ରୋହିତଙ୍କ କ୍ୟାପ୍ଟେନଶିପ୍‌କୁ ପ୍ରଶଂସା କଲେ ଭନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 7, 2019

ରୋହିତଙ୍କ କ୍ୟାପ୍ଟେନଶିପ୍‌କୁ ପ୍ରଶଂସା କଲେ ଭନ୍‌

ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମାଙ୍କ କ୍ୟାପ୍ଟେନଶିପ୍‌ର ଖୁବ୍‌ ପ୍ରଶଂସା କରିଛନ୍ତି ଇଂଲଣ୍ଡର କିମ୍ବଦନ୍ତୀ କ୍ରିକେଟର ମାଇକଲ ଭନ୍‌। ମୁମ୍ବାଇ ଆଇପିଏଲ୍‌ର ଦୁଇ ଶକ୍ତିଶାଳୀ ଦଳ ଚେନ୍ନାଇ ସୁପରକିଙ୍ଗସ ଓ ସନ୍‌ ରାଇଜର୍ସ ହାଇଦ୍ରାବାଦକୁ ଯଥାକ୍ରମେ ୩୭ ଓ ୪୦ ରନ୍‌ରେ ପରାସ୍ତ କରିବା ପରେ ଚାରିଆଡ଼େ ରୋହିତଙ୍କ କ୍ୟାପ୍ଟେନଶିପ୍‌କୁ ପ୍ରଶଂସା କରାଯାଇଛି।

ଗତକାଲିର ମ୍ୟାଚ୍‌ରେ ରୋହିତ ବ୍ୟାଟିଂରେ ସମସ୍ତଙ୍କୁ ନିରାଶ କରିଥିଲେ। ଫଳରେ ମୁମ୍ବାଇ ମାତ୍ର ୧୩୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ତେବେ କ୍ୟାପ୍ଟେନଶିପ୍‌ରେ ରୋହିତ ବେଶ କମାଲ କରିଥିଲେ।

ଫିଲ୍ଡିଂ ସେଟିଂ କରିବା ସହ କେଉଁ ସମୟରେ କାହାକୁ ବୋଲିଂ ଦିଆଯିବ, ସେକଥାକୁ ରୋହିତ ବେଶ ଭଲ ଭାବେ ସମ୍ପାଦନ କରିଥିଲେ। ଫଳରେ ହାଇଦ୍ରାବାଦ୍‌ ଗୋଟିଏ ଗୋଟିଏ ରନ୍‌ ପାଇଁ ସଂଘର୍ଷ କରିଥିଲା। ବିଶେଷ କରି ଅଲଜାରି ଯୋଜେଫଙ୍କୁ ରୋହିତ୍‌ ବେଶ ଚମତ୍କାର ଢଙ୍ଗରେ ବ୍ୟବହାର କରିଥିଲେ। ଯେଉଁଥପାଇଁ ସେ ୧୨ ରନ୍‌ ଦେଇ ରେକର୍ଡ ୬ଟି ୱିକେଟ୍‌ ନେଇଥିଲେ।

ମ୍ୟାଚ୍‌ ପରେ ମାଇକଲ୍‌ ଭନ୍‌ ଟ୍ୱିଟ୍‌ କରି କହିଛନ୍ତି ଯେ “ ରୋହିତ ଶର୍ମାଙ୍କ କ୍ୟାପ୍ଟେନଶିପ୍‌ ବେଶ ଚମତ୍କାର ଥିଲା। ଏହାକୁ ଯେତେ ପ୍ରଶଂସା କଲେ ମଧ୍ୟ କମ୍‌। ରୋହିତଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ତ ଆଇପିଏଲ୍‌ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନକୁ ଉଠି ପାରିଛି।”

ଆଇପିଏଲ୍‌ରେ ମହେନ୍ଦ୍ର ସିଂହ ଧୋନି ଓ ରୋହିତ ଶର୍ମା ହେଉଛନ୍ତି ସବୁଠାରୁ ସଫଳ ଅଧିନାୟକ। ଉଭୟ ୩ଥର ଲେଖାଏ ଆଇପିଏଲ୍‌ ଟ୍ରଫି ଜିତିଛନ୍ତି।



from Odisha Reporter http://bit.ly/2KfxNWu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages