
ନୂଆଦିଲ୍ଲୀ: ନିର୍ବାଚନ ଏବଂ ଭୋଟ୍ ଅଧିକାର ବାବଦରେ ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ସଚତନତା ସୃଷ୍ଟି କରିବାକୁ ପ୍ରୟାସ କରୁଥିବାବେଳେ, ବାହୁବଳୀ ଫେମ୍ ଏସ୍ଏସ୍ ରାଜାମୌଲିଙ୍କ ଟ୍ୱିଟ୍ ଥିଲା ଟିକେ ନିଆରା। ସେ ଏଥିରେ ଜଣାଇଛନ୍ତି ବର୍ତ୍ତମାନ ଶୁଟିଂଫ୍ଲୋରରେ ଥିବା ତାଙ୍କ ନିର୍ଦ୍ଦେଶିତ ଆଗାମୀ ଫିଲ୍ମ ‘ଆରଆରଆର’ ଟିମ୍ର ଅଧା ସଦସ୍ୟ ଶୁଟିଂ ବନ୍ଦ କରି ଗାଁକୁ ବା ଜନ୍ମସ୍ଥାନକୁ ଭୋଟ୍ ଦେବାକୁ ଚାଲିଯାଇଛନ୍ତି। ଏଥିରେ ଯଦିଓ ଫିଲ୍ମ ଶୁଟିଂରେ ବିଳମ୍ବ ହେବ, ରାଜାମୌଲି ସେମାନଙ୍କ ପଦକ୍ଷେପକୁ ସାଧୁବାଦ ଜଣାଛନ୍ତି।
ସେ ଉଭୟ ତେଲଗୁ ଭାଷୀ ରାଜ୍ୟର ବାସିନ୍ଦାଙ୍କୁ ଭୋଟ୍ ପାଇଁ ପ୍ରୋତ୍ସାହିତ କରି ଏହି ଟ୍ୱିଟ୍ କରିଛନ୍ତି। ଏଥିରେ ଫିଲ୍ମର ପୋଷ୍ଟର ମଧ୍ୟ ରହିଛି ଏବଂ ନିଜେ ଭୋଟ୍ ଦେଇ ଫେରିଥିବାର ପ୍ରମାଣ ମଧ୍ୟ ତାଙ୍କ ନଖରେ ରହିଛି।
ସେ କହିଛନ୍ତି, ମୋ ଟିମ୍ର ଅଧା ସଦସ୍ୟ ନିଜ ସହର ଏବଂ ଗାଁକୁ ଭୋଟ୍ ଦେବାକୁ ଯାଇଛନ୍ତି। ଭଲ କଥା, ଭୋଟ୍ ଦିଅନ୍ତୁ। ଯଦି ତୁମର କେହି ଦଳ ବା ପ୍ରାର୍ଥୀ ପସନ୍ଦ ନାହିଁ ତାହାଲେ ନୋଟାକୁ କାମରେ ଲଗାନ୍ତୁ। ଏହି ଫିଲ୍ମରେ ରାମ ଚରଣ, ଏନ୍ଟିଆର ଜୁନିଅର, ଆଲିଆ ଭଟ୍ଟ ଏବଂ ଅଜୟ ଦେବଗନ୍ ଆଦି ବଡ଼ ବଡ଼ କଳାକାର ଅଭିନୟ କରୁଛନ୍ତି। ଏହା ୨୦୨୦ ମସିହାରେ ରିଲିଜ୍ ହେବାକୁ ଅଛି।
from Odisha Reporter http://bit.ly/2UBLxzH
No comments:
Post a Comment