ହାଇଦ୍ରାବାଦ ପରାସ୍ତ, ରାଜସ୍ଥାନର ପ୍ଲେଅଫ୍ ଆଶା ଉଜ୍ଜୀବିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 28, 2019

ହାଇଦ୍ରାବାଦ ପରାସ୍ତ, ରାଜସ୍ଥାନର ପ୍ଲେଅଫ୍ ଆଶା ଉଜ୍ଜୀବିତ

ଜୟପୁର: ଜୟଦେବ ଉନାଦକତଙ୍କ ଶାଣିତ ବୋଲିଂ ଓ ବ୍ୟାଟ୍ସମ୍ୟାନଙ୍କ ଦମଦାର ପ୍ରଦର୍ଶନ ବଳରେ ରାଜସ୍ଥାନ ରୟାଲ୍ସ ଏଠାରେ ଅନୁଷ୍ଠିତ ଆଇପିଏଲର ୪୫ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୭ ୱିକେଟରେ ପରାସ୍ତ କରିଛି।

ଏହି ବିଜୟ ସହ ରାଜସ୍ଥାନ ପ୍ଲେଅଫ୍ ଆଶା ଉଜ୍ଜୀବିତ କରିଛି। ଅନ୍ୟପକ୍ଷରେ ପରାଜୟ ସତ୍ତ୍ୱେ ହାଇଦ୍ରାବାଦ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି। ଏହି ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୬୦ ରନ୍ କରିଥିଲା। ଜବାବରେ ରାଜସ୍ଥାନ ୧୯.୧ ଓଭରରେ ୩ ୱିକେଟ୍ ହରାଇ ୧୬୧ ରନ୍ କରି ବିଜୟୀ ହୋଇଥିଲା।

୧୬୧ ରନର ଚ୍ୟାଲେଞ୍ଜିଂ ଲକ୍ଷ୍ୟର ପିଛା କରୁଥିବା ରାଜସ୍ଥାନକୁ ଦୁଇ ଓପ୍ନର ଆଜିଙ୍କ୍ୟ ରାହାଣେ ଓ ଲିଆମ୍ ଲିଭିଙ୍ଗଷ୍ଟୋନ୍ ମଭଜୁତ୍ ଆରମ୍ଭ ଦେଇଥିଲେ। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୭୮ ରନର ଭାଗୀଦାରୀ କରିଥିଲେ। ଲିଭିଙ୍ଗଷ୍ଟୋନ୍ ୨୬ ବଲରେ ୪ ଚୌକା ଓ ୩ ଛକା ସହ ୪୪ ରନ୍ କରି ରଶିଦ୍ ଖାନଙ୍କ ବଲରେ ଆଉଟ୍ ହୋଇଥିଲେ।

ଅନ୍ୟତମ ଓପ୍ନର ରାହାଣେ ୩୯ (୩୪ ବଲ, ୪ ଚୌକା, ୧ ଛକା) ରନ୍ କରି ସାକିବ୍ ଅଲ୍ ହାସନଙ୍କ ଶିକାର ହୋଇଥିଲେ। ଏହା ପରେ ସଞ୍ଜୁ ସାମସନ୍ ଓ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ତୃତୀୟ ୱିକେଟ୍ ପାଇଁ ୫୫ ରନ୍ ଯୋଡ଼ି ଟିମର ବିଜୟ ସୁନିଶ୍ଚିତ କରିଥିଲେ।

ସ୍ମିଥ୍ (୨୨)ଙ୍କ ଆଉଟ୍ କରେ ସାମସନ୍ ଅପରାଜିତ ରହି ଟିମକୁ ବିଜୟୀ କରାଇଥିଲେ। ସାମସନ୍ ୩୨ ବଲରେ ୪ ଚୌକା ଓ ୧ ଛକା ସହ ୪୮ ଓ ଆଲେକ୍ସ ଟର୍ଣ୍ଣର ୩ ରନ୍ କରି ଅପରାଜିତ ଥିଲେ। ହାଇଦ୍ରାବାଦ ପକ୍ଷରୁ ସାକିବ୍, ରଶିଦ୍ ଓ ଖଲୀଲ ଅହମ୍ମଦ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

ଏହା ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ପକ୍ଷରୁ ମନିଷ ପାଣ୍ଡେ ଅର୍ଦ୍ଧଶତକ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଆଖିଦୃଶିଆ ପ୍ରଦର୍ଶନ କରିପାରିନଥିଲେ। ଇନଫର୍ମ ଓପ୍ନର ଡେଭିଡ୍ ୱାର୍ଣ୍ଣର ୩୭ ରନର ଧୈର୍ଯ୍ୟପୂର୍ଣ୍ଣ ଇନିସ୍ ଖେଳିଥିଲେ। ଅଧିନାୟକ କେନ୍ ୱିଲିୟମସନ୍ ମାତ୍ର ୧୩ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ମନିଷ ୩୬ ବଲରେ ୯ ଚୌକା ସହ ୬୧ ରନ୍ କରି ଶ୍ରେୟସ ଗୋପାଲଙ୍କ ଶିକାର ହୋଇଥିଲେ।

ମଧ୍ୟକ୍ରମରେ ବିଜୟ ଶଙ୍କର (୮), ସାକିବ୍ (୯), ଦୀପକ ହୁଡା (୦), ଋଦ୍ଧିମାନ ସାହା (୫) ନିରାଶ କରିଥିଲେ। ରଶିଦ୍ ୮ ବଲରେ ୧ ଚୌକା ଓ ୧ ଛକା ସହ ଦ୍ରୁତ ଅପରାଜିତ ୧୭ ରନ୍ କରିଥିଲେ। ରାଜସ୍ଥାନ ପକ୍ଷରୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଉନାଦକତ୍, ବରୁନ୍ ଆରୋନ୍, ଓଶାନି ଥୋମାସ ଓ ଗୋପାଲ୍ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।



from Odisha Reporter http://bit.ly/2UKulmo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages