ପେଟ୍ରୋଲ ଢାଳି ଧମକାଉ ଥିଲେ, ପ୍ରେମିକା ନିଆଁ ଲଗାଇ ଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 28, 2019

ପେଟ୍ରୋଲ ଢାଳି ଧମକାଉ ଥିଲେ, ପ୍ରେମିକା ନିଆଁ ଲଗାଇ ଦେଲେ

ଲକ୍ଷ୍ନୌ: ‘ଲଭ୍‌ ପାଇଁ କୁଛ ଭି କରଗେ’ ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। ସେ ନିଜ ପ୍ରେମିକା ଆଗରେ ନିଜର ପ୍ରେମକୁ ଜାହିର କରିବାକୁ ନିଜ ଉପରେ ପେଟ୍ରୋଲ ଢାଳି ଧମକାଉ ଥିଲେ। ଏଥିରେ ପ୍ରେମିକା ଜଣଙ୍କ ରାଗି ଯାଇ ଦିଆସିଲି ମାରିଦେବାରୁ ଯୁବକଙ୍କ ଶରୀରର ୬୦% ଅଂଶ ପୋଡ଼ି ଯାଇଛି। ଏଭଳି ଏକ ଘଟଣା ଉତ୍ତର ପ୍ରଦେଶର ହାସନଗଞ୍ଜ ଠାରେ ଘଟିଛି ।

ନିଆଁରେ ପୋଡ଼ି ହୋଇ ଗୁରୁତର ଆହତ ହୋଇଥିବା ୨୦ ବର୍ଷୀୟ ଅରବିନ୍ଦ ନିଶାଦଙ୍କୁ ନିକଟସ୍ଥ ସରକାରୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତାଙ୍କ ଘର ଖାଦର ଅଞ୍ଚଳରେ ବୋଲି ଜଣାପଡ଼ିଛି। ଏପ୍ରିଲ ୨୦ରେ ଏହି ଘଟଣା ଘଟିଥିଲେ ହେଁ ଅରବିନ୍ଦଙ୍କ ମା’ ଗତକାଲି ଲକ୍ଷ୍ନୌ ଏସ୍‌ଏସ୍‌ପିଙ୍କୁ ଭେଟି ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି। ମା’ଙ୍କ ଅଭିଯୋଗ ପରେ ପୁଲିସ୍‌ ଉକ୍ତ ଯୁବତୀ ଏବଂ ତାଙ୍କ ମା’ଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଅରବିନ୍ଦ ତାଙ୍କ ଘର ପାଖରେ ରହୁଥିବା ତଥା ନବମ ଶ୍ରେଣୀରେ ପଢ଼ୁଥିବା ଜଣେ ୧୫ ବର୍ଷୀୟ ଝିଅ ପ୍ରେମରେ ପଡ଼ିଥିଲେ। ଏଥିସହ ସେ ତାଙ୍କୁ ବିବାହ କରିବାକୁ ଚାହିଁଥିଲେ। ଝିଅଟିର ପରିବାର ଲୋକ ଅରବିନ୍ଦଙ୍କ କଥାରେ ରାଜି ହେବା ସହ ଝିଅଟିର ପାଠପଢ଼ା ସରିଲେ ଏବଂ ସେ ସାବାଳକ ହେବାପରେ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

ହେଲେ ଅବୁଝା ଅରବିନ୍ଦ ଅପେକ୍ଷା କରିବାକୁ ନାରାଜ ଥିଲେ। ଏପ୍ରିଲ ୨୦ରେ ଝିଅ ଏବଂ ତାଙ୍କ ମା’ ଅରବିନ୍ଦଙ୍କ ପାଖକୁ ଆସି ଏ ପ୍ରସଙ୍ଗରେ ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ ଅରବିନ୍ଦ ଏଥିରେ ରାଜି ହୋଇ ନଥିଲେ। ବରଂ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ। ଏଭଳି ସ୍ଥିତିରେ ଝିଅଟି ଅରବିନ୍ଦଙ୍କୁ ରୋକିବା ପରିବର୍ତ୍ତେ ଏକ ଜଳନ୍ତା ଦିଆସିଲି ତାଙ୍କ ଉପରକୁ ଫୋପାଡ଼ି ଦେଇଥିଲେ।

ଏହି ଘଟଣା ପରେ ଝିଅ ଏବଂ ତାଙ୍କ ମା’ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ତେବେ ଅରବିନ୍ଦଙ୍କ ମା’ ଏବଂ ତାଙ୍କ ପଡ଼ୋଶୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଅରବିନ୍ଦଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ଅରବିନ୍ଦଙ୍କ ମା’ କହିଛନ୍ତି, ଝିଅ ଏବଂ ତାଙ୍କ ପୁଅ ଦୀର୍ଘ ଗୋଟିଏ ବର୍ଷ ହେଲା ପରସ୍ପରକୁ ପ୍ରେମ କରୁଥିଲେ। ଏବେ ବିବାହ କଥା ଉଠିବାରୁ ଝିଅଟି ଏଭଳି କାଣ୍ଡ ଘଟାଇଛି।



from Odisha Reporter http://bit.ly/2PyvWuR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages