ବାଇରେ ଭୋଟ୍ ଦେବାକୁ ଚାହୁଁଥିବା ଖବର ମିଳିଥିଲା।

ଏପରିକି ଏଥିପାଇଁ ସେ ଅନଲାଇନ୍ ପକ୍ରିୟାରେ ଭୋଟ୍ ଦେବା ପାଇଁ ଆବେଦନ ମଧ୍ୟ କରିଥିଲେ। କିନ୍ତୁ ବିରାଟ ଆବେଦନ କରିବାରେ ବହୁ ବିଳମ୍ବ କରିଦେଇଥିଲେ। ଭୋଟିଂ ପାଇଁ ଆବେଦନର ଶେଷ ତାରିଖ ମାର୍ଚ୍ଚ ୩୦ ଥିଲା। ତେବେ ବିରାଟ ଏପ୍ରିଲ୍ ୭ ତାରିଖରେ ଆବେଦନ କରିଥିଲେ ଏବଂ ସେତେବେଳକୁ ଯଥେଷ୍ଟ ବିଳମ୍ବ ହୋଇସାରିଥିଲା। ମୁମ୍ବାଇରେ ଆସନ୍ତାକାଲି ନିର୍ବାଚନ ଥିବାରୁ କୋହଲି ସେଠାରେ ଆଉ ଭୋଟ୍ ଦେଇପାରିବେ ନାହିଁ। ତେବେ କୋହଲି ଗୁରୁଗାଁରେ ନିଜର ମତଦାନ ସାବ୍ୟସ୍ତ କରିପାରିବେ।

ସୂଚନାଯୋଗ୍ୟ, ମାର୍ଚ୍ଚ ୧୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଧାରଣ ଲୋକଙ୍କ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ଦେଶର କିଛି ସେଲିବ୍ରିଟିଙ୍କୁ ଅପିଲ୍ କରିଥିଲେ। ଏଥିରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି, ମହେନ୍ଦ୍ର ସିଂହ ଧୋନି, ଅନୀଲ କୁମ୍ବଲେ, ଭିଭିଏସ ଲକ୍ଷ୍ମଣ ଓ ବୀରେନ୍ଦ୍ର ସେହ୍ୱାଗ ସାମିଲ୍ ଥିଲେ।



from Odisha Reporter http://bit.ly/2vr4Cpe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages