ମମତା, ନାଇଡୁ ଓ ମାୟାବତୀ ପ୍ରଧାନମନ୍ତ୍ରୀ ଦୌଡ଼ରେ: ଶରଦ ପାୱାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 28, 2019

ମମତା, ନାଇଡୁ ଓ ମାୟାବତୀ ପ୍ରଧାନମନ୍ତ୍ରୀ ଦୌଡ଼ରେ: ଶରଦ ପାୱାର

ମୁମ୍ବାଇ: ଭେଟରାନ ରାଜନେତା ତଥା ଏନ୍‌ସିପି ମୁଖ୍ୟ ଶରଦ ପାୱାର ଆଗାମୀ ଦିନରେ ମହାଗଠବନ୍ଧନର ପ୍ରଧାନମନ୍ତ୍ରୀ କିଏ ହେବ, ସେନେଇ ମତ ରଖିଛନ୍ତି। ତେବେ ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନାଁ ଆଦୌ ନେଇ ନାହାନ୍ତି।

ସେ କହିଛନ୍ତି, “ ଯଦି ଆସନ୍ତା ନିର୍ବାଚନରେ ବିଜେପି ନେତୃତ୍ୱାଧିନ ଏନ୍‌ଡିଏ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ହାସଲ କରିପାରିବ ନାହିଁ, ତା’ହେଲେ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇ ସରକାର ଗଠନ କରିବେ। ଏହି ସରକାରରେ ପ୍ରଧାନମନ୍ତ୍ରୀ ହେବା ପାଇଁ ୩ ଜଣ ଦାବିଦାର ରହିଛନ୍ତି। ସେମାନେ ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ଏବଂ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ।

ଏହି ୩ ଜଣଙ୍କ ମଧ୍ୟରୁ ଜଣଙ୍କୁ ବିରୋଧୀ ପ୍ରଧାନମନ୍ତ୍ରୀ କରିବେ। ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଗୁଜରାଟର ମୁଖ୍ୟମନ୍ତ୍ରୀ ରହିଥିଲେ। ଏଥର ଏନ୍‌ଡିଏ କ୍ଷମତାକୁ ଫେରିବ ବୋଲି ଆଶା କମ୍‌। ତେଣୁ ଏଭଳି ସ୍ଥିତିରେ ମମତା, ମାୟାବତୀ ଓ ନାଇଡୁ ହିଁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରିବେ।”



from Odisha Reporter http://bit.ly/2UXT3oq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages