ମାୟାବତୀ ଏବଂ ଯୋଗୀଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 11, 2019

ମାୟାବତୀ ଏବଂ ଯୋଗୀଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ

ନୂଆଦିଲ୍ଲୀ: ନିର୍ବାଚନୀ ପ୍ରଚାର ବେଳେ ଜାତି, ଧର୍ମକୁ ନେଇ ଜନସାଧାରଣଙ୍କୁ ଉଦବୋଧନ ଦେଇଥିବା ଅଭିଯୋଗରେ ମାୟାବତୀ ଏବଂ ଯୋଗୀ ଆଦିତ୍ୟନାଥଙ୍କୁ ନିର୍ବାଚନ କମିଶନ ନୋଟିସ ପଠାଇଛନ୍ତି। ଯଦି ଏହି ଦୁଇ ନେତାଙ୍କ ଅଭିଭାଷଣ ଆଚରଣ ବିଧି ଉଲ୍ଲଂଘନ କରୁଥିବ ତାହାଲେ ନିର୍ବାଚନୀ ପ୍ରଚାର ଉପରେ ନିର୍ବାଚନ କମିଶନ ରୋକ ଲଗାଇପାରନ୍ତି ବୋଲି ଜଣାପଡ଼ିଛି। କାରଣ ସୁପ୍ରିମକୋର୍ଟ ଆଚରଣ ବିଧି ଲାଗୁ ହେବା ପରେ ଦ୍ଵିତୀୟ ଥର ପାଇଁ ନିର୍ବାଚନ କମିଶନଙ୍କୁ ନୋଟିସ ପଠାଇଥିଲେ। ଯେଉଁଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲେ ଯେଉଁ ନେତା ପ୍ରଚାର ବେଳେ ଜାତି କିମ୍ବା ଧର୍ମ ଆଧାରରେ ଭୋଟ ପାଇଁ ନିବେଦନ କରୁଛନ୍ତି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର।

ସୂଚନାଯୋଗ୍ୟ ଏପ୍ରିଲ ୭ ତାରିଖରେ ମାୟାବତୀ ପଶ୍ଚିମ ୟୁପିରେ ଏକ ବିଶାଳ ରାଲି କରିଥିଲେ। ଯେଉଁଥିରେ ସେ ମୁସଲିମ ଭୋଟରଙ୍କୁ ମହାମେଣ୍ଚ ସପକ୍ଷରେ ଭୋଟ ଦେବା ପାଇଁ ଅପିଲ କରିଥିଲେ। ଏବଂ ଭୋଟ ଯେମିତି ଦୁଇ ଭାଗ ନ ହୋଇ ମହାମେଣ୍ଟକୁ ଆସିବ ସେ ନେଇ ରାଲିରେ ଉଦବୋଧନ ଦେଇଥିଲେ। ଏଥିସହ ବିଜେପି ପ୍ରାର୍ଥୀଙ୍କୁ ଯେମିତି ମୁସଲିମ ଭୋଟ ନଯାଏ ସେଥିପାଇଁ ନିବେଦନ କରିଥିଲେ। ଏହାକୁ ନିର୍ବାଚନ କମିଶନ ଗୁରୁତର ସହ ବିଚାର କରୁଛନ୍ତି। ଧାରା ୧୨୩(୩) ଆଧାରରେ କାହିଁକି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ଏ ନେଇ ମାୟାବତୀଙ୍କଠୁ ଜବାବ ମାଗିଛନ୍ତି ନିର୍ବାଚନ କମିସନ।

ସେହିପରି ବିଏସପି ସୁପ୍ରିମୋ ମାୟାବତୀଙ୍କ ଅଭିଭାଷଣ ପରେ ଏପ୍ରିଲ ୯ରେ ମେରୁଟର ଏକ ରାଲିକୁ ସମ୍ବୋଧନ କରିବା ବେଳେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଧର୍ମ ଓ ଜାତିକୁ ନେଇ ଉଦବୋଧନ ଦେଇଛନ୍ତି। ସେ କହିଥିଲେ ଯଦି ତାଙ୍କର ଅଲ୍ଲୀ ଅଛି, ତାହେଲେ ଆମର ବଜରଙ୍ଗବାଲି ଅଛି । ଯାହାକି ଆଚରଣ ବିଧି ଉଲ୍ଲଂଘନ କରୁଥିବା ନିର୍ବାଚନ କମିଶନ ଅନୁଭବ କରିଛନ୍ତି। ଏ ନେଇ ଦ୍ଵିତୀୟ ଥର ପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ନୋଟିସ ପଠାଇଛନ୍ତି ଇସି। ପୂର୍ବରୁ ଏକ ରାଲିରେ ଦେଶର ଯବାନଙ୍କୁ ମୋଦିଙ୍କ ସେନା କହିଥିବାରୁ ନିର୍ବାଚନ କମିସନ ନୋଟିସ ପଠାଇଥିଲେ। ଏହାପରେ ଦ୍ଵିତୀୟ ଥର ଏଭଳି ଅଭିଭାଷଣ ନ ଦେବାକୁ ଯୋଗୀଙ୍କୁ ଚେତବାନୀ ଦେଇଥିଲେ ନିର୍ବାଚନ କମିଶନ।



from Odisha Reporter http://bit.ly/2G5cMs6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages